ଧରିତ୍ରୀରେ ଖବର ପ୍ରକାଶ ପରେ ପୌର ପ୍ରଶାସନର ତତ୍ପରତା, ବିଜ୍ଞାପନ ବୋର୍ଡ଼….

ରାୟଗଡ଼ା,୮ା୩(ଆଶିଷ ରଞ୍ଜନ ପଣ୍ଡା): ଧରିତ୍ରୀରେ ‘ପରିବେଶ ନଷ୍ଟ କରୁଛି ସୁନା ଋଣ ସଂସ୍ଥା ଆଇଆଇଏଫଏଲ୍‌’ ଶୀର୍ଷକ ରବିବାର ପ୍ରକାଶ ପାଇବା ପରେ ତତ୍ପରତା ଦେଖାଇଛି ପୌର ପ୍ରଶାସନ । ରବିବାର ପୌର ନିର୍ବାହୀ ଅଧିକାରୀ କୁଲଦୀପ କୁମାରଙ୍କ ନିର୍ଦ୍ଦେଶକ୍ରମେ ପୌର କର୍ମଚାରୀ ଜାତୀୟ ରାଜପଥ ଠାରୁ ଜିଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗଛ ଗୁଡ଼ିକରେ ଲାଗିଥିବା ବିଜ୍ଞାପନ ବୋର୍ଡ଼ ଏବଂ ରାଜନୈତିକ ଦଳମାନଙ୍କ ପୋଷ୍ଟର ଓ ପତାକା ବାହାର କରିଥିଲେ । ହେଲେ ଆଇଆଇଏଫଏଲ୍ କମ୍ପାନୀର ବିଜ୍ଞାପନ ବୋର୍ଡ଼ ଚିରି ବାହାର କରିଦେଇଥିଲେ ହେଁ ଗଛରେ ଲାଗିଥିବା ଲୁହା କଂଟା(ଖିଲ)ଗୁଡ଼ିକ ଏବଂ ମୃଦୁପାନୀୟ କାଚ ବୋତଲଗୁଡ଼ିକର ଠିପି ବାହାର କରିବାକୁ ଭୁଲିଗଲେ ।

ତେବେ ସହରର କେବଳ ସେହି ଗୋଟିଏ ରାସ୍ତା ନୁହେଁ ସହରର ପ୍ରତ୍ୟେକ ଅଂଚଳରେ ରହିଥିବା ଗଛଗୁଡ଼ିକରେ ଲୁହା କଂଟା ମାରି ଆଇଆଇଏଫଏଲ ନିଜର ବିଜ୍ଞାପନ ବୋର୍ଡ଼ ମାରିଛି । ସମସ୍ତ ବିଜ୍ଞାପନ ବୋର୍ଡ଼କୁ ବାହାର ନକରି କେବଳ ଜିଲାପାଳଙ୍କ କାର୍ଯ୍ୟାଳୟ ରାସ୍ତାର ବୋର୍ଡ଼ ବାହାର କରିଛି ପୌର ବିଭାଗ । ତେଣୁ ପୌର ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ସହରର ପ୍ରତ୍ୟେକ ଗଛରେ ଲାଗିଥିବା ଲୁହା କଂଟା ଓ ବିଜ୍ଞାପନ ବୋର୍ଡ଼ ବାହାର କରିବା ସହିତ ଗଛଗୁଡ଼ିକରେ ବିଜ୍ଞାପନ ବୋର୍ଡ଼ ସମ୍ପୂର୍ଣ୍ଣ ନିଷେଧ କରିବା ଏବଂ ଲୁହା କଂଟା ମାରିଥିବା ସୁନାଋଣ କମ୍ପାନୀ ଆଇଆଇଏଫଏଲକୁ ଗଛ ପିଛା ଜରିମାନା ପକାଇବା ପାଇଁ ସହରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି ।

ରାୟଗଡ଼ା ବରିଷ୍ଠ ସାମ୍ବାଦିକ ସୁଶାନ୍ତ ପ୍ରଧାନ ଗଛରେ ଲୁହା କଂଟା ପିଟିବା ଘଟଣାକୁ ନିନ୍ଦା କରିବା ସହିତ କହିଛନ୍ତି ଯେ, ସହରବାସୀ ପୌର ପରିଷଦକୁ ଘର ହୋଲ୍ଡିଂ ନମ୍ବର, ରାସ୍ତା, ପାଣି ଆଦି ପାଇଁ ନିୟମିତ କର ପ୍ରଦାନ କରୁଛନ୍ତି । ହେଲେ ସହରରେ ରହିଥିବା ପ୍ରାଇଭେଟ ଫାର୍ମଗୁଡ଼ିକ କୌଣସି କର ନଦେଇ ମନଇଚ୍ଛା ବିଜ୍ଞାପନ ବୋର୍ଡ଼ ସହରରେ ମାରୁଛନ୍ତି । ତେଣୁ ପୌର ପ୍ରଶାସନ ଏଥିପ୍ରତି ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହିତ ସହରରେ ବାସ କରୁଥିବା ସହରବାସୀ ଏଥିପ୍ରତି ସଚେତନ ହୋଇ ଗଛରେ ଲୁହାକଂଟା ପିଟିବାକୁ ସମ୍ପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନଙ୍କୁ ମନା କରିବା ଆବଶ୍ୟକ ବୋଲି କହିଛନ୍ତି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ଅଣାୟତ୍ତ: ପୁଣି ଛୁରାମାଡ, ଚାଲିଗଲା ଜଣଙ୍କର ଜୀବନ

ବରଗଡ଼,୯।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହରରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। ଏଠାକାର ବିଚ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି । ଛୁରି, ଭୁଜାଲି ଆକ୍ରମଣରେ ଲୋକେ…

ଦିନ ଦ୍ବିପ୍ରହରରେ ଝାମ୍ପିନେଲେ ୨ ଲକ୍ଷ ଟଙ୍କା

ରାୟଗଡ଼ା,୯।୩(ଆଶିଷ ରଞ୍ଜନ ପଣ୍ଡା) ଜଣେ ବ୍ୟକ୍ତି ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯିବା ସମୟରେ ଲୁଟେରାମାନେ ଦିନ ଦ୍ବିପ୍ରହରରେ ତାଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି।…

ନେପାଳରେ RSPର ଜବରଦସ୍ତ ବିଜୟ: ମୋଦି କହିଲେ…

କାଠମାଣ୍ଡୁ,୯।୩: ନେପାଳରେ ରାଷ୍ଟ୍ରୀୟ ସ୍ବତନ୍ତ୍ର ପାର୍ଟି (RSP) ବାମପନ୍ଥୀ ଦଳଗୁଡ଼ିକୁ ପରାସ୍ତ କରିଛି। ରବି ଲାମିଛାନେ ଏବଂ ବାଲେନ ଶାହଙ୍କ ନେତୃତ୍ୱରେ RSP ପୂର୍ବତନ ପ୍ରଧାନମନ୍ତ୍ରୀ କେପି…

ବିବାହ ପ୍ରୋସେସନ ବେଳେ ବାଣ ଫୁଟି ୪ ଛାତ୍ରୀ ଆହତ

ସମ୍ବଲପୁର,୯।୩: ସମ୍ବଲପୁର ସହରରେ ସୋମବାର ରାତିରେ ଏକ ବିବାହ ପ୍ରୋସେସନ ବେଳେ ଅଘଟଣ ଘଟିଛି। ପ୍ରୋସେସନ ବେଳେ ହଷ୍ଟେଲ ପରିସରରେ ବାଣ ଫୁଟି ୪ଜଣ ଛାତ୍ରୀ ଆହତ…

ଇରାନରେ ଏସିଡ୍‌ ବର୍ଷା: ତୈଳ ଡିପୋ ଉପରେ ବୋମାମାଡ଼ ପରେ…

ତେହରାନ,୯ା୩:ଇରାନ ରାଜଧାନୀ ତେହରାନରେ ଥିବା ୩୦ଟି ତୈଳ ଡିପୋ ଉପରେ ଇସ୍ରାଏଲ୍‌ର ଆକ୍ରମଣ କରିବାରୁ ରବିବାର ସେଠାରେ କଳା ଏସିଡ୍‌ ବର୍ଷା ହୋଇଛି। ତୈଳ ଡିପୋଗୁଡ଼ିକ ଜଳୁଥିବାରୁ…

ଅଷ୍ଟମ ବେତନ କମିଶନ ଲାଗି ଚିଠି

ଭୁବନେଶ୍ୱର,୯।୩: ଅଷ୍ଟମ ବେତନ କମିଶନ ପାଇଁ ଅର୍ଥ ବିଭାଗ ପକ୍ଷରୁ ଚିଠି। ଚିଠିରେ ସମସ୍ତ ଜିଲାପାଳ ଏବଂ ସରକାରୀ ବିଭାଗ ମୁଖ୍ୟଙ୍କଠାରୁ ମତାମତ ଲୋଡ଼ିଲେ ରାଜ୍ୟ ସରକାର।…

ଖେଳୁଥିବା ବେଳେ ୧୮ ମାସର ଶିଶୁକନ୍ୟାଙ୍କୁ କାମୁଡ଼ିଲା ସାପ, ଦେଖୁଦେଖୁ…

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗୌତମୀ ପଞ୍ଚାୟତ ଦେଉଳପେଡ଼ି ଗ୍ରାମର ଭରତ ବେହେରାଙ୍କ ୧୮ ମାସର ଶିଶୁକନ୍ୟା ରିୟାଂଶି ବେହେରା ସାପ କାମୁଡ଼ାରେ…

ଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ବିଭିନ୍ନ ପଦବୀ ପାଇଁ ମଇଦାନ ରେ ୧୦ ପ୍ରାର୍ଥୀ

ଦିଗପହଣ୍ଡି,୯।୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri