Categories: ବାଣିଜ୍ୟ

ସିଟ୍ରୋନ୍‌ର ଅଲ୍‌ ନ୍ୟୁ ସି୩ ଏୟାରକ୍ରସ୍‌ ଏସ୍‌ୟୁଭି ଉନ୍ମୋଚିତ

ଭୁବନେଶ୍ୱର,୭।୧୦ (ଅଭୟ ଦାଶ): ଦେଶର ପ୍ରମୁଖ ବୈଦ୍ୟୁତିକ ଯାନ (ଇଭି) ତଥା ଫ୍ରେଞ୍ଚ କାର୍‌ ନିର୍ମାତା ସିଟ୍ରୋନ୍‌ର ବହୁ ପ୍ରତୀକ୍ଷିତ ସି ୩ ଏୟାରକ୍ରସ୍‌ ଏସ୍‌ୟୁଭିର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି ନୂଆ ସିଟ୍ରୋନ୍‌ ସି୩ ଏୟାରକ୍ରସ୍‌ ଏସ୍‌ୟୁଭିରେ ୯୦%ରୁ ଅଧିକ ସ୍ଥାନୀୟକରଣ ଏବଂ ଏହାକୁ ଭାରତୀୟ ଉପଭୋକ୍ତାଙ୍କ ସ୍ବତନ୍ତ୍ର ଆବଶ୍ୟକତା ପୂରଣ କରିବା ପାଇଁ ଡିଜାଇନ କରାଯାଇଛି। ଏପରିକି ଏହାର ସମସ୍ତ ଭାରିଆଣ୍ଟ୍‌ରେ ୧.୨ ଲିଟର ଜେନ୍‌ ୩ ଟର୍ବୋ ପ୍ୟୋର୍‌ଟେକ୍‌୧୧୦ ଇଞ୍ଜିନ୍‌ (୧୧୦ପିଏସ୍‌ ପାୱାର, ୧୯୦ଏନ୍‌ଏମ୍‌ ଟର୍କ) ଷ୍ଟାଣ୍ଡାର୍ଡ ଫିଚର ଭାବେ ଉପଲବ୍ଧ ରହିଛି। ଏପରିକି ସେଗ୍‌ମେଣ୍ଟର ସ୍ବତନ୍ତ୍ର ୫+୨ ସିଟ୍‌ ଫ୍ଲେକ୍ସି-ପ୍ରୋ ଭାରିଆଣ୍ଟ ଅତିରିକ୍ତ ୩୫,୦୦୦ ଟଙ୍କାରେ ଉପଲବ୍ଧ ହେଉଛି। ଅପରପକ୍ଷରେ ସିଟ୍ରୋନ୍‌ ସି୩ ଏୟାରକ୍ରସ୍‌ ଏସ୍‌ୟୁଭିରେ ସିଟ୍ରୋନ୍‌ ଆଡ୍‌ଭାନ୍ସଡ୍‌ କମ୍ଫର୍ଟ ରହିଛି, ଯାହା ବିବିଧ ସଡ଼କ ସ୍ଥିତିରେ ସର୍ବୋତ୍ତମ ଶ୍ରେଣୀର ଚାଳନା, ନିୟନ୍ତ୍ରଣ ଓ ଆରାମ ପ୍ରଦାନ କରୁଛି। ସି୩ ଏୟାରକ୍ରସ୍‌ ଏସ୍‌ୟୁଭିରେ ୧୭.୭୮ସେମି ଇଣ୍ଟେଲି-ସ୍ମାର୍ଟ ଟିଏଫ୍‌ଟି କ୍ଲଷ୍ଟର୍‌, ୨୬ସେମି ଇନ୍‌ଫୋଟେନ୍‌ମେଣ୍ଟ ସ୍କ୍ରିନ୍‌ ସହ ଓୟାରଲେସ୍‌ ଆଣ୍ଡ୍ରଏଡ୍‌ ଅଟୋ ଓ ଆପଲ୍‌ କାର୍‌ ପ୍ଲେ, ଇଏସ୍‌ପି ସହ ଆଡ୍‌ଭାନ୍ସଡ୍‌ ଟେକ୍‌ ସୁଟ୍‌, ହିଲ୍‌ ହୋଲ୍ଡ, ଟିପିଏମ୍‌ଏସ୍‌ ଓ ଇଞ୍ଜିନ୍‌ ଷ୍ଟାର୍ଟ/ଷ୍ଟପ୍‌ ଭଳି ଅନ୍ତର୍ନିହିତକାରୀ ଫିଚର ରହିଛି।
ଏ ସମ୍ପର୍କରେ ଷ୍ଟେଲାଣ୍ଟିସ୍‌ ଇଣ୍ଡିଆର ସିଇଓ ଓ ପରିଚାଳନା ନିର୍ଦ୍ଦେଶକ ରୋଲାଣ୍ଡ ବୌଚାରା କହିଛନ୍ତି,ଭାରତୀୟ ଗ୍ରାହକଙ୍କ ପାଇଁ ନିର୍ମିତ ଆମର ନୂଆ ସି୩ ଏୟାରକ୍ରସ୍‌ ଏସ୍‌ୟୁଭିର ଶୁଭାରମ୍ଭ କରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଏହି ଏସ୍‌ୟୁଭିକୁ ସିଟ୍ରୋନ୍‌ର ଡିଏନ୍‌ଏ-ଆରାମ ଓ ଉଦ୍ଭାବନର ପ୍ରମୁଖ ଉପାଦାନ ସହିତ ନିର୍ମାଣ କରାଯାଇଛି। ଏହା ଗତ ସେପ୍ଟେମ୍ବରରେ ବୁକିଂ ଆରମ୍ଭ ହେବା ପରଠାରୁ ଦେଶବ୍ୟାପୀ ଅତ୍ୟଧିକ ସକାରାତ୍ମକ ପ୍ରତିକ୍ରିୟା ହାସଲ କରିଛି। ଆମେ ପାର୍ବଣ ଋତୁର ଚାହିଦାକୁ ପୂରଣ କରିବା ପାଇଁ ଆମର ଉପତ୍ାଦନ ବୃଦ୍ଧି କରିଛୁ।

Share