‘ଆଶୁତୋଷ ରାଙ୍କାଙ୍କ ଜୀବନ ପଛରେ ପଡିଛନ୍ତି ଭାଜପାର ଗୁଣ୍ଡା’, ଅଭିଜିତ ଦୀପକେଙ୍କ ଏଭଳି ଅଭିଯୋଗକୁ ନେଇ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୧।୮: ରାଜସ୍ଥାନର ରାଜଧାନୀ ଜୟପୁରରେ ‘କକରୋଚ ଜନତା ପାର୍ଟି’ (CJP) ନେତା ଆଶୁତୋଷ ରାଙ୍କାଙ୍କ ସହ ଘଟିଥିବା ଘଟଣାକୁ ନେଇ CJP ପ୍ରତିଷ୍ଠାତା ଅଭିଜିତ ଦୀପକେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ଶେୟାର କରି ଦୀପକେ କହିଛନ୍ତି, ରାଜସ୍ଥାନରେ କ’ଣ ଘଟୁଛି? ଭାଜପାର ଗୁଣ୍ଡାମାନେ ଆଶୁତୋଷ ଓ ଅନ୍ୟ CJP କର୍ମୀଙ୍କ ଜୀବନ ପଛରେ ପଡ଼ିଛନ୍ତି। ରାଜସ୍ଥାନ ପୋଲିସ ଏଭଳି ଆକ୍ରମଣ କିପରି ହେବାକୁ ଦେଇପାରେ?

ଅନ୍ୟ ଏକ ପୋଷ୍ଟରେ ଦୀପକେ ଲେଖିଛନ୍ତି, ରାଜସ୍ଥାନରେ ଭାଜପାର ଗୁଣ୍ଡାମାନେ ଆଶୁଙ୍କ ଉପରେ ଆକ୍ରମଣ କରିଛନ୍ତି। ଆଶୁ ଓ CJPର ଅନ୍ୟ ସ୍ବେଚ୍ଛାସେବୀମାନଙ୍କୁ ମାଡ଼ ମରାଯାଇଛି ଏବଂ ସେମାନେ ଆହତ ହୋଇଛନ୍ତି। ରାଜସ୍ଥାନ ପୋଲିସ ଏହା ଘଟିବାକୁ ଦେଇଛି।

Odisha’s No.1 Odia Daily

Share