ଆସୁଛି ବଡ଼ଦିନ: ଜମିଲାଣି ବଜାର

ଆସୁଛି ବଡ଼ଦିନ। ରାଜଧାନୀରେ ଧୀରେ ଧୀରେ ଜମିଲାଣି ସାନ୍ତାକ୍ଲଜ, କ୍ରିସ୍‌ମାସ ଟ୍ରି, ଲାଇଟିଂ ଷ୍ଟାର ଓ ସାଜସଜ୍ଜା ସାମଗ୍ରୀର ବେପାର। ଭଳିକି ଭଳି ସୁସ୍ବାଦୁ କେକ୍‌ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ଚର୍ଚ୍ଚକୁ ମଧ୍ୟ ସଜ୍ଜିତ କରାଯାଉଛି। କରୋନା ମହାମାରୀ ଆତଙ୍କ ଭିତରେ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ବଡ଼ଦିନ ପବର୍ର୍ ଖୁସି ଓ ଉତ୍ସାହ ଆଣିଛି। କିପରି ହସଖୁସିରେ ସେମାନେ ଏହି ପର୍ବ ପାଳନ କରିବେ ସେନେଇ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି।

ଭୁବନେଶ୍ୱର,୨୨ା୧୨(ବ୍ୟୁରୋ): ଭୁବନେଶ୍ୱରର ୟୁନିଟ-୪, ସତ୍ୟନଗର, ନୀଳାଦ୍ରିବିହାର, ଆଚାର୍ଯ୍ୟ ବିହାର, ନୟାପଲ୍ଲୀ, ଖାରବେଳନଗର, ବରମୁଣ୍ଡା ପ୍ରଭୃତି ବିଭିନ୍ନ ସ୍ଥାନରେ ୧୦ରୁ ଊର୍ଦ୍ଧ୍ୱ ବାପ୍‌ଟିଷ୍ଟ ଓ କ୍ୟାଥୋଲିକ୍‌ ଚର୍ଚ୍ଚ ରହିଛି। ଏସବୁ ଚର୍ଚ୍ଚଗୁଡ଼ିକରେ ବଡ଼ଦିନ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜନ ଲାଗି ପ୍ରସ୍ତୁତି ଚାଲିଛି। ସେହିପରି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ନିଜ ଘର ସାଜସଜ୍ଜାରେ ଲାଗିପଡ଼ିଛନ୍ତି। ଅନ୍ୟପକ୍ଷରେ ବଜାରରେ ବ୍ୟବସାୟୀମାନେ ବିଭିନ୍ନ ସାମଗ୍ରୀର ପସରା ମେଲାଇଛନ୍ତି।
ଗତ ବର୍ଷ ବେପାର ମାନ୍ଦା ଥିଲା
ସତ୍ୟନଗର ମୁଖ୍ୟରାସ୍ତା ପାର୍ଶ୍ୱରେ ଅଶୋକ କୁମାର ମହାନ୍ତି ସାନ୍ତାକ୍ଲଜ୍‌, ଲାଇଟିଂ ଷ୍ଟାର, ମ୍ୟୁଜିକ ସାନ୍ତାକ୍ଲଜ, ଖ୍ରୀଷ୍ଟମାସ୍‌ ଟ୍ରି ପ୍ରଭୃତି ବିଭିନ୍ନ ପ୍ରକାର ସାମଗ୍ରୀର ପସରା ମେଲାଇଛନ୍ତି। ୧୦ ଟଙ୍କାରୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ସାମଗ୍ରୀ ତାଙ୍କ ପାଖରେ ଉପଲବ୍ଧ। ପ୍ରତିବର୍ଷ ଖ୍ରୀଷ୍ଟମାସରେ ସେ ଗ୍ରାହକଙ୍କ ପାଇଁ ନୂଆ ନୂଆ ସାମଗ୍ରୀ ଆଣିଥାନ୍ତି। ଭଲ ବେପାର ହୁଏ। ମାତ୍ର ଗତ ବର୍ଷ କରୋନା କଟକଣା ଯୋଗୁ ବେପାର ମାନ୍ଦା ଥିଲା। କିନ୍ତୁ ଏବର୍ଷ ଭଲ ବ୍ୟବସାୟ ହେବା ନେଇ ସେ ଆଶାବାଦୀ। ବଡ଼ଦିନ ଯେତେ ପାଖେଇ ଆସୁଛି ବଜାର ସେତେ ଜମୁଛି ବୋଲି ଅଶୋକ କହିଛନ୍ତି।

ପୂର୍ବାପେକ୍ଷା ଦାମ୍‌ ବଢିଛି
ସତ୍ୟନଗରଠାରେ ଅନ୍ୟ ଜଣେ ବ୍ୟବସାୟୀ ସନ୍ତୋଷ କୁମାର ପୃଷ୍ଟି ଛୋଟ ଉଠାଦୋକାନ ଖୋଲିଛନ୍ତି। ସେ କହିଛନ୍ତି, ପୂର୍ବ ବର୍ଷଠାରୁ ଏ ବର୍ଷ ସାମଗ୍ରୀଗୁଡ଼ିକର ଦାମ୍‌ ବଢିଛି। ତେଣୁ ବେପାର ସେତେ ହେଉନାହିଁ। ତଥାପି ଆଗକୁ ଭଲ ବେପାର ହେବ ବୋଲି ଆଶା ବାନ୍ଧିଛି। ସକାଳ ୧୦ଟାରୁ ରାତି ୮ଟା ପର୍ଯ୍ୟନ୍ତ ଦୋକାନ ଖୋଲି ଗ୍ରାହକଙ୍କୁ ଚାହିଁବସୁଛି।

ଆତ୍ମିକ ଆନନ୍ଦ ମିଳିବ
କୋଭିଡ୍‌ ଗାଇଡ୍‌ଲାଇନ ଅନୁଯାୟୀ ଚଳିତ ବର୍ଷ ମଧ୍ୟ ଚର୍ଚ୍ଚରେ ଖ୍ରୀଷ୍ଟମାସ ପାଳନ ହେବ। ଥରକେ ୨୦୦ ଜଣ ଲୋକଙ୍କୁ ନେଇ ୩ରୁ ୪ ଭାଗରେ ଚର୍ଚ୍ଚରେ ପ୍ରାର୍ଥନା କରାଯିବ। ଆଡମ୍ବରପୂର୍ଣ୍ଣ କିମ୍ବା ନାଇଟ୍‌ ଭିଜିଲ ହେବନାହିଁ, ଯାହାକି ଲୋକଙ୍କୁ କିଛି ମାତ୍ରାରେ ନିରାଶ କରିବ। ସେମାନେ କେବଳ ଆତ୍ମିକ ଆନନ୍ଦର ସୁଯୋଗ ପାଇବେ ବୋଲି ସତ୍ୟନଗରସ୍ଥିତ ସେଣ୍ଟ ଭିନ୍‌ସେଣ୍ଟ୍‌ସ୍‌ ପ୍ରୋ କାଥେଡ୍ରାଲ ଚର୍ଚ୍ଚର ଫାଦର ଅଜୟ କୁମାର ଶୋଭାସୁନ୍ଦର କହିଛନ୍ତି।

ଉତ୍ସବ ପାଳନ ବନ୍ଦ ନ ହେଉ
କୋଭିଡ୍‌ ଆସିବ ବୋଲି ଉତ୍ସବ ପାଳନ ବନ୍ଦ କରିବା ଉଚିତ୍‌ ନୁହେଁ। ଜୀବନରେ ସବୁ ମୁହୂର୍ତ୍ତକୁ ସ୍ମରଣୀୟ କରିବାର ଅଛି। ଆଡମ୍ବରପୂର୍ଣ୍ଣ ନ ହେଲେ ବି ପରିବାର ସହ ଘରେ ରହି ଖ୍ରୀଷ୍ଟମାସ ପାଳନ କରିବି ବୋଲି ମଞ୍ଚେଶ୍ୱର ଅଧିବାସୀ ବର୍ଣ୍ଣାଶ୍ରୀ ମହାନ୍ତି କହିଛନ୍ତି। ସେ ଘର ସଜାଇବା ଲାଗି ସାମଗ୍ରୀ କିଣିବାକୁ ଦୋକାନକୁ ଆସିଥିବା ପ୍ରକାଶ କରିଥିଲେ।
ରିପୋର୍ଟ-ଶର୍ମିଷ୍ଠା ପାଣିଗ୍ରାହୀ


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri