ଚେହେରା ଅନୁସାରେ ଏଭଳି ବାଛନ୍ତୁ ଇୟର୍‌ ରିଂ

ମହିଳାମାନଙ୍କୁ ଆକର୍ଷଣୀୟ ଲୁକ୍‌ ଦେବାରେ ଇୟର୍‌ ରିଂର ମଧ୍ୟ ବିଶେଷ ଭୂମିକା ରହିଥାଏ। ତେବେ ସବୁ ମହିଳାଙ୍କୁ ଯେ ସବୁ ପ୍ରକାରର ଇୟର୍‌ ରିଂ ମାନିବ ତାହା ବି ଭାବିବା ଠିକ୍‌ ନୁହେଁ। କାରଣ ପ୍ରତ୍ୟେକ ମହିଳାଙ୍କର ମୁହଁର ଗଢ଼ଣ ଭିନ୍ନ ଭିନ୍ନ ହୋଇଥାଏ। ତେବେ କେଉଁ ଗଢ଼ଣର ଚେହେରାକୁ କେଉଁ ଇୟର୍‌ ରିଂ ପିନ୍ଧିଲେ ଭଲ ମାନିଥାଏ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ରାଉଣ୍ଡ ବା ଗୋଲ ଚେହେରା: ଯେଉଁ ମହିଳାମାନଙ୍କର ମୁହଁ ଗୋଲ୍‌ ବା ରାଉଣ୍ଡ ଶେପ୍‌ର ହୋଇଥାଏ, ସେମାନଙ୍କୁ ଲମ୍ବା ଡିଜାଇନ୍‌ ବାଲା ଇୟର ରିଂ ବେଶ୍‌ ଭଲ ମାନିଥାଏ। ବିଶେଷକରି ହ୍ୟାଙ୍ଗିଂ ଇୟର୍‌ ରିଂ ତଥା ମୋତି, କ୍ରିଷ୍ଟାଲ୍‌ ଅବା ଜେମ୍ସ ଷ୍ଟୋନ୍‌ର କାମ ହୋଇଥିବା ଡାଙ୍ଗଲର୍‌ ଇୟର ରିଂ ବି ଗୋଲ ଚେହେରାକୁ ସୁନ୍ଦର ଦେଖାଯାଇଥାଏ। କିନ୍ତୁ ରାଉଣ୍ଡ ଶେପ୍‌ର ଇୟର ରିଂ ଏହି ଚେହେରା ପାଇଁ ଆଦୌ ପରଫେକ୍ଟ ନୁହେଁ, କାରଣ ଏହା ଚେହେରାକୁ ଆହୁରି ଗୋଲାକାର ଲୁକ୍‌ ଦେଇଥାଏ।

ସ୍କୋୟାର୍‌ ବା ବର୍ଗାକାର ଚେହେରା: ବର୍ଗାକାର ଆକୃତି ଚେହେରା ଯେଉଁମାନଙ୍କର ସେମାନଙ୍କର ଥୋମଣି ପାଖ ଅଂଶ ସାମାନ୍ୟ ଚଉଡ଼ା ଦେଖାଯାଇଥାଏ। ତେଣୁ ଏପରି ଚେହେରା ଥିବା ମହିଳାମାନଙ୍କୁ ଟିୟର୍‌ ଡ୍ରପ୍‌ ତଥା ମିଡିୟମ୍‌ ସାଇଜ୍‌ର ଜେମ୍ସ ଷ୍ଟୋନ ଦ୍ୱାରା ସଜ୍ଜିତ ରୁପା ଅଥବା ସୁନାର ଇୟର ରିଂ ବି ବେଶ୍‌ ଭଲ ମାନିଥାଏ। ଏପରିକି ସେମାନେ ଚାହିଁଲେ ଡାଙ୍ଗଲର୍‌ ଇୟର୍‌ ରିଂ ବି ଟ୍ରାଏ କରିପାରିବେ। ହେଲେ ଏହାକୁ କିଣିବା ପୂର୍ବରୁ ଇୟର୍‌ ରିଂର ଶେପ୍‌ ଉପରେ ବିଶେଷ ଧ୍ୟାନ ଦେବେ। ମୁଖ୍ୟତଃ ଫ୍ଲାଓ୍ବାର୍‌, ସରକ୍ୟୁଲାର୍‌ ଏବଂ ହାର୍ଟ ଶେପ୍‌ର ଇୟର୍‌ ରିଂ ବର୍ଗାକାର ଚେହେରାକୁ ସୁନ୍ଦର ଦେଖାଯାଇଥାଏ। ଅନ୍ୟପକ୍ଷେ ଗୋଲ ତଥା ଚୋକର ଆକୃତିର ବଡ଼ ଇୟର ରିଂ ବର୍ଗାକାର ଚେହେରାକୁ ଆହୁରି ଚଉଡ଼ା ଲୁକ୍‌ ଦେଇଥାଏ। ତେଣୁ ଏହାକୁ ଟ୍ରାଏ ନ କରିବା ଭଲ।

ଓଭାଲ୍‌ ବା ଅଣ୍ଡାକୃତି ଚେହେରା: ଏହି ଚେହେରା ଥିବା ମହିଳାମାନଙ୍କୁ ସବୁ ପ୍ରକାରର ଇୟର୍‌ ରିଂ ବେଶ୍‌ ଭଲ ମାନିଥାଏ। ଅନ୍ୟ ଫେସ୍‌କଟ୍‌ର ମହିଳାମାନଙ୍କୁ ଯେଉଁଠି ସେମାନଙ୍କ ଫେସ୍‌ ଆକାରର ଇୟର୍‌ ରିଂ ପିନ୍ଧିବାକୁ ମନା କରାଯାଇଥାଏ, ସେଠି ଅଣ୍ଡାକୃତି ଚେହେରା ଥିବା ମହିଳାଙ୍କୁ କିନ୍ତୁ ଓଭାଲ୍‌ ଶେପ୍‌ର ଇୟର୍‌ ରିଂ ପିନ୍ଧିବାକୁ କୁହାଯାଇଥାଏ। କାରଣ ଏହି ଶେପ୍‌ର ଇୟର୍‌ ରିଂ ମହିଳାଙ୍କୁ ଏଲିଗାଣ୍ଟ ଲୁକ୍‌ ଦେଇଥାଏ। ଟିୟର୍‌ ଡ୍ରପ୍‌ ଇୟର୍‌ ରିଂ ବି ଅଣ୍ଡାକୃତି ଚେହେରା ଥିବା ମହିଳାଙ୍କ ପାଇଁ ଅନ୍ୟ ଏକ ଭଲ ବିକଳ୍ପ ହୋଇଥାଏ।

ଡାଇମଣ୍ଡ ଓ ହାର୍ଟ ଶେପ୍‌ର ଚେହେରା: ଏହି ଧରଣର ଫେସ୍‌କଟ୍‌ ଥିବା ମହିଳାମାନଙ୍କର ଥୋମଣି ଅଂଶଟି ପତଳା ଓ ଗାଲ ଶାର୍ପ ଦେଖାଯାଇଥାଏ। ତେଣୁ ଏଭଳି ଚେହେରା ଥିବା ମହିଳାମାନେ ତଳ ଆଡକୁ ଚଉଡ଼ା ଡିଜାଇନ୍‌ ହୋଇଥିବା ଇୟର୍‌ ରିଂକୁ ଚୁଜ୍‌ କରିବା ଦରକାର। ଖାସ୍‌କରି ଡାଙ୍ଗଲର୍‌, ଟିୟର୍‌ ଡ୍ରପ୍‌ ଅଥବା ଝୁମ୍‌କା ଡିଜାଇନ୍‌ର ଇୟର୍‌ ରିଂ ଏଥିପାଇଁ ବେଷ୍ଟ ଅପ୍ସନ ହୋଇଥାଏ। କାରଣ ଏଗୁଡ଼ିକ ଫେସ୍‌କୁ ବାଲାନ୍ସ ଲୁକ୍‌ ଦେଇଥାଏ। ଅନ୍ୟପକ୍ଷେ ରାଉଣ୍ଡ ଡିଜାଇନ୍‌ ଅଥବା ଚୋକର୍‌ କିମ୍ବା ଷ୍ଟଡ୍‌ ଷ୍ଟାଇଲ୍‌ର ଇୟର୍‌ ରିଂ ହାର୍ଟ ଶେପ୍‌ର ଚେହେରାକୁ ସେତେ ଭଲ ମାନି ନଥାଏ।

ଟ୍ରାଏଙ୍ଗେଲ୍‌ ବା ତ୍ରିକୋଣ ଆକୃତିର ଚେହେରା: ଏଭଳି ଚେହେରା ଥିବା ମହିଳାମାନେ ଚେନ୍‌ ହ୍ୟାଙ୍ଗିଙ୍ଗ୍‌ ବାଲା ଅଥବା ତଳ ଆଡକୁ ଚଉଡ଼ା ଡିଜାଇନ୍‌ ହୋଇଥିବା ବାଲା ଇୟର୍‌ ରିଂ ପିନ୍ଧିଲେ ଲୁକ୍‌ ଆକର୍ଷଣୀୟ ଲାଗିଥାଏ। ଏପରିକି ଝୁମ୍‌କା ଷ୍ଟାଇଲ୍‌ ବା ଟିୟର୍‌ ଡ୍ରପ୍‌ ଷ୍ଟାଇଲ୍‌ର ଇୟର ରିଂ ବି ଏହି ଚେହେରାକୁ ବେଶ୍‌ ଭଲ ମାନିଥାଏ। ବିଶେଷକରି ଡାଇମଣ୍ଡ ଶେପ୍‌ର ଝୁମ୍‌କା ଟ୍ରାଏଙ୍ଗେଲ୍‌ ଫେସ୍‌କୁ କଣ୍ଟ୍ରାଷ୍ଟ ଲୁକ୍‌ ଦେଇଥାଏ। ଅନ୍ୟପକ୍ଷେ ଜ୍ୟୋମେଟ୍ରିକାଲ୍‌ ଶେପ୍‌ ଅଥବା ଷ୍ଟଡ୍‌ ଡିଜାଇନ୍‌ର ଇୟର୍‌ ରିଂ ଏହି ଚେହେରା ଥିବା ମହିଳାମାନଙ୍କୁ ସେତେ ଭଲ ମାନେନାହିଁ।

ଲମ୍ବା ତଥା ପତଳା ଚେହେରା: ଯେଉଁମାନଙ୍କର ଚେହେରା ଟିକେ ଲମ୍ବା ଆଉ ପତଳା ଦେଖାଯାଇଥାଏ, ସେମାନେ ଚାହିଁଲେ ମିଡିୟମ୍‌ ସାଇଜ୍‌ର ହ୍ୟାଙ୍ଗିଙ୍ଗ୍‌ ଇୟର୍‌ ରିଂ ଟ୍ରାଏ କରିପାରିବେ। ଏହା ଚେହେରାକୁ ଓ୍ବାଇଡ୍‌ ଲୁକ୍‌ ଦେଇଥାଏ। ସେହିପରି ଗ୍ଲାମର୍‌ ଲୁକ୍‌ ପାଇଁ ଏହି ଚେହେରା ଥିବା ମହିଳାମାନେ କ୍ୟୁବିକ୍‌ ଶେପ୍‌ର କ୍ରିଷ୍ଟାଲ୍‌ ଷ୍ଟଡ୍‌ ବି ଚୁଜ୍‌ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲରେ ଏହି ୪ଟି ରାଶିର ବ୍ୟକ୍ତିଙ୍କ ପାଇଁ ଆସୁଛି ଭଲ ସମୟ, ମାଲାମାଲ୍ ହେବେ….

ଏପ୍ରିଲ ମାସ ଚାରୋଟି ନିର୍ଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବାକୁ ଯାଉଛି। ଏହି ରାଶିଗୁଡ଼ିକ ପ୍ରତ୍ୟେକ ପ୍ରୟାସରେ ସଫଳତା ହାସଲ କରିବେ। ବିଶେଷକରି,…

ଖରାଦିନେ ଶରୀର ପାଇଁ ଉପକାରୀ ଆଖୁରସ

ଶରୀର ପାଇଁ ବେଶ୍‌ ଉପକାରୀ ହେଉଛି ଆଖୁରସ। ମୁଖ୍ୟତଃ ଖରାଦିନେ ଏହାର ଚାହିଦା ଅଧିକ। ଏଥିରେ ବିଭିନ୍ନ ପ୍ରକାର ଭିଟାମିନ୍‌ ଭରି ରହିଛି। ଆଖୁରସ ପିଇବା ଦ୍ୱାରା…

ଫଳପ୍ରଦ ଆଣ୍ଟିବାୟୋଟିକ୍‌ ପଦାର୍ଥର ବିକାଶ

ବ୍ୟାକ୍ଟେରିଓଫେଜ୍‌ ଭାଇରସ୍‌ ବ୍ୟାକ୍ଟେରିଆର ପ୍ରତିରକ୍ଷା ବ୍ୟବସ୍ଥା ଭେଦ କରେ କିପରି। ବ୍ୟାକ୍ଟେରିଓଫେଜ୍‌ ହେଉଛି ବ୍ୟାକ୍ଟେରିଆକୁ ସଂକ୍ରମିତ କରୁଥିବା ଏକ ଭାଇରସ୍‌। ବଞ୍ଚତ୍ବା ପାଇଁ ସେମାନଙ୍କୁ ଏକ ବ୍ୟାକ୍ଟେରିଆ…

ସୁସ୍ଥ ରହିବେ ବୟସ୍କ ବ୍ୟକ୍ତି

ଦଶ ବର୍ଷ ପୂର୍ବେ ମନୁଷ୍ୟର ହାରାହାରି ଜୀବନକାଳ ପ୍ରାୟ ୬୩ ବର୍ଷ ଥିଲା। ଡାକ୍ତରୀ ବ୍ୟବସ୍ଥାର ସୁବ୍ୟବସ୍ଥା ଏବଂ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗୁଁ ଆମର ହାରାହାରି ବୟସ…

ରାମନବମୀରେ ବିରଳ ସଂଯୋଗ, ଏହି ୩ ରାଶିର ଖୋଲିବ ଭାଗ୍ୟ

୨୭ ମାର୍ଚ୍ଚ ୨୦୨୬, ପ୍ରେମ ଏବଂ ସମ୍ପର୍କ ଦୃଷ୍ଟିରୁ ବିଶେଷ ଦିନ ହେବାକୁ ଯାଉଛି । ଆଜି ସାରା ଦେଶରେ ରାମନବମୀ ପାଳନ ହେଉଥିବା ବେଳେ ଅନେକ…

ଅନ୍ତର୍ଜାତୀୟ ବ୍ୟବସ୍ଥାରେ ଅସଙ୍ଗତି

ନିକଟରେ କାନାଡ଼ାର ପ୍ରଧାନମନ୍ତ୍ରୀ ମାର୍କ କାର୍ନି ତାଙ୍କ ଭାଷଣରେ ନିୟମ ଆଧାରିତ ଅନ୍ତର୍ଜାତୀୟ ବ୍ୟବସ୍ଥାକୁ ‘ଛଳନାତ୍ମକ’ ବା ଅବାସ୍ତବ ବୋଲି ବର୍ଣ୍ଣନା କରିଥିଲେ। ଏହି ମନ୍ତବ୍ୟ ଗ୍ଲୋବାଲ…

ଏମଏସ ଧୋନିଙ୍କ ମେରିଲର ଭାପି କ୍ୟାମ୍ପସକୁ ପ୍ରଥମ ଗସ୍ତ, ଏକ ଉତ୍ସର୍ଗୀକୃତ ବରିଷ୍ଠ ନାଗରିକ ସ୍ୱାସ୍ଥ୍ୟ ପଦକ୍ଷେପ ସହିତ 'ଟ୍ରିଟମେଣ୍ଟ ଜରୁରୀ ହୈ' ଆନ୍ଦୋଳନକୁ ସୁଦୃଢ଼ କରେ।

“ପିଲାଦିନ ଅବସର ନ ନେବା ଉଚିତ୍”: ଆନନ୍ଦ, ଗାରିମା ଏବଂ ପ୍ରତିଷେଧକ ଯତ୍ନ ସହିତ ବାର୍ଦ୍ଧକ୍ୟକୁ ପୁନଃସଂଜ୍ଞାୟିତ କରିବା ପାଇଁ ଏକ ଜାତୀୟ ଆହ୍ୱାନ

ଭାପି, ୨୫।୩ : ମେରିଲର ଭାପିସ୍ଥିତ ବିଶ୍ୱ ମୁଖ୍ୟାଳୟକୁ ଭାରତର ପୂର୍ବତନ କ୍ରିକେଟ୍ ଅଧିନାୟକ ମହେନ୍ଦ୍ର ସିଂଧୋନିଙ୍କର ପ୍ରଥମ ଗସ୍ତ ଅବସରରେ ଧୋନି “ପିଲାଦିନ ଅବସର ନ…

ଓଜନ କମାଇବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହି ଉପାୟ

ନିୟମିତ ମହୁ ଖାଇଲେ ତାହା ଓଜନ କମାଇବାରେ ସାହାଯ୍ୟ କରିଥାଏ। ଏଭଳି ସମସ୍ୟା ସହ ଜଡିତ କେତେକ ବ୍ୟକ୍ତିଙ୍କୁ ପ୍ରତିଦିନ କିଛି ପରିମାଣରେ ମହୁ ଖାଇବାକୁ ଦିଆଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri