ଖ୍ରୀଷ୍ଟିୟାନା ନାଗଙ୍କୁ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ

ଲୋଇସିଂହା,୫ା୧(ସୁଶାନ୍ତ ବାରିକ):ପୌଷ ପୂର୍ଣ୍ଣିମା ଅବସରରେ ବଲାଙ୍ଗୀର ଜିଲା ଲୋଇସିଂହା ଦୁର୍ଗାମଣ୍ଡପରେ ୨ଦିନ ଧରି ଚାଲିଥିବା ୧୬ତମ ଲୋଇସିଂହା ମହୋତ୍ସବ ଶନିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ୧୫ ବର୍ଷରୁ ଊର୍ଦ୍ଧ୍ୱ ପିଲାଙ୍କୁ ନେଇ ପ୍ରଥମଥର ର଼୍ୟାମ୍ପ ଶୋ’ ତଥା ଲୋଇସିଂହା ସୁନ୍ଦରୀ ପ୍ରତିଯୋଗିତା ହୋଇଥିଲା। ଏଥିରେ ଲୋଇସିଂହା ସମେତ ବିଭିନ୍ନ ଅଞ୍ଚଳରୁ ୧୬ ଜଣ ପ୍ରତିଯୋଗୀ ଭାଗନେଇଥିଲେ। ଲୋଇସିଂହା ଢୋଲମହୁଲର ଖ୍ରୀଷ୍ଟିୟାନା ନାଗ ପ୍ରଥମ ଲୋଇସିଂହା ସୁନ୍ଦରୀ ମୁକୁଟ ହାସଲ କରିଥିଲେ। ସେହିପରି ବାଳକ ବର୍ଗରେ ଅନୁଷ୍ଠିତ କବାଡ଼ି ପ୍ରତିଯୋଗିତାର ଫାଇନାଲରେ ସମ୍ବଲପୁରକୁ ହରାଇ ଛଡିଶଗଡ଼ ମହାସମୁନ୍ଦ ଦଳ ଚାମ୍ପିୟନ ହୋଇ ଟ୍ରଫି ସହିତ ୧୫ ହଜାର ଟଙ୍କା ପୁରସ୍କାର ଗ୍ରହଣ କରିଥିଲେ। ବାଳିକା ବର୍ଗରେ ଅନୁଷ୍ଠିତ କବାଡ଼ି ପ୍ରତିଯୋଗିତାରେ ବଲାଙ୍ଗୀରକୁ ହରାଇ ସମ୍ବଲପୁର ଟିମ୍‌ ଚାମ୍ପିୟନ ହୋଇ ଟ୍ରଫି ସହ ୧୦ ହଜାର ଟଙ୍କା ପୁରସ୍କାର ଗ୍ରହଣ କରିଛି। ସେହିପରି ଉତ୍ସବରେ ଅନୁଷ୍ଠିତ ୧୬ଟି ପ୍ରତିଗୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି। ଏଥିସହ ଅବସରପ୍ରାପ୍ତ ବନ ଅଧିକାରୀ ରାଜକିଶୋର ନାଏକ, ନନ୍ଦକିଶୋର ନାଏକ, ଯୁବ ପ୍ରଶାସକ ଅମିତ ମେହେର, ବିଶିଷ୍ଟ କଳାକାର ଶଙ୍କର ବେହେରା, ମହେନ୍ଦ୍ର ସାହୁ, ପ୍ରଭାକର ସାହୁ ଓ ସାରଙ୍ଗ ଭୋଇଙ୍କୁ ସମ୍ମାନିତ କରାଯାଇଥିଲା। ଉତ୍ସବ ଅବସରରେ ୨ ଦିନ ଧରି ସନ୍ଧ୍ୟା ସମୟରେ ସାଂସ୍କୃତିକ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ସଭାରେ ଅଞ୍ଚଳର ପ୍ରତିଷ୍ଠିତ ରାଜନେତା ଓ ବ୍ୟକ୍ତିବିଶେଷ ଯୋଗଦେଇ ମହୋତ୍ସବ ସମ୍ପର୍କରେ ଆଲୋକପାତ କରିଥିଲେ। ଆୟୋଜକ କମିଟି ସଭାପତି ପ୍ରଣବ କିଶୋର ସିଂ ରାଏ, କାର୍ଯ୍ୟକାରୀ ସଭାପତି ଭୂତନାଥ ନାଏକ, ସମ୍ପାଦକ ରବୀନ୍ଦ୍ର ପୁଟେଲ, ଆନନ୍ଦ ପୁଟେଲ, ପ୍ରଶାନ୍ତ ସାହୁ, ଭୂଳାନାଥ ସାହୁ, ସୁଶୀଲ ବିଶ୍ୱାଳ, ପ୍ରକାଶ ମହାରଣା ପ୍ରମୁଖ ମହୋତ୍ସବର ପୁରୋଧା ଥିଲେ। ଉଦ୍‌ଯାପନୀ ସନ୍ଧ୍ୟାରେ ମହିଳାଙ୍କ କୀର୍ତ୍ତନ, ହାସ୍ୟ ଅଭିନେତା ହରିଭାଇଙ୍କ କମେଡିର ଭରପୂର ମଜା ନେଇଥିଲେ ଦର୍ଶକ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଧାନ ଉଠେଇଲେନି ମିଲର୍ସ: ଦାବି ପୂରଣ ନ ହେବାରୁ…

ବରଗଡ଼,୬।୧(ପ୍ରେମାନନ୍ଦ ଖମାରୀ): ଆଉ ୨ସପ୍ତାହ ପରେ ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟାକୁ ୨ମାସ ବିତିବ। ହେଲେ ଜିଲାରେ ଧାନ କିଣାବିକା ସମସ୍ୟା ଅସମାହିତ...

ମିଲର୍ସଙ୍କ ଆନ୍ଦୋଳନ ପରେ ବଢ଼ିଲା ଧାନ ବିକ୍ରି ଜଟିଳତା

ବରଗଡ଼,୬।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ କିଣାବିକା ସମସ୍ୟା ଲାଗି ରହିଛି। ଜିଲାରେ ମଣ୍ଡି ଖୋଲିବାର ମାସାଧିକ କାଳ ବିତିଯାଜଛି। ଧାନ କିଣାବିକା ବ୍ୟବସ୍ଥା ଠିକ୍‌...

ମିଲରଙ୍କ ଆନ୍ଦୋଳନ, ଧାନ ଉଠାଣ ବନ୍ଦ

ଭବାନୀପାଟଣା,୬ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଗତ ନଭେମ୍ବର ୨୯ରୁ ଆରମ୍ଭ ହୋଇଥିଲା। ହେଲେ ପ୍ରାରମ୍ଭିକ ପର୍ଯ୍ୟାୟରେ ମିଲରଙ୍କ ସହଯୋଗ...

ନ୍ୟୁଜିଲ୍ୟାଣ୍ଡ ସହ ହେବାକୁ ଥିବା ଓ୍ବାନ ଡେ’ ସିରିଜ ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୬।୧: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନିର୍ଦ୍ଦେଶ ପରେ, ବିରାଟ କୋହଲି ବିଜୟ ହଜାରେ ଟ୍ରଫି 2025-26 ର ପ୍ରଥମ ଦୁଇଟି ମ୍ୟାଚରେ ବ୍ୟାଟ...

ICCର ଜବାବ ପରେ ହିଁ ପରବର୍ତ୍ତି ପଦକ୍ଷେପ ନେବ ବାଂଲାଦେଶ, T20 World Cup 2026 ଉପରେ ଏବେବି ସସପେନ୍ସ

ନୂଆଦିଲ୍ଲୀ,୬।୧: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ୭, ୨୦୨୬ ରେ ଆରମ୍ଭ ହେବାକୁ ଯାଉଛି, କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ...

ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଗଣବଳାତ୍କାର, କପା ବାଡ଼ରେ କାମ କରିବା ବେଳେ ୩ ଜଣ…

ରାୟଗଡ଼ା/ଗୁଡ଼ାରୀ,୬/୧(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ଗୁଡ଼ାରୀ ଥାନା ଅନ୍ତର୍ଗତ ନାଇରା ଗାଁରେ ଏକ ଲଜ୍ଜାଜନକ ଘଟଣା ଘଟିଛି। ସୋମବାର ଅପରାହ୍ନ ପ୍ରାୟ ୪ଟା ସମୟରେ...

AIMIM ମୁଖ୍ୟ ଓଓ୍ବାଇସିଙ୍କ କେତେ ସନ୍ତାନ, ଜାଣନ୍ତୁ କେତେ ପୁଅ କେତେ ଝିଅ

ନୂଆଦିଲ୍ଲୀ,୬।୧: ମହାରାଷ୍ଟ୍ରରେ ଭାଜପା ନେତା ନବନୀତ ରାଣା ହିନ୍ଦୁମାନଙ୍କୁ ଚାରିଟି ସନ୍ତାନ ଜନ୍ମ କରିବାକୁ ଅନୁରୋଧ କରିଥିଲେ। ସେବେଠାରୁ ରାଜନୀତି ଜୋର ଧରିଛି। AIMIM ମୁଖ୍ୟ...

କ୍ୟାଣ୍ଡିଠୁ ବି ଶସ୍ତା ପେଟ୍ରୋଲ! ମାତ୍ର ୧ ଟଙ୍କାରେ ମିଳିବ ୧ ଲିଟର

ନୂଆଦିଲ୍ଲୀ,୬ା୧: ବର୍ତ୍ତମାନ ଅନ୍ତର୍ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଲଚଲ ଦେଖାଦେଇଛି । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମାଦୁରୋଙ୍କୁ ଆମେରିକୀୟ ସାମରିକ ଅଭିଯାନର ଅଂଶ ଭାବରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri