Categories: ଜାତୀୟ

କେବେ ଆସିବ କରୋନା ଟିକା, ସରକାର ଦେଲେ ସ୍ପଷ୍ଟୀକରଣ

ନୂଆଦିଲ୍ଲୀ,୫।୭:ମହାମାରୀ କରୋନା ଭୂତାଣୁକୁ ରୋକିବା ଲାଗି ପ୍ରସ୍ତୁତ କରାଯାଉଥିବା ଟିକାକୁ ନେଇ ରାଜନୀତି ଆରମ୍ଭ ହୋଇଛି। ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ(ଆଇସିଏମ୍‌ଆର୍‌) କରୋନା ଭାଇରସ୍‌ ଟିକା ପ୍ରସ୍ତୁତ କରିବା ଅଭିଯାନକୁ ଜୋର୍‌ଦାର କରି ଅଗଷ୍ଟ ୧୫ ତାରିଖରେ ଏହି ଟିକା ଲଞ୍ଚ୍‌ କରାଯିବ ବୋଲି କହିଥିଲା। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆପତ୍ତି ଉଠାଯିବା ପରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ସ୍ପଷ୍ଟୀକରଣ ଦିଆଯାଇଛି। ୨୦୨୧ ପୂର୍ବରୁ ଏହି ଟିକା ଆସିବ ନାହିଁ ବୋଲି ମନ୍ତ୍ରଣାାଳୟ ପକ୍ଷରୁ କୁହାଯାଇଛି। ମୋଟ ୧୪୦ ଟିକା ମଧ୍ୟରୁ ଏବେ ୧୧ଟି ମଣିଷଙ୍କ ଶରୀରରେ ପରୀକ୍ଷା ପାଇଁ ପ୍ରସ୍ତୁତ ରହିଛି। ଏଥିମଧ୍ୟରୁ ଦୁଇଟି ଭାରତରେ ପ୍ରସ୍ତୁତ କରାଯାଇଛି। ସେଥିମଧ୍ୟରୁ ଗୋଟିଏ ଆଇସିଏମଆର ଏବଂ ବାୟୋଟେକ ମିଶି ଟିକା ତିଆରି କରିଥିବା ବେଳେ ଅନ୍ୟଟି ଜାୟଡସ କ୍ୟାଡିଲ ତିଆରି କରିଛି। ହେଲେ ଏହାର ବ୍ୟବହାର ପାଇଁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Share