ସମ୍ପର୍କକୁ ମିଠା କରେ ଚକୋଲେଟ୍‌: ଚାହିଦାରେ ହାର୍ଟସେପ୍‌ ଚକୋଲେଟ୍‌

ଭୁବନେଶ୍ୱର,୯ା୨(ଶର୍ମିଷ୍ଠା ପାଣିଗ୍ରାହୀ): ଚକୋଲେଟ କେବଳ ପାଟିକୁ ମିଠା ନୁହେଁ ସମ୍ପର୍କକୁ ମଧ୍ୟ ମିଠା କରେ। କେହି ରାଗିଥିଲେ କିମ୍ବା କାହାର ମନକୁ ଜିତିବାକୁ ହେଲେ ସାଧାରଣତଃ ସମସ୍ତେ ଚକୋଲେଟ୍‌ ଦେବାକୁ ପସନ୍ଦ କରିଥାନ୍ତି। ପ୍ରେମ ସପ୍ତାହର ତୃତୀୟ ଦିନ ଅର୍ଥାତ ଶୁକ୍ରବାର ଚକୋଲେଟ୍‌ ଦିବସ। କେବଳ ପ୍ରେମୀ ଯୁଗଳ ନୁହେଁ ବନ୍ଧୁତାରେ ମଧ୍ୟ ଚକୋଲେଟ୍‌ ଦିଆଯାଇଥାଏ। ତେଣୁ ଏହି ଦିବସ ପାଳିବାକୁ ସମସ୍ତଙ୍କ ମନରେ ଭରି ରହିଥାଏ ଉତ୍କଣ୍ଠା। ଦୋକାନଗୁଡ଼ିକରେ ଚକୋଲେଟ୍‌ ଆଗୁଆ ଷ୍ଟକ୍‌ ହୋଇଗଲାଣି। ଅନ୍‌ଲାଇନରେ ମଧ୍ୟ ଭଲ ଅଫର ସହ ଚକୋଲେଟ୍‌ ଗିଫ୍ଟ ଉପଲବ୍ଧ ହେଉଛି। ଏଥିସହ ରେଷ୍ଟୁରାଣ୍ଟରେ ମଧ୍ୟ ଚକୋଲେଟ ଡେ’ ପାଳନ ପାଇଁ ଆଗୁଆ ବରାଦ ଦିଆଯାଉଛି।

ଅନ୍‌ଲାଇନରେ ଚକୋଲେଟ୍‌

ଆଜିକାଲି ଅନ୍‌ଲାଇନରେ ପ୍ରେମ ଦିବସ ପାଇଁ ବିଭିନ୍ନ ଆକର୍ଷଣୀୟ ଗିଫ୍ଟ ରଖାଯାଉଛି। ଚକୋଲେଟ୍‌ ଡେ’ ପାଇଁ ବିଭିନ୍ନ ପ୍ରକାର ଚକୋଲେଟ୍‌କୁ ପ୍ୟାକ କରି ଏକ ହାମ୍ପର୍‌ ବନାଯାଉଛି, ଯାହା ଦେଖିବାକୁ ଖିବ୍‌ ଆକର୍ଷଣୀୟ ମଧ୍ୟ। ଦୋକାନକୁ ଯାଇ ଚକୋଲେଟ୍‌ କିଣିବା ଅପେକ୍ଷା ଅନ୍‌ଲାଇନରୁ କିଣି ଚକୋଲେଟ୍‌ ଦେବାକୁ ଅନେକ ପସନ୍ଦ କରୁଛନ୍ତି।

ଚାହିଦାରେ ହାର୍ଟସେପ୍‌ ଚକୋଲେଟ୍‌

ପ୍ରେମ ଦିବସକୁ ନଜରରେ ରଖି ଦୋକାନଗୁଡ଼ିକରେ ମିଳୁଛି ହାର୍ଟସେପ୍‌ର ଚକୋଲେଟ୍‌। ବିଭିନ୍ନ ଫ୍ଲେଭର୍‌ର ଓ ନାମୀଦାମୀ କମ୍ପାନୀର ଚକୋଲେଟ୍‌ର ଚାହିଦା ରହିଛି। ଚକୋଲେଟ୍‌ ଡେ’ର ଦିନକ ପୂର୍ବରୁ ବିଭିନ୍ନ ରେଷ୍ଟୁରାଣ୍ଟରେ ବରାଦ ମୁତାବାକ ଚକୋଲେଟ୍‌ ପ୍ରସ୍ତୁତ କରାଯାଉଥିବା ଦେଖିବାକୁ ମିଳିଛି। ଏଥିମଧ୍ୟରେ ଫୁଲ, ପ୍ରେମୀଯୁଗଳ, ବିଭିନ୍ନ ଇଂରାଜୀ ଏବଂ ଓଡ଼ିଆ ଅକ୍ଷର, ପାନପତ୍ର ଓ ଅନ୍ୟ ସ୍ବତନ୍ତ୍ର ଆକୃତିର ଚକୋଲେଟ୍‌ ରହିଛି। ୧୨୦ଟଙ୍କାରୁ ଆରମ୍ଭ କରି ୩ରୁ ୪ହଜାର ଟଙ୍କା ପର୍ଯ୍ୟନ୍ତ ଏହାର ମୂଲ୍ୟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ବିଶ୍ୱଶାନ୍ତି ପାଇଁ ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବମକୋଇ ପଞ୍ଚାୟତ ମଦନମୋହନପୁର ଗ୍ରାମସ୍ଥିତ ଶ୍ରୀ ମହାକାଳେଶର ଶୈବପୀଠରେ ବଶ୍ୱଶାନ୍ତି ପଞ୍ଚକୁଣ୍ଡୀୟ ରୁଦ୍ର ମହାଯଜ୍ଞ ପାଇଁ ପ୍ରସ୍ତୁତି…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri