ଚାଇନାର ଗୁପ୍ତ ବୁଡ଼ାଜାହାଜ, ଭାରତ-ଆମେରିକା-ଜାପାନ ପାଇଁ ବିପଦ…

ବେଜିଂ, ୧୦।୨ : ବିଶ୍ୱର ବିଭିନ୍ନ ଦେଶକୁ ଧମକ ଦେଉଥିବା ଚାଇନା ଏକ ନୂତନ ଗୁପ୍ତ ବୁଡ଼ାଜାହାଜ ଏହାର ପ୍ରତିରକ୍ଷା ସେବାରେ ସାମିଲ୍‌ କରିଛି। ଏହି ବୁଡ଼ାଜାହାଜର ଡିଜାଇନ ପ୍ରଥମ ଥର ପାଇଁ ପ୍ରକାଶିତ ହୋଇଛି। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଅପଲୋଡ୍‌ କରାଯାଇଛି। ଭିଡିଓଟି ବୁଡ଼ାଜାହାଜର ସମୁଦ୍ର ପରୀକ୍ଷଣ ସମୟରେ ନିଆଯାଇଛି। ଭିଡିଓରେ ଦେଖାଯାଇଥିବା ବୁଡ଼ାଜାହାଜ ଟାଇପ ୦୩୯ ୟୁଆନ ବର୍ଗଠାରୁ ଛୋଟ। ବୁଡ଼ାଜାହାଜକୁ ଅନୁସନ୍ଧାନ ମିଶନ ପାଇଁ ପଠାଯାଇପାରିବ, ଶତ୍ରୁ ଅଞ୍ଚଳକୁ ପ୍ରବେଶ କରି ଏହା ଆକ୍ରମଣ ମଧ୍ୟ କରିବାକୁ ସକ୍ଷମ। ବିଶେଷଜ୍ଞମାନେ ଏହା ମଧ୍ୟ ଦାବି କରିଛନ୍ତି ଯେ ଏପରି ଡିଜାଇନ ଥିବା ଏକ ବୁଡ଼ାଜାହାଜ ପୂର୍ବରୁ କେବେ ଦେଖାଯାଇ ନ ଥିଲା। ସେମାନେ ଦାବି କରିଛନ୍ତି ଯେ ଚାଇନା ଏହାର ବୁଡ଼ାଜାହାଜ ନିର୍ମାଣ କାର୍ଯ୍ୟକ୍ରମକୁ ଦ୍ୱରାନ୍ବିତ କରୁଛି, ଯାହା ଭାରତ, ଆମେରିକା, ଜାପାନ ସମେତ ବିଶ୍ୱର ବହୁ ଦେଶ ପାଇଁ ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି।

ବୁଡ଼ାଜାହାଜ ବିଶେଷଜ୍ଞ ଏଚ.ଆଇ. ସଟନ ଆକଳନ କରିଛନ୍ତି ଯେ ଏହା ପ୍ରାୟ ୧୬୦ ଫୁଟ ଲମ୍ବ ହୋଇଥିବାବେଳେ ଟାଇପ ୦୩୯-ଏର ଲମ୍ବ ୨୫୦ ଫୁଟରୁ ଅଧିକ। ୨୦୧୮ରେ, ଉପଗ୍ରହ ଫଟୋରେ ଏହିପରି ଗୋଟିଏ ବୁଡ଼ାଜାହାଜ ଦେଖିବାକୁ ମିଳିଥିଲା। ତା’ପରେ ଫଟୋଗ୍ରାଫ ଆଧାରରେ ବିଶେଷଜ୍ଞମାନେ ଏହାର ଲମ୍ବ ପ୍ରାୟ ୧୫୦ ଫୁଟ ବୋଲି ଆକଳନ କରିଥିଲେ। ସଟନଙ୍କ ଅନୁସାରେ ନୂତନ ବୁଡ଼ାଜାହାଜରେ ଗୋଟିଏ ହଲ୍‌ ରହିଥିବାର ସମ୍ଭାବନା ଥିବାବେଳେ ଟାଇପ ୦୩୯ରେ ଡବଲ ହଲ୍‌ ରହିଛି। ଚାରିଟି ଟରର୍ପିଡୋ ଟ୍ୟୁବ ସହିତ ଏହି ନୂଆ ବୁଡ଼ାଜାହାଜ ରହିଥିବାର ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri