ନିଆରା ଲାଗିବ ନଗର

ଅନୁଗୋଳ ଅଫିସ, ୨୦ା୯: ବିଶ୍ୱକର୍ମା ପୂଜା ଶେଷ ନ ହେଉଣୁ ମା’ ଦୁର୍ଗା ଓ ଲକ୍ଷ୍ମୀ ପୂଜାକୁ ନେଇ ଅନୁଗୋଳରେ ଆରମ୍ଭ ହୋଇଗଲାଣି ସାଜସଜ୍ଜା। ଏପରି କି ଭସାଣି ଉତ୍ସବ ମଧ୍ୟ କିପରି ଆକର୍ଷଣୀୟ କରାଯାଇପାରିବ ସେଥିପାଇଁ ହୋଇଛି ଆଲୋଚନା। ସେଣ୍ଟ୍ରାଲ ପୂଜା କମିଟି ପକ୍ଷରୁ ସୋମବାର ସନ୍ଧ୍ୟାରେ ଏ ନେଇ ସ୍ଥାନୀୟ ଟାଉନ୍‌ ହଲ୍‌ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଥର ହେବାକୁ ଥିବା ୪୦ ମଣ୍ଡପ ମଧ୍ୟରୁ ୧୧ଟିରେ ଦୁର୍ଗା ଓ ୨୯ ମଣ୍ଡପରେ ମା’ ଲକ୍ଷ୍ମୀଙ୍କ ଆରାଧନା କରାଯିବାର ଯୋଜନା ହୋଇଛି। ଏପରି କି ରାତି ୧୨ଟା ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରଶାସନକୁ ଅନୁମତି ମଗାଯିବ ବୋଲି ବୈଠକରେ ଧାର୍ଯ୍ୟ କରାଯାଇଛି।
ଟାଉନ ହଲ୍‌ଠାରେ ଆୟୋଜିତ ସେଣ୍ଟ୍ରାଲ ପୂଜା କମିଟି ବୈଠକରେ ସଭାପତି ଅକ୍ଷୟ କୁମାର ସାମନ୍ତ ଅଧ୍ୟକ୍ଷତା କରିଥିଲେ। ସମ୍ପାଦକ ଦିଲୀପ ପ୍ରଧାନ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ଦାସ ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଆଗାମୀ ପୂଜାକୁ ଦୃଷ୍ଟିରେ ରଖି ସର୍ବସମ୍ମତିକ୍ରମେ କର୍ମକର୍ତ୍ତା ଚୟନ କରାଯାଇଥିଲା। ପୂର୍ବରୁ ବିଭିନ୍ନ ପଦବୀରେ ଥିବା କର୍ମକର୍ତ୍ତାଙ୍କୁ ପୁଣିଥରେ ଚୟନ କରାଯାଇଥିଲା। ତେଣୁ ସଭାପତି ପଦରେ ଅକ୍ଷୟ କୁମାର ସାମନ୍ତ, ଉପସଭାପତି ପଦରେ ବଳରାମ ଜେନା, କିଶୋର କୁମାର କର, ସୁନୀଲ କୁମାର ସାହୁ, ପଦ୍ମଚରଣ ସାହୁ, ସାଧାରଣ ସମ୍ପାଦକ ପଦବୀରେ ଦିଲୀପ କୁମାର ପ୍ରଧାନ, ସମ୍ପାଦକ ପଦବୀରେ ପୂର୍ଣ୍ଣଚନ୍ଦ୍ର ରାଉତ, ରତିକାନ୍ତ ଦାସ, ବ୍ରଜବନ୍ଧୁ ସାହୁ, ରଣଜିତ ମାଣ୍ଡୋଠିଆ, କୋଷାଧ୍ୟକ୍ଷ ପଦବୀରେ ଅକ୍ଷୟ କୁମାର ଦାସ ଓ ଯୁଗ୍ମ ସମ୍ପାଦକ ଭାବେ ବୀରେନ୍ଦ୍ର କୁମାର ନାୟକ, ସୁଧୀର ରଞ୍ଜନ ସାହୁ, ବିଭେନ୍ଦୁ ପ୍ରସାଦ ସାହୁ ପୂର୍ବପରି କାର୍ଯ୍ୟ ସମ୍ପାଦକ କରିବେ ବୋଲି ସ୍ଥିର କରାଯାଇଥିଲା। ତେବେ ନୂଆକରି ଯୁବଗୋଷ୍ଠୀଙ୍କୁ ଏହି କମିଟିରେ ସାମିଲ କରାଯାଇଛି। ଚଳିତବର୍ଷ କିଭଳି ପୂଜାକୁ ସରସ ସୁନ୍ଦର କରାଯିବ, ସେ ନେଇ ଆଲୋଚନା ହୋଇଥିଲା। କରୋନା ଯୋଗୁ ୨ ବର୍ଷ ଆବନ୍ଧ ମଣ୍ଡପରେ ପୂଜା ହୋଇଥିବାବେଳେ ଏବର୍ଷ ଧୁମ୍‌ଧାମରେ ପୂଜା ଆୟୋଜନ ହେଉଥିବାରୁ ଶାନ୍ତି ଶୃଙ୍ଖଳା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ୧ ତାରିଖରୁ ୫ ତାରିଖ ଯାଏ ଦୁର୍ଗାପୂଜା ହେବ। ୬ ତାରିଖରେ ମା’ଙ୍କୁ ମେଲାଣି ଦିଆଯିବ। ହେମସୁରପଡ଼ା ଓ ହୁଲୁରିସିଂହାର ମେଢ଼କୁ ନେଇ କମିଟିରେ ଆଲୋଚନା ହୋଇଥିଲା। ହେମସୁରପଡ଼ା ପୂଜା କମିଟି ପକ୍ଷରୁ ରାବଣପୋଡ଼ି ଉତ୍ସବ ଆୟୋଜନ କରାଯିବ। ସେହିପରି ବସ୍‌ଷ୍ଟାଣ୍ଡରେ ଚାଲୁଥିବା ଲଟେରି ବ୍ୟବସ୍ଥାକୁ ପୋଲିସ ପ୍ରଶାସନ ବନ୍ଦ କରିଥିବାରୁ ଘଟଣା ସମ୍ପର୍କରେ ଅନୁଗୋଳ ଏସ୍‌ପିଙ୍କ ସହ ଏକ ପ୍ରତିନିଧିମଣ୍ଡଳୀ ଆଲୋଚନା କରିବାକୁ ଦିନ ଧାର୍ଯ୍ୟ କରାଯିବ ବୋଲି କୁହାଯାଇଥିଲା। ଏହାପରେ ଧନଦାତ୍ରୀ ମା’ ଲକ୍ଷ୍ମୀଙ୍କ ପୂଜା ବିଷୟରେ ଆଲୋଚନା ହୋଇଥିଲା। ଅକ୍ଟୋବର ୯ରୁ ଏହି ପୂଜା ଆରମ୍ଭ ହୋଇ ୧୯ ତାରିଖ ଭସାଣିରେ ଶେଷ ହେବ। କୌଣସି ପ୍ରକାର ଡିଜେକୁ ଭସାଣିରେ ଅନୁମତି ପ୍ରଦାନ କରାଯିବ ନାହିଁ। ତେବେ ଚଳିତବର୍ଷ ମା’ଙ୍କ ପୂଜାରେ ଅନେକ କିଛି ସ୍ବତନ୍ତ୍ରତା ଦେଖିବାକୁ ମିଳିବ। ୨ ବର୍ଷ ହେଲା ପୂଜା ଉତ୍ସବରୁ ସମସ୍ତେ ବଞ୍ଚିତ ଥିବାରୁ ଏଥର ବିଭିନ୍ନ କମିଟି ପକ୍ଷରୁ ଅନେକ କ୍ଷେତ୍ରରେ ନୂତନ ଯୋଜନା କରାଯାଇଛି। ଏହା ସହରବାସୀଙ୍କୁ ଏକ ଭିନ୍ନ ଅନୁଭୂତି ଦେବ ବୋଲି କମିଟି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।

ନୂଆ ପ୍ରତିଭାର ପରିଚୟ ମିଳିବ
ଅମଲାପଡ଼ା ମଣ୍ଡପରେ ମା’ ଦୁର୍ଗାଙ୍କ ପୂଜା ସର୍ବ ପୁରାତନ। ଏହି ଅନୁଷ୍ଠାନ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁଗୋଳର ପ୍ରତିଭାଙ୍କୁ ଚିହ୍ନଟ କରାଯାଇଥାଏ। ଏଠାରେ ହୋଇଥିବା ମଞ୍ଚରେ କଳାକାରମାନେ ସେମାନଙ୍କ କଳା ପ୍ରଦର୍ଶନ କରିବେ।
-ଅକ୍ଷୟ କୁମାର ସାମନ୍ତ, ସଭାପତି, ସେଣ୍ଟ୍ରାଲ ପୂଜା କମିଟି

ଅନେକ କିଛି ନୂଆ ଦେଖିବାକୁ ମିଳିବ
୨ ବର୍ଷ ପରେ ଧୁମ୍‌ଧାମରେ ପୂଜା ହେଉଥିବାରୁ ଉତ୍ସାହ ରହିଛି। ସେଥିପାଇଁ ଚଳିତବର୍ଷ ପୂଜାରେ ଲୋକମାନେ ନିଶ୍ଚିତ ଭାବେ ଅନେକ କିଛି ନୂଆ ଦେଖିବାର ସୁଯୋଗ ପାଇବେ। ଏ ନେଇ ବିଭିନ୍ନ ପୂଜା କମିଟି ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ଯୋଜନା କରାଯାଇଛି।
-ଦିଲୀପ କୁମାର ପ୍ରଧାନ, ସାଧାରଣ ସମ୍ପାଦକ, ସେଣ୍ଟ୍ରାଲ ପୂଜା କମିଟି

ପାରମ୍ପରିକ ରୀତିନୀତିରେ ହେବ ପୂଜା
ପାରମ୍ପରିକ ରୀତିନୀତିରେ ପୂଜା ଅନୁଷ୍ଠିତ ହେବ। ସାଂସ୍କୃତିକ କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ପ୍ରସାଦ ସେବନ ଓ ଭସାଣି ଉତ୍ସବ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି। ୨ ବର୍ଷ ପରେ ଆକର୍ଷଣୀୟ ଢଙ୍ଗରେ ପୂଜା ହେଉଥିବାରୁ ଉତ୍ସାହ ରହିଛି।
-ଅକ୍ଷୟ କୁମାର ଦାସ, କୋଷାଧ୍ୟକ୍ଷ, ସେଣ୍ଟ୍ରାଲ ପୂଜା କମିଟି

ଆଖି ଝଲସାଇବ ମୂର୍ତ୍ତି, ତୋରଣ
ଚଳିତବର୍ଷ ସମସ୍ତ ପୂଜା କମିଟି ନିଆରା ଢଙ୍ଗରେ ପୂଜା ପାଳନ କରିବାକୁ ଯୋଜନା କରିଛନ୍ତି। ତେଣୁ ଦର୍ଶକମାନେ ଏଥର ଅନୁଗୋଳ ପୂଜାରୁ ଭରପୂର ମଜା ପାଇପାରିବେ। ସେଥିପାଇଁ ପ୍ରସ୍ତୁତି ପର୍ବ ଏବେ ଜୋର୍‌ଧରିଛି।
-ବୀରେନ୍ଦ୍ର କୁମାର ନାୟକ, ଯୁଗ୍ମ ସମ୍ପାଦକ, ସେଣ୍ଟ୍ରାଲ ପୂଜା କମିଟି


Enter your email to get our daily news in your inbox.

All Right Reserved By Dharitri.Com

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri