ଓଡିଶା ଶିକ୍ଷା ସେବାର ଚତୁର୍ଥ ସ୍ଥାନରେ ଚିନ୍ମୟ

ଆନନ୍ଦପୁର,୧୬।୫(ସ୍ବ.ପ୍ର.): ଘସିପୁରା ବ୍ଲକ ପଡିଆପାଳ କୋଚିଆନେଣ୍ଡି ଗ୍ରାମର ମେଧାବୀ ଛାତ୍ର ଚିନ୍ମୟ କୁମାର ରାଉତ ଓଡିଶା ଶିକ୍ଷା ସେବା(ଓ.ଇ.ଏସ) ପରୀକ୍ଷାରେ ଚତୁର୍ଥ ସ୍ଥାନ ଦଖଲ କରି କୃତିତ୍ୱ ହାସଲ କରିଛନ୍ତି। ପୁର୍ଣ୍ଣଚନ୍ଦ୍ର ରାଉତ ଓ ପ୍ରିୟମ୍ବଦା ରାଉତଙ୍କ ଏକମାତ୍ର ପୁଅ ଚିନ୍ମୟ ପ୍ରଥମ ପ୍ରଚେଷ୍ଟାରେ ଓଇଏସର ଚତୁର୍ଥ ସ୍ଥାନ ଦଖଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି ସଫଳତାକୁ ନେଇ ଜେଜେବାପା ଦୁର୍ଯୋଧନ ରାଉତ ଓ ଅଜା ଗୋପାଳ ଚନ୍ଦ୍ର ରାଉତ ଖୁସି ପ୍ରକାଶ କରିଛନ୍ତି। ଚିନ୍ମୟ ସ୍ଥାନୀୟ ଦେଓଗାଁ ସ୍ଥିତ ବିବେକାନନ୍ଦ ଆଦର୍ଶ ବିଦ୍ୟାଳୟରେ ଶିକ୍ଷା ଆରମ୍ଭ କରିଛନ୍ତି। ଏବଂ ରତପଲ୍ଲୀ ବିଦ୍ୟାପୀଠ ଭୁବନେଶ୍ୱରରେ ଦଶମ ପର୍ଯ୍ୟନ୍ତ ପାଠ ପଢିଛନ୍ତି। ଆଦ୍ୟାନ୍ତ କଲେଜରୁ ଯୁକ୍ତ ଦୁଇ, ବ୍ୟାସନଗର କଲେଜରୁ ସ୍ନାତକ, ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତର ପରେ ଉତର ଓଡିଶା ବିଶ୍ୱବିଦ୍ୟାଳୟରୁ ପଦାର୍ଥ ବିଜ୍ଞାନରେ ଏମ୍‌ଫିଲ୍‌ ଉପାଧି ହାସଲ କରିଛନ୍ତି। ସେ ହାଇଦ୍ରାବାଦସ୍ଥିତ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟରୁ ଏମ.ଏଡ. ଉପାଧି ହାସଲ କରିଛନ୍ତି।