ଭୋଟ୍‌ ବର୍ଜନ କରିବେ ଚିଟ୍‌ଫଣ୍ଡ ଜମାକରୀ

ବରଗଡ଼ ଅଫିସ୍‌,୧୭।୧: ଚିଟଫଣ୍ଡ୍‌ ସଂସ୍ଥାରେ କ୍ଷତିଗ୍ରସ୍ତ ଜମାକାରୀମାନେ ଏପର୍ଯ୍ୟନ୍ତ ସେମାନଙ୍କ ଜମାଟଙ୍କା ଫେରି ପାଇନାହାନ୍ତି। ଏହାକୁ ନେଇ ସମ୍ପୃକ୍ତ ଜମାକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ସୋମବାର ଚିଟଫଣ୍ଡ୍‌ କ୍ଷତିଗ୍ରସ୍ତ ମିଳିତ ମଞ୍ଚ ବରଗଡ଼ ଜିଲା ଜିଲାପାଳ ଅଫିସ ଆଗରେ ଧାରଣା ଦିଆଯାଇଥିଲା। ଏପର୍ଯ୍ୟନ୍ତ ସେମାନେ ଜମାଟଙ୍କା ଫେରି ପାଇ ନ ଥିବା ଯୋଗୁ ଆଗାମୀ ପଞ୍ଚାୟତ ଭୋଟ୍‌କୁ ବର୍ଜନ କରିବେ ବୋଲି ଧାରଣାକାରୀମାନେ କହିଛନ୍ତି। ଏପରିକି ଯେ ପର୍ଯ୍ୟନ୍ତ ସେମାନଙ୍କୁ ଜମାଟଙ୍କା ଫେରସ୍ତ ମିଳିବ ନାହିଁ ସେତେଦିନ ପର୍ଯ୍ୟନ୍ତ ସେମାନେ ନିର୍ବାଚନ ବର୍ଜନ କରି ଆସୁଥିବେ ବୋଲି ଜମାକାରୀମାନେ ଚେତାବନୀ ଦେଇଛନ୍ତି।

ଚିଟଫଣ୍ଡ୍‌ ସଂସ୍ଥାଭାବେ ଚିହ୍ନଟ ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାରେ ବହୁଲୋକେ ଅର୍ଥ ଜମା କରି ଆସିଥିଲେ। ପରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଠକିଥିବା ପଦାକୁ ଆସିଥିଲା। ଏହାପରେ ସମ୍ପୃକ୍ତ ସଂସ୍ଥାଗୁଡ଼ିକ ବିରୋଧରେ ରାଜ୍ୟ ସରକାର କାର୍ଯାନୁଷ୍ଠାନ ନେଇଥିଲେ। ଏହା ସହିତ ଜମାକାରୀ କ୍ଷତିଗ୍ରସ୍ତ ଲୋକଙ୍କୁ ଚିହ୍ନଟ କରାଯିବା ପାଇଁ ଗତ ୨୦୧୩ରେ କମିଶନ ଗଠନ କରାଯାଇଥିଲା। ସେହିପରି ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାର ସମ୍ପତ୍ତି ଜବତ ହୋଇଥିଲା। ମାତ୍ର ଏପର୍ଯ୍ୟନ୍ତ ଜମାକାରୀଙ୍କୁ ଟଙ୍କା ଫେରସ୍ତ ମିଳି ନ ଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଚିଟଫଣ୍ଡ୍‌ କ୍ଷତିଗ୍ରସ୍ତ ମିଳିତ ମଞ୍ଚକୁ ଓହ୍ଲାଇଥିବା ମଞ୍ଚର କର୍ମକର୍ତ୍ତାମାନେ କହିଛନ୍ତି। ଆନ୍ଦାଳନରେ ମଞ୍ଚ ନେତା ରମେଶ ମହାପାତ୍ର, ଜିଲା ସଂଯୋଜକ ସୁଶାନ୍ତ ମହାପାତ୍ର, ସୁଦାମ ବେହେରା, ଶତୃଘ୍ନ ମହାକୁର, ଲୋକନାଥ ଜାଲ, ସୁନିଲ ବାଗ, ଜଗନ୍ନାଥ ଷଡ଼ଙ୍ଗୀ ପ୍ରମୁଖ ଏଥିରେ ଅଂଶଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri