ଚିତ୍ତରଞ୍ଜନ ଦାଶ ପାଇଲେ ଦିବ୍ୟାଙ୍ଗ ମିତ୍ର ପୁରସ୍କାର

ନୂଆପଡ଼ା,୧୧ା୩ (ମକାରୁ ବେମାଲ ): ଜିଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଜିଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ମାସିକ ସମୀକ୍ଷା ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମ ସମସ୍ତଙ୍କୁ ସ୍ବାଗତ କରି ବୈଠକର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବୈଠକରେ ବିଭାଗର ସମସ୍ତ ଯୋଜନା ଉପରେ ଆଲୋଚନା ପରେ ଜଣାପଡିଥିଲା ଯେ, ବର୍ତ୍ତମାନ ଜିଲାରେ ୧୧୦୯୪୯ ଜଣ ହିତାଧିକାରୀ ବାର୍ଦ୍ଧକ୍ୟ, ବିଧବା ତଥା ଭିନ୍ନକ୍ଷମ ଭତ୍ତା ପାଉଛନ୍ତି। ଚଳିତ ଆର୍ଥିକ ବର୍ଷରେ ଜାତୀୟ ପରିବାର ମଙ୍ଗଳ ଯୋଜନାରେ ୬୧୪ ଜଣ, ଭିନ୍ନକ୍ଷମ ବିବାହ ପ୍ରୋତ୍ସାହନ ଯୋଜନାରେ ୬୮ ଜଣ, ଭିନ୍ନକ୍ଷମ ଛାତ୍ରବୃତ୍ତି ଯୋଜନାରେ ୪୧ ଓ ବାଣୀଶ୍ରୀ ଛାତ୍ର ବୃତ୍ତି ଯୋଜନାରେ ୪୦୦ ଜଣଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବୈଠକରେ ଦିବ୍ୟାଙ୍ଗ ସହାୟତା ଅଭିଯାନ, ମଧୁବାବୁ ପେନସନ ଯୋଜନା, ଦିବ୍ୟାଙ୍ଗ ପେନ୍‌ସନ, ଜାତୀୟ ପରିବାର କଲ୍ୟାଣ ଯୋଜନା ଏବଂ ତୃତୀୟ ଲିଙ୍ଗୀଙ୍କ ପାଇଁ ସ୍ବୀକୃତି ଯୋଜନାର ସମୀକ୍ଷା କରାଯାଇଥିଲା। ଏହି ଅବସରରେ ଖଡ଼ିଆଳ ବ୍ଲକ ତୁକଲା ଗ୍ରାମର ଚିତ୍ତରଞ୍ଜନ ଦାଶଙ୍କୁ ଫେବୃଆରୀ ମାସ ପାଇଁ ‘ଦିବ୍ୟାଙ୍ଗ ମିତ୍ର’ ପୁରସ୍କାର ପ୍ରଦାନ କରାଯାଇଥିଲା। ଚିତ୍ତରଞ୍ଜନ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ଅନେକ ଦିବ୍ୟାଙ୍ଗଙ୍କୁ ସେମାନଙ୍କ ଅଧିକାର ପ୍ରାପ୍ତ କରିବାରେ ସହାୟତା ଯୋଗାଇ ଦେଉଛନ୍ତି। ତାଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ବୈଠକରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡ. ଧନେଶ୍ୱର ସେଠୀ, ଉପ ଜିଲାପାଳ ସୁର୍ମି ସୋରେନ, ଜିଲା ଅଗ୍ରଣୀ ବ୍ୟାଙ୍କ ମ୍ୟାନେଜର ହରିଶଙ୍କର ନିଆଲ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରିଣୀ ସ୍ମୃତିରେଖା ନନ୍ଦ ଏବଂ ବିଭାଗର ବ୍ଲକ ସ୍ତରୀୟ, ବିଜ୍ଞାପିତ ଅଞ୍ଚଳ ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ଫେଲ୍‌ ମାରୁଛି ବାଲ୍ୟ ବିବାହ ଆଇନ: ନାବାଳିକା ଗର୍ଭବତୀ ନେଇ ଥାନାରେ ଅଭିଯୋଗ

ଦାରିଙ୍ଗବାଡି,୧୧ା୩ (ଅରୁଣ ସାହୁ):ଦାରିଙ୍ଗବାଡି ବ୍ଲକ୍‌ ଦୁର୍ଗମ ପଞ୍ଚାୟତ ସିର୍କାବର୍ଗ ଅଞ୍ଚଳରେ ଜଣେ ନାବାଳିକା ବିବାହ କରି ଗର୍ଭବତୀ ହେବା ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଏନେଇ…

ଯୁଦ୍ଧ ଭିତରେ ଆମେରିକା ପାଇଁ ଭାରତ କଲା ଏମିତି କାମ, ‘ଧନ୍ୟବାଦ’ଦେଲେ ଟ୍ରମ୍ପ, କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୧।୩: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଘୋଷଣା କରିଛନ୍ତି ଯେ ଟେକ୍ସାସର ବ୍ରାଉନ୍ସଭିଲରେ ଏକ ନୂତନ $୩୦୦ ବିଲିୟନ…

ଆଦିବାସୀ ନେତାଙ୍କ ପରଲୋକ: ଝୁରୁଛି ଗାଁ

କର୍ଲାମୁଣ୍ଡା,୧୧।୩ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଆଦିବାସୀ ସଂଘ କୋଷାଧ୍ୟକ୍ଷ ତଥା ହୋଟେଲ ମାଲିକ ନରେନ୍ଦ୍ର ଶବର (୫୩)ଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି।…

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ! ଆମେରିକାର ବଡ଼ ଆକ୍ସନ, ଧ୍ୱଂସ କଲା ଇରାନର…

ଓ୍ବାଶିଂଟନ୍‌,୧୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ବୁଧବାର ଦାବି କରିଛି ଯେ ସେ ମଙ୍ଗଳବାର ଏକ…

ମାଛ ଧରିବାକୁ ଯାଇଥିଲେ, ଝାମ୍ପିନେଲା କୁମ୍ଭୀର: ସ୍ତ୍ରୀ-ପୁଅ ପହଞ୍ଚିବାରୁ, ଲୋମଟଙ୍କୁରା ଘଟଣା ଜାଣିଲେ…

ମହାକାଳପଡ଼ା,୧୧ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ କାଂଶପାଳ ମୌଜା ଗୋବରୀ ନଦୀ ସଂଲଗ୍ନ ୫୦ ନଂ. ପ୍ଲଟ ନିକଟରେ ମଙ୍ଗଳବାର ଭୋର ୫ଟାରେ…

BCCIର ବଡ଼ ଘୋଷଣା: ଏହି ଦିନ ୫ଟି ବିଶ୍ୱ ଚାମ୍ପିଅନ ଭାରତୀୟ ଦଳକୁ କରାଯିବ ସମ୍ମାନିତ

ନୂଆଦିଲ୍ଲୀ,୧୧।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଜିତି ଇତିହାସ ରଚିଛି। ଏହି ଐତିହାସିକ ବିଜୟ ସାରା ଦେଶରେ ଉତ୍ସବର ଉଦବୋଧନ ଦେଇଛି।…

ନୂଆ ସ୍ବାଦରେ ରାଜ୍ୟ ସଭା: ଚାଲିଛି ମୂଲଚାଲ୍‌

ଭୁବନେଶ୍ୱର,୧୧ା୩(ସୁନିତ୍‌ ମିଶ୍ର):ରାଜ୍ୟ ରାଜନୀତିରେ ରାଜ୍ୟ ସଭା ନିର୍ବାଚନ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ସବୁ ଦଳର ବିଧାୟକମାନେ ସେମାନଙ୍କ ପାର୍ଟିରୁ ରାଜ୍ୟ ସଭା ପାଇଁ ଯିଏ ପ୍ରାର୍ଥୀ…

ଯୁଦ୍ଧ ମଧ୍ୟରେ ବାଂଲାଦେଶ ପାଇଁ ସଙ୍କଟମୋଚକ ସାଜିଲା ଭାରତ, କଲା ଏମିତି କାମ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୩: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଧୀରେ ଧୀରେ ସୁଧୁରୁଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବାଂଲାଦେଶ ଗୁରୁତର ତେଲ ଏବଂ ଗ୍ୟାସ ଅଭାବର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri