Posted inଜାତୀୟ

ଇଣ୍ଡିଆ ମେଣ୍ଟ ଛାଡିପାରନ୍ତି ନୀତୀଶ, ବିରୋଧୀ ଦଳଙ୍କୁ ତାଙ୍କ ଉପରେ ଭରସା ନାହିଁ: ଚିରାଗ

ନୂଆଦିଲ୍ଲୀ,୧୮।୯: ୨୦୨୪ ଲୋକ ସଭା ନିର୍ବାଚନରେ ଭାଜପାକୁ ଚ୍ୟାଲେଞ୍ଜ କରିବାର ଲକ୍ଷ୍ୟ ନେଇ ଇଣ୍ଡିଆ ମେଣ୍ଟରେ ୨୮ ବିରୋଧୀ ଦଳ ଏକଜୁଟ ହୋଇଛନ୍ତି। ଇଣ୍ଡିଆ ମେଣ୍ଟର ତିନୋଟି ବୈଠକ ଏ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଛି, କିନ୍ତୁ ଏହାର ସଂଯୋଜକ ନାମ ଉପରେ କୌଣସି ସହମତି ହୋଇପାରିନାହିଁ। ଏହି ସମୟରେ ଲୋକ ଜନଶକ୍ତି ପାର୍ଟି (ରାମ ବଳାସ) ଅଧ୍ୟକ୍ଷ ଚିରାଗ ପାସୱାନ ଏକ ବଡ ଦାବି କରି କହିଛନ୍ତି ଯେ, ବିରୋଧୀ ଦଳଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଉପରେ ଭରସା ନାହିଁ।

ରବିବାର (ସେପ୍ଟେମ୍ବର ୧୭)ରେ ପ୍ରୟାଗରାଜ ବିମାନବନ୍ଦରରେଖବରଦାତାମାନଙ୍କ ସହ କଥାବାର୍ତ୍ତା ବେଳେ ଏଲ୍‌ଜେପି ଏମ୍‌ପି କହିଛନ୍ତି ଯେ, ନୀତୀଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି। ତେଣୁ, ତାଙ୍କର ଅଭିଳାଷ ପୂରଣ ନ ହେବା ହେତୁ ସେ ଯେକୌଣସି ସମୟରେ ମେଣ୍ଟ ଛାଡପାରନ୍ତି। ରାଜ୍ୟରେ ତାଙ୍କ ସାଥୀ ଦଳ ଆରଜେଡି ମୁଖ୍ୟ ଲାଲୁ ଯାଦବ ନିଜେ ତାଙ୍କୁ ପସନ୍ଦ କରୁନଥିବା ଚର୍ଚ୍ଚା ହେଉଛି।

ଚିରାଗ କହିଛନ୍ତି, ପୂର୍ବରୁ ଲାଲୁ ପ୍ରସାଦ ଯାଦବଙ୍କ ଶାସନ କାଳରେ ନୀତୀଶ କୁମାର ବିହାରରେ ‘ଜଙ୍ଗଲ ରାଜ’କୁ ନେଇ ଆରଜେଡି ସରକାରଙ୍କ ଉପରେ ଅଭିଯୋଗ ଆଣିଥିଲେ। ବିହାରର ଉଭୟ ନେତା ସର୍ବଦା ପରସ୍ପର ବିରୋଧରେ ଥିଲେ କିନ୍ତୁ ଆଜି ସେମାନେ କେବଳ କ୍ଷମତାର ଲୋଭରୁ ଏକାଠି ହୋଇଛନ୍ତି। ସେ କହିଛନ୍ତି, ଆରଜେଡି-ଜେଡିୟୁ ମେଣ୍ଟ ଏକ ପ୍ରତିବାଦର ପରିପୂର୍ଣ୍ଣ ମେଣ୍ଟ।

ନୀତୀଶ କୁମାରଙ୍କ ରାଜନୈତିକ ବିଶ୍ୱସନୀୟତା ଉପରେ ଚିରାଗ କହିଛନ୍ତି ଯେ, ସେଥିପାଇଁ ତାଙ୍କୁ ସଂଯୋଜକ ଦାୟିତ୍ୱ ଦିଆଯାଇନାହିଁ। ଚିରାଗ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି, ସେ ଯେକୌଣସି ସମୟରେ ଇଣ୍ଡିଆ ମେଣ୍ଟ ଛାଡିପାରନ୍ତି କାରଣ ନୀତୀଶ କୁମାର ଏନଡିଏ ଏବଂ ମହାମେଣ୍ଟକୁ ମଧ୍ୟ ବିଶ୍ୱାସଘାତକତା କରିଛନ୍ତି। ଏହି କାରଣରୁ ତାଙ୍କୁ ବିରୋଧୀ ଦଳ ବିଶ୍ୱାସ କରୁନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

୯ ପୋଲିସ ଅଧିକାରୀଙ୍କୁ ଫାଶି ଦଣ୍ଡ ଶୁଣାଇଲେ କୋର୍ଟ, ଏହି ମାମଲାର ଶୁଣାଣି କରି…

ନୂଆଦିଲ୍ଲୀ,୬।୪: ତାମିଲନାଡୁର ମଦୁରାଇ ଜିଲା କୋର୍ଟ ପୋଲିସ ହେପାଜତରେ ଜଣେ ପିତା ଏବଂ ପୁଅଙ୍କ ମୃତ୍ୟୁ ମାମଲାରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ସୋମବାର (୬ ଏପ୍ରିଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri