ବେଲଜିୟମ୍‌ରୁ ଆସୁଥିବା ଚକୋଲେଟ ସ୍ବାସ୍ଥ୍ୟପ୍ରତି ହାନୀକାରକ. ଡବ୍ଲ୍ୟୁଏଚ୍‌ଓ ଚେତାବନୀ…

ଜେନେଭା, ୨୮।୪ : ଚକୋଲେଟ ପ୍ରେମୀଙ୍କ ପାଇଁ ଏକ ଖରାପ ଖବର ଆସିଛି । ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ବୁଧବାର ଚେତାବନୀ ଦେଇଛି ଯେ ବେଲଜିୟମରେ ପ୍ରସ୍ତୁତ ହେଉଥିବା ଏକ ବିଶେଷ ପ୍ରକାରର ଚକୋଲେଟ ଅତ୍ୟନ୍ତ ବିପଜ୍ଜନକ ଏବଂ ଏହା ବିଭିନ୍ନ ରୋଗର କାରଣ ହୋଇପାରେ।

ଏହା ସ୍ବାସ୍ଥ୍ୟ ପାଇଁ ହାନୀକାରକ। ଏନେଇ ଡବ୍ଲ୍ୟୁଏଚ୍‌ଓ ପକ୍ଷରୁ ପୃଥିବୀର ବିଭିନ୍ନ ଦେଶର ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି।

ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ବେଲଜିୟମରେ ନିର୍ମିତ ଚକୋଲେଟରେ ମିଳୁଥିବା ସଲମୋନେଲା ନାମକ ଏକ ବିଷାକ୍ତ ପଦାର୍ଥ ଅତ୍ୟନ୍ତ ବିପଜ୍ଜନକ। ୧୧ ଟି ୟୁରୋପୀୟ ଦେଶରେ ଏ ସମ୍ପର୍କିତ ୧୫୦ ରୁ ଅଧିକ ମାମଲା ରିପୋର୍ଟ ହୋଇଛି। ସଲମୋନେଲା ଟାଇଫିମ୍ୟୁରିୟମ ହେଉଛି ଏକ ଗ୍ୟାଷ୍ଟ୍ରୋଏଣ୍ଟେରାଇଟିସ ସୃଷ୍ଟି କରୁଥିବା ପାଥୋଜେନିକ ବ୍ୟାକ୍ଟେରିଆ।

ମାର୍ଚ୍ଚ ମାସରେ ବ୍ରିଟେନ ଏକ ବ୍ୟାକ୍ଟେରିଆ ସଂକ୍ରମଣ ଦ୍ରୁତ ବେଗରେ ବ୍ୟାପୁଥିବା ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନକୁ ଅବଗତ କରିଥିଲା। ଏହା ପରେ, ଯେତେବେଳେ ଅନୁସନ୍ଧାନ ଆରମ୍ଭ ହେଲା, ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଜାଣିବାକୁ ପାଇଲା ଯେ ସଲମୋନେଲା ବ୍ୟାକ୍ଟେରିଆ ଦ୍ୱାରା ଖାଦ୍ୟ ବିଷାକ୍ତ ହେବା ଘଟଣା ଯୋଗୁ ଏହି ସଂକ୍ରମଣ ବ୍ୟାପୁଛି। ଏହି ସଲମୋନେଲା ବ୍ୟାକ୍ଟେରିଆ ବେଲଜିୟମ ଚକୋଲେଟରେ ରହିଛି।

ଖବର ଅନୁଯାୟୀ, ବେଲଜିୟମରେ ନିର୍ମିତ ଏହି ଚକୋଲେଟକୁ ୧୧୩ ଟି ଦେଶକୁ ରପ୍ତାନୀ କରାଯାଇଥିଲା। କିନ୍ତୁ ସଂକ୍ରମଣର ଘଟଣା ସାମ୍ନାକୁ ଆସିବା ମାତ୍ରେ ଏହି ଚକୋଲେଟର ବିକ୍ରି ସାରା ବିଶ୍ୱରେ ବନ୍ଦ କରିଦିଆଯାଇଛି । ଏହି ଚକୋଲେଟ୍‌ ଷ୍ଟକ୍‌କୁ ହଟାଇ ଦିଆଯାଇଛି।

ବିଶ୍ୱସ୍ବାସ୍ଥ୍ୟ ସଂଗଠନ ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଏହି ସଂକ୍ରମଣର ଅଧିକାଂଶ ଘଟଣା ଦଶ ବର୍ଷରୁ କମ ବୟସର ପିଲାମାନଙ୍କଠାରେ ଦେଖିବାକୁ ମିଳିଛି। ପ୍ରଭାବିତ ଶିଶୁଙ୍କ ସଂଖ୍ୟା ପ୍ରାୟ ନବେ ପ୍ରତିଶତ ରହିଛି। ରିପୋର୍ଟର ତଥ୍ୟ ଅନୁଯାୟୀ ଆକ୍ରାନ୍ତଙ୍କ ମଧ୍ୟରୁ ନଅ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଳା। ତେବେ ଏହି ସଂକ୍ରମଣ ଯୋଗୁ କୌଣସି ମୃତ୍ୟୁ ଘଟିନାହିଁ।

ଏହାପୂର୍ବରୁ, ଅନ୍ତର୍ଜାତୀୟ ଖାଦ୍ୟ ନିରାପତ୍ତା ପ୍ରାଧିକରଣ ନେଟୱାର୍କ ଏପ୍ରିଲ ୧୦ ରେ ଏକ ବିଶ୍ୱସ୍ତରୀୟ ଉତ୍ପାଦ ପ୍ରତ୍ୟାହାର ଲାଗି ସତର୍କ ସୂଚନା ଜାରି କରିଥିଲା। କୁହାଯାଇଥିଲା ଯେ ଏପର୍ଯ୍ୟନ୍ତ ୧୧ ଟି ଦେଶରୁ ପ୍ରାୟ ୧୫୦ ଟି ମାମଲା ଚିହ୍ନଟ ହୋଇଛି। ଆକ୍ରାନ୍ତମାନେ ଏକ ପ୍ରକାର ଚକୋଲେଟ ଉତ୍ପାଦ ଖାଇଥିବା ଅନ୍ତର୍ଜାତୀୟ ଖାଦ୍ୟ ନିରାପତ୍ତା ପ୍ରାଧିକରଣ ନେଟୱାର୍କ ପକ୍ଷରୁ କୁହାଯାଇଥିଲା। ଏହା ପରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଏ ବିଷୟରେ ବିସ୍ତୃତ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଡାହାଣୀ ସନ୍ଦେହରେ ଯୁବକଙ୍କୁ ସଂଘବଦ୍ଧ ହତ୍ୟା, ୪ଜଣ…….

ସୁନ୍ଦରଗଡ,୩୧।୩(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ସଦର ଥାନା ଅନ୍ତର୍ଗତ ସାନ ପତ୍ରା ପାଲି କେନ୍ଦାମାଲରେ ଅଭାବନୀୟ ଘଟଣା । ମଙ୍ଗଳବାର ଦିନ ଡାହାଣୀ ସନ୍ଦେହରେ ଜଣଙ୍କୁ ସଙ୍ଘବଦ୍ଧ…

ଲକ୍ଷପତି ଦିଦି, ମହିଳାଙ୍କୁ ୩ ହଜାର ଟଙ୍କା ସହ ମିଳିବ ୨ ଲକ୍ଷ ଚାକିରି, ବଡ଼ ଘୋଷଣା କଲା ଭାଜପା

ଗୁଆହାଟୀ,୩୧।୩: ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା) 2026 ଆସାମ ବିଧାନସଭା ନିର୍ବାଚନ ପାଇଁ ଏହାର ଇସ୍ତାହାର ପ୍ରକାଶ କରିଛି, ଯେଉଁଥିରେ ସମାନ ନାଗରିକ ସଂହିତା (UCC)…

ଧାର ଟଙ୍କା ନଦେବାରୁ ତାତିଗଲେ ଭିଣୋଇ, ଶୋଇଥିବା ବେଳେ ପେଟ୍ରୋଲ ଢାଳି ଜାଳିଦେଲେ….

ପାଟଣା,୩୧।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା କିଆପଡା ଗାଁରେ ଅଭାବନୀୟ ଘଟଣା । ଧାର ଟଙ୍କାକୁ କେନ୍ଦ୍ର କରି ଏପରି ହିଂସାତ୍ମକ ଘଟଣା ଏବେ…

ହାଇକୋର୍ଟ ଗେଟ୍ ଆଗରେ ଗାଡ଼ିରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା….

କଟକ,୩୧।୩(ପ୍ରଭୁକଲ୍ୟାଣ ପାଲ୍/କାର୍ତ୍ତିକ ସାହୁ): ହାଇକୋର୍ଟ ଲାଲବାଗ ଗେଟ ପାର୍ଶ୍ଵରେ ଅଗ୍ନିକାଣ୍ଡ । ଲାଲବାଗ ଗେଟ କାଳିଗଳି ସମୁଖରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ଅନେକ ଗାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri