Categories: ବାଣିଜ୍ୟ

ବେଦାନ୍ତ ଲାଞ୍ଜିଗଡ଼କୁ ସିଆଇଆଇ ପୁରସ୍କାର

ଭୁବନେଶ୍ୱର,୨୦।୧୨: ବେଦାନ୍ତ ଲାଞ୍ଜିଗଡ଼କୁ ଜଳ ପରିଚାଳନାରେ ଉତ୍କର୍ଷ ପାଇଁ ସିଆଇଆଇ ପକ୍ଷରୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ଏହି ପ୍ରତିଯୋଗିତାରେ ଭାଗନେଇଥିବା ଶହେ ପ୍ରତିଭାଗୀଙ୍କ ମଧ୍ୟରେ କମ୍ପାନୀକୁ ‘ବିଦିନ ଦି ଫେନ୍ସ ବର୍ଗ’ରେ ଉଲ୍ଲେଖନୀୟ ଜଳ ପରିଚାଳକ ୟୁନିଟ ଭାବେ ଏହି ପୁରସ୍କାର ମିଳିଛି। ଚଳିତ ମାସ ୧୬ ତାରିଖରେ ସିଆଇଆଇ ପକ୍ଷରୁ ଆୟୋଜିତ ଏକ ଭର୍ଚୁଆଲ କାର୍ଯ୍ୟକ୍ରମରେ ଯୋଗଦେଇ କମ୍ପାନୀ ପକ୍ଷରୁ ପରିବେଶ ବିଭାଗର ମୁଖ୍ୟ ସନ୍ତୋଷ କୁମାର ନାୟକ ଏହି ପୁରସ୍କାର ଗ୍ରହଣ କରିଥିଲେ। ପ୍ରଭାବଶାଳୀ ଭାବେ ଜଳ ଭଳି ସାଧନର ପରିଚାଳନା ନିମନ୍ତେ ବେଦାନ୍ତ ଲାଞ୍ଜିଗଡ଼ ପକ୍ଷରୁ ଗ୍ରହଣ କରାଯାଉଥିବା ଉଲ୍ଲେଖନୀୟ ପଦକ୍ଷେପ ତଥା ଏ ଦିଗରେ କମ୍ପାନୀର ନେତୃତ୍ୱ ଏବଂ ପ୍ରଚେଷ୍ଟା ପାଇଁ ଏହି ପୁରସ୍କାର ଏକ ବିଶେଷ ସ୍ବୀକୃତି ପ୍ରଦାନ କରିବ। ସେହିଭଳି ନିୟମିତ ଜଳର ପର୍ଯ୍ୟବେକ୍ଷଣ ପାଇଁ ମଧ୍ୟ କମ୍ପାନୀ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଜଳ ପରିଚାଳନା କ୍ଷେତ୍ରରେ ଅନ୍ୟତମ ଉଲ୍ଲେଖନୀୟ ସଫଳତା ଭାବେ ବେଦାନ୍ତ ଲାଞ୍ଜିଗଡ଼ ଏହାର ସ୍ପେସିଫିକ ୱାଟର କଞ୍ଜପସନକୁ ୨୦୧୫-୧୬ ଆର୍ଥିକ ବର୍ଷର ଟନ ପ୍ରତି ୩.୦୩ ଏମ ଥ୍ରି ରୁ ୨୦୧୯-୨୦ ଆର୍ଥିକ ବର୍ଷରେ ଟନ ପ୍ରତି ୧.୯୬ ଏମ ଥ୍ରି କୁ ହ୍ରାସ କରିପାରିଛି। ରେନ୍‌ ୱାଟର ହାରଭେଷ୍ଟିଂ ପାଇଁ ମଧ୍ୟ କମ୍ପାନୀ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି I ଏହି ଅବସରରେ ବେଦାନ୍ତ ଲାଞ୍ଜିଗଡ଼ର ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ କହିଛନ୍ତି,ବେଦାନ୍ତ ଲାଞ୍ଜିଗଡ଼ରେ ସମସ୍ତ କାର୍ଯ୍ୟ ଓ ପ୍ରକ୍ରିୟାରେ ‘ସାଧନର ମିତବ୍ୟୟିତା,ପୁନଃ ବ୍ୟବହାର ଓ ପୁନଃ ଚକ୍ରଣ’ ଉପରେ ଗୁରୁତ୍ୱ ପ୍ରଦାନ କରାଯାଏ।

Share