କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା ଉତ୍ସବ

ଭୁବନେଶ୍ୱର,୧୬।୪: କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶନିବାର ଏକ ନାଗରିକ ସମ୍ବର୍ଦ୍ଧନା ଉତ୍ସବର ଆୟୋଜନ କରାଯାଇଥିଲା। ଉକ୍ତ ଉତ୍ସବରେ ଆମେରିକା, ବ୍ରିଟେନ, ଜର୍ମାନୀ, ୟୁକ୍ରେନ୍‌, ସୁଇଜରଲାଣ୍ଡ, ପୋଲାଣ୍ଡ, ଆର୍ମେନିଆ, ସ୍ଲୋଭାକିଆ, ବୁଲ୍‌ଗେରିଆ, କଙ୍ଗୋ, ଆଇଭେରି କୋଷ୍ଟ ଭଳି ୨୦ ଦେଶର ସାଂସଦ, ଶିକ୍ଷାବିତ୍‌ଙ୍କ ସମେତ ୫ଟି ଦେଶର କୂଟନୀତିଜ୍ଞଙ୍କୁ ମଧ୍ୟ ନାଗରିକ ସମ୍ବର୍ଦ୍ଧନା ଦିଆଯାଇଛି। ଜି-୨୦ ସମ୍ମିଳନୀ ପରିପ୍ରେକ୍ଷୀରେ ଗତ ଦୁଇ ଦିନ ଧରି କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଥିବା ସମ୍ମାନଜନକ ୟୁଥ୍‌-୨୦ ପରାମର୍ଶ କର୍ମଶାଳା ଅବସରରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୨୦ ଦେଶର ୨୧ ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହି ପରିପ୍ରେକ୍ଷୀରେ ରାଜ୍ୟପାଳ ସମସ୍ତ ପ୍ରତିନିଧିଙ୍କୁ ସମ୍ବର୍ଦ୍ଧିତକରି ବସୁଧୈବ କୁଟୁମ୍ବକମ୍‌ ଉପରେ ଗୁରୁତ୍ୱ ଦେଇଥିଲେ। ଏପରିକି ରାଜ୍ୟପାଳ କହିଥିଲେ, ସମାଜରେ ଶାନ୍ତି, ସମୃଦ୍ଧି ଓ ସାମ୍ୟତା ବଜାୟ ରଖିବା ପାଇଁ ଜି-୨୦ ଅଧୀନରେ ୟୁଥ୍‌-୨୦ କର୍ମଶାଳା ଅତ୍ୟନ୍ତ ତାପର୍ଯ୍ୟପୂର୍ଣ୍ଣ। ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଅନ୍ତର୍ଜାତୀୟ ପ୍ରତିନିଧି କିଟ୍‌ ଓ କିସ୍‌ର ବିଭିନ୍ନ କ୍ୟାମ୍ପସ ପରିଦର୍ଶନ କରି କିଟ୍‌ ଓ କିସ୍‌ ପରିଦର୍ଶନକରି ସେମାନେ ପ୍ରତିଷ୍ଠାନର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ। ଏହା ସହ କିଟ୍‌ ପକ୍ଷରୁ ତାଙ୍କୁ ମିଳିଥିବା ଆତିଥେୟତାରେ ସେମାନେ ଅଭିଭୂତ ବୋଲି କହିଥିଲେ। ଓଡ଼ିଶାର ଲୋକମାନେ ଅତ୍ୟନ୍ତ ଭଲ ଓ ଅତିଥି ପରାୟଣ ବୋଲି ପ୍ରତିନିଧିମାନେ ମତ ଦେବା ସହ ସେମାନଙ୍କ ଓଡ଼ିଶା ଗସ୍ତ କେବେ ବି ଭୁଲିପାରିବେ ନାହିଁ ମତପ୍ରକାଶ କରିଥିଲେ।
ଏ ସମ୍ପର୍କରେ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ, ତାଙ୍କ ଅନୁରୋଧ ରକ୍ଷାକରି ୨୦ ଦେଶର ସାଂସଦ, କୂଟନୀତିଜ୍ଞ ଓ ବିଶିଷ୍ଟ ଶିକ୍ଷାବିତ୍‌ମାନେ ଏଠାକୁ ଆସିଥିବାରୁ ଏହା ଉଭୟ କିଟ୍‌ ତଥା ଓଡ଼ିଶା ପାଇଁ ଗୌରବର ବିଷୟ। ସେଥିପାଇଁ ସେ କର୍ମଶାଳାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିନିଧିଙ୍କୁ କୃତଜ୍ଞତା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ଚାଷୀଙ୍କ ପାଇଁ ଖୁସି ଖବର: କିଷାନ କ୍ରେଡିଟ କାର୍ଡ ନିୟମରେ ବଡ଼ ପରିବର୍ତ୍ତନ କରିବ RBI

ମୁମ୍ବାଇ,୧୫ା୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) କିଶାନ କ୍ରେଡିଟ୍ କାର୍ଡ (KCC) ଯୋଜନାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ଏକ ନୂତନ ଚିଠା ମାର୍ଗଦର୍ଶିକା ଜାରି କରିଛି।…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri