ଗେଲ୍‌ଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ; ଖେଳିପାରିବେ ଆଇପିଏଲ୍‌

ଦୁବାଇ, ୨୫।୮: ଓ୍ବେଷ୍ଟଇଣ୍ଡିଜ ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଛି। ଫଳରେ ସେ ଆଇପିଏଲ୍‌ର ଆଗାମୀ ତ୍ରୟୋଦଶ ସଂସ୍କରଣରେ କିଙ୍ଗ୍ସ ଇଲେଭେନ ପଞ୍ଜାବ ପକ୍ଷରୁ ଖେଳିପାରିବେ। ଆଇପିଏଲ୍‌-୧୩ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ରିପୋର୍ଟ ନେଗେଟିଭ ଆସିବା ପରେ ଗେଲ୍‌ ଏବେ ୟୁଏଇ ଯିବାରେ କୌଣସି ଅସୁବିଧା ନାହିଁ। ଏଠାରେ ଉଲ୍ଲେଖଯୋଗ୍ୟ, ବିଶ୍ୱର ମହାନ ଧାବକ ଜାମାଇକାର ଉସେନ ବୋଲ୍ଟଙ୍କ କରୋନା ରିପୋର୍ଟ ନିକଟରେ ପଜିଟିଭ ଆସିଥିଲା। ବୋଲ୍ଟ କରୋନା ଆକ୍ରାନ୍ତ ଜଣାପଡ଼ିବା ପୂର୍ବରୁ ସେ ତାଙ୍କର ୩୪ତମ ଜନ୍ମଦିବସ ପାର୍ଟି ପାଳନ କରିଥିଲେ। ଗଣମାଧ୍ୟମ ରିପୋର୍ଟ ମୁତାବକ ବୋଲ୍ଟଙ୍କ ଏହି ଜନ୍ମଦିନ ପାର୍ଟିରେ ଯେଉଁ କେତେଜଣ ଅତିଥି ଯୋଗଦେଇଥିଲେ ସେମାନଙ୍କ ମଧ୍ୟରେ ଗେଲ୍‌ ଅନ୍ୟତମ ଥିଲେ। ତେଣୁ ବୋଲ୍ଟ କରୋନା ଆକ୍ରାନ୍ତ ଜଣାପଡ଼ିବା ପରେ ଗେଲ୍‌ ମଧ୍ୟ ନିଜର ଟେଷ୍ଟ କରାଇ ନେଇଥିଲେ।

Share