Categories: ଫୁରସତ

ରାଷ୍ଟ୍ରପତିଙ୍କ ଭଳି ଦେଖାଯାଉଥିବାରୁ ଗାୟକଙ୍କ ସହ ଏଭଳି କଲା ଚାଇନା

ଚାଇନାର ଅଜବ ନିୟମ। ରାଷ୍ଟ୍ରପତି ସି ଜିନ୍‌ପିଙ୍ଗଙ୍କ ଭଳି ଦେଖାଯାଉଥିବା କାରଣରୁ ଜଣେ କଳାକାରଙ୍କ ଉପରେ ରୋକ ଲାଗିଛି। ତାଙ୍କର ଦୋଷ ଏତିକି ଯେ, ସେ ରାଷ୍ଟ୍ରପତିଙ୍କ ଭଳି ନଜର ଆସୁଛନ୍ତି। ଏଣୁ ସେ ସୋସିଆଲ ମିଡିଆ ବ୍ୟବହାର କରିପାରିବେ ନାହିଁ ବୋଲି କଟକଣା ଲଗାଯାଇଛି।

ଯଦି କେହି ରାଷ୍ଟ୍ରପତିଙ୍କ ଭଳି ଦେଖାଯାନ୍ତି, ତେବେ ଆପଣ ସୋସିଆଲ ମିଡିଆରେ ଆସିପାରିବେ ନାହିଁ ବୋଲି ଚାଇନାରେ ନିୟମ ରହିଛି। ଏଠାକାର ପ୍ରସିଦ୍ଧ ଅପେରା ଗାୟକଙ୍କ ସହ ଏଭଳି ଘଟଣା ଘଟିଛି। ଅପେରା ଗାୟକଙ୍କ ଚେହେରା ରାଷ୍ଟ୍ରପତି ଜିନପିଙ୍ଗଙ୍କ ଚେହେରା ସହ ମିଶୁଛି। ତେଣୁ ତାଙ୍କର ସୋସିଆଲ ମିଡିଆ ବ୍ୟବହାର ଉପରେ ବାରଣ କରାଯାଇଛି।
ସେ ହେଲେ ଗାୟକ ଲିୟୁ କେକିଙ୍ଗ। ତାଙ୍କୁ ଏବେ ୬୩ ବର୍ଷ।

ସେ କେକିଙ୍ଗ ବର୍ଲିନରେ ରୁହନ୍ତି। ସେ କ୍ରମାଗତ ଭାବରେ ଟିକ୍‌ଟକ୍‌ରେ ଭିଡିଓ କରି ଆସୁଥିଲେ। ଭିଡିଓରେ ସେ ଅପେରା ଗାଉଥିବାର ନଜର ଆସୁଥିଲା। ଆପ୍‌ରେ ୪୧ହଜାର ଲୋକ ତାଙ୍କୁ ଅନୁସରଣ କରୁଥିଲେ। ହେଲେ ୨୦୧୯ରୁ ତାଙ୍କ ଆକାଉଣ୍ଟ ଅନେକ ଥର ବନ୍ଦ ହୋଇଯାଇଥିଲା। ଏବେ ତାଙ୍କୁ ଏଭଳି କରିବାକୁ ବାରଣ କରାଯାଇଛି।

ମେ ୧୦ ତାରିଖରେ ଲିୟୁ ଏକ ଭିଡିଓ କରି ନିଜ ପକ୍ଷ ରଖିଥିଲେ। ତାଙ୍କ ଆକାଉଣ୍ଟ ବନ୍ଦ ହୋଇଯାଇଛି। ଏହାକୁ ସେନ୍ସର କରାଯାଇଛି। କାରଣ ସେ ଇମେଜ୍‌ ଭାଓଲେସନ୍‌ କରିଥିବା କୁହାଯାଇଛି। ତାଙ୍କ ଚେହେରା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ମିଶୁଛି। ହେଲେ ସେ ସରକାରଙ୍କୁ ଅନେକ ଥର ନିଜର ପରିଚୟ ଦେଖାଇଛନ୍ତି। ଏବେ ସେ ନିଜର ଆକାଉଣ୍ଟ ପୁଣି ଥରେ ଖୋଲିବାକୁ ଅପେକ୍ଷା କରିଛନ୍ତି ବୋଲି କହିଥିଲେ।

ଏବେ ତାଙ୍କର ଶେଷ ଭିଡିଓକୁ ମଧ୍ୟ ସୋସିଆଲ ମିଡିଆରୁ ମଧ୍ୟ ହଟାଇ ଦିଆଯାଇଛି। ସେ ଏକ ପୃଥକ ଡୋଇନ ଆକାଉଣ୍ଟ ଖୋଲିଥିଲେ ହେଁ କିନ୍ତୁ ତାହା ମଧ୍ୟ କିଛି ସମୟ ପରେ ଡିଲିଟ ହୋଇଯାଇଥିବା ସେ କହିଛନ୍ତି।

Share