ବାଲୋଚିସ୍ତାନ ପରି ବାଂଲାଦେଶରୁ ଅଲଗା ହୋଇଯିବ ଚିଟାଗଙ୍ଗ, ଭାରତକୁ ମାଗିଲା ସାହାଯ୍ୟ!

ନୂଆଦିଲ୍ଲୀ, ୧୬।୫: ପାକିସ୍ତାନ ପରି ପୁଣି ବାଂଲାଦେଶରେ ବଡ଼ ବିଭାଜନ ଆଶଙ୍କା ଦେଖାଦେଇଛି। ୧୯୭୧ ମସିହାରେ ଭାରତ ସହାୟତାରେ ପୂର୍ବ ପାକିସ୍ତାନ ବାଂଲାଦେଶ ଭାବେ ସ୍ବଧୀନ ହୋଇଥିଲା। ବର୍ତ୍ତମାନ ପାକିସ୍ତାନର ବାଲୋଚିସ୍ତାନ ସ୍ବାଧୀନ ହେବା ନେଇ ଦାବି କରୁଥିବାବେଳେ ସାରା ଦେଶରେ ଘୋର ସଙ୍କଟ ଦେଖାଯାଇଛି। ଏତିକିବେଳେ ସବୁଠୁ ବଡ଼କଥା ହେଉଛି ବାଂଲାଦେଶରେ ମଧ୍ୟ ସମାନ ପରିସ୍ଥିତି ମୁଣ୍ଡ ଟେକିଛି। ବାଂଲାଦେଶର ଚିଟାଗଙ୍ଗ ହିଲ ଟ୍ରାକ୍ଟସ ଅଞ୍ଚଳରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ଜୋର ଧରିଛି, ଏବଂ ଏହି ପରିପ୍ରେକ୍ଷୀରେ ଭାରତର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଚର୍ଚ୍ଚା ହେଉଛି।

ପାକିସ୍ତାନର ବାଲୋଚିସ୍ତାନ ପ୍ରଦେଶରେ ସ୍ବାଧୀନତା ଆନ୍ଦୋଳନ ତୀବ୍ର ହୋଇଛି। ବାଲୋଚ ନେତା ମୀର ଯାର ବାଲୋଚ ପାକିସ୍ତାନରୁ ସ୍ବାଧୀନତା ଘୋଷଣା କରିଛନ୍ତି ଏବଂ ଭାରତ ସରକାରଙ୍କୁ ନୂଆଦିଲ୍ଲୀରେ ଏକ ବାଲୋଚ ଦୂତାବାସ ସ୍ଥାପନ ପାଇଁ ଅନୁରୋଧ କରିଛନ୍ତି। ସେ ଜାତିସଂଘକୁ ବାଲୋଚିସ୍ତାନରେ ଶାନ୍ତିରକ୍ଷୀ ବାହିନୀ ପଠାଇବା ଓ ପାକିସ୍ତାନୀ ସେନାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି। ବାଲୋଚ ନେତାମାନେ ଦୀର୍ଘ ଦିନ ଧରି ପାକିସ୍ତାନ ସେନା ଦ୍ୱାରା ଗୁଳିକାଣ୍ଡ, ଗଣହତ୍ୟା ଓ ଅନ୍ୟାନ୍ୟ ଅପରାଧର ଅଭିଯୋଗ ମଧ୍ୟ ରହିଛି। ବାଲୋଚିସ୍ତାନ ପାକିସ୍ତାନର ପ୍ରାୟ ୪୪ ପ୍ରତିଶତ ଭୂମି ଅଞ୍ଚଳ ଅଧିକାର କରୁଛି, ତେଣୁ ଏହାର ସ୍ବାଧୀନତା ପାକିସ୍ତାନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହେବ। ବିଶେଷଜ୍ଞମାନେ କହୁଛନ୍ତି ଯେ ବାଲୋଚିସ୍ତାନର ସ୍ବାଧୀନତା ମାମଲା କୋସୋଭୋ କିମ୍ବା ସୋମାଲିଲ୍ୟାଣ୍ଡ ଭଳି ଅନ୍ୟ ସ୍ବାଧୀନତା ଆନ୍ଦୋଳନ ଅପେକ୍ଷା ଅଧିକ ଜଟିଳ।

ଅନ୍ୟପକ୍ଷରେ, ବାଂଲାଦେଶର ଚିଟାଗଙ୍ଗ ହିଲ ଟ୍ରାକ୍ଟସ ଅଞ୍ଚଳରେ ମଧ୍ୟ ବିଚ୍ଛିନ୍ନତାବାଦୀ ଆନ୍ଦୋଳନର ସ୍ବର ଉଠୁଛି। ଏହି ଅଞ୍ଚଳରେ ଆଦିବାସୀ ଜନଜାତିମାନେ ସୱାୟତ୍ତଶାସନ ଓ ଅଧିକାର ପାଇଁ ଦାବି କରୁଛନ୍ତି, ଯାହା ଢାକାର ଅନ୍ତରୀଣ ସରକାର ପାଇଁ ଏକ ନୂତନ ସଙ୍କଟ ସୃଷ୍ଟି କରୁଛି। ବାଲୋଚିସ୍ତାନ ଭଳି ଚଟଗାଁରେ ମଧ୍ୟ ଅସନ୍ତୋଷ ଓ ଅସ୍ଥିରତା ବୃଦ୍ଧି ପାଉଛି।

ଭାରତ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ବାଲୋଚ ନେତାମାନେ ଭାରତର ସମର୍ଥନ ଆଶା କରୁଛନ୍ତି। ୧୯୭୧ରେ ଭାରତର ସହାୟତା ବାଂଲାଦେଶ ସୃଷ୍ଟିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଳନ କରିଥିଲା। ବର୍ତ୍ତମାନ ବାଲୋଚିସ୍ତାନ ପାଇଁ ସମାନ ସମର୍ଥନର ଆଶା କରାଯାଉଛି। ତେବେ, ନୂଆଦିଲ୍ଲୀ ଏ ସମ୍ପର୍କରେ ଏ ପର୍ଯ୍ୟନ୍ତ କୌଣସି ସରକାରୀ ପ୍ରତିକ୍ରିୟା ଦେଇନାହିଁ। ବିଶେଷଜ୍ଞମାନେ କହୁଛନ୍ତି ଯେ ଭାରତ ଯଦି ବାଲୋଚ ଆନ୍ଦୋଳନକୁ ସମର୍ଥନ କରେ, ତେବେ ଏହା ପାକିସ୍ତାନ ପାଇଁ ଏକ ବଡ଼ ଆଘାତ ହେବ, କିନ୍ତୁ ଏହା ଆଞ୍ଚଳିକ ସ୍ଥିରତା ଉପରେ ମଧ୍ୟ ପ୍ରଭାବ ପକାଇପାରେ।

ବାଲୋଚିସ୍ତାନ ବ୍ୟତୀତ ପାକିସ୍ତାନର ଅନ୍ୟ ପ୍ରଦେଶ ଯଥା ସିନ୍ଧ, ପଞ୍ଜାବ ଓ ଖୈବର ପାଖ୍ତୁନଖୱାରେ ମଧ୍ୟ ଅସନ୍ତୋଷ ଦେଖାଦେଉଛି। ଅର୍ଥନୈତିକ ସଙ୍କଟ, ରାଜନୈତିକ ଅସ୍ଥିରତା ଓ ଆତଙ୍କବାଦୀ ଗୋଷ୍ଠୀଙ୍କ ସମସ୍ୟା ପାକିସ୍ତାନକୁ ଦୁର୍ବଳ କରୁଛି। ଏହି ପରିସ୍ଥିତିରେ ବାଲୋଚିସ୍ତାନରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ପାକିସ୍ତାନ ସରକାର ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଏହି ଘଟଣାକ୍ରମ ଦକ୍ଷିଣ ଏସିଆରେ ରାଜନୈତିକ ଓ ଆଞ୍ଚଳିକ ଗତିଶୀଳତା ଉପରେ ଗଭୀର ପ୍ରଭାବ ପକାଇପାରେ। ଭାରତ ଏହି ପରିସ୍ଥିତିରେ କିପରି ପଦକ୍ଷେପ ନେଉଛି, ତାହା ଆଗାମୀ ଦିନରେ ଏକ ର୍ନିଣ୍ଣାୟକ ବିଷୟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri