ଚାଇନା ବ୍ୟକ୍ତି ଜିତିଲେ ଭିନ୍ନ ଲକି ଡ୍ର, ମିଳିଲା ୧ ବର୍ଷର ପେଡ ଲିଭ

ବେଜିଂ,୧୫।୪: ଆଜିକାଲି କାମ ବୋଝ ବେଳକୁ ବେଳ ବଢିବାରେ ଲାଗିଛି। ସେଥିପାଇଁ ମାନସିକ ଓ ଶାରୀରିକ ସ୍ତରରେ ଛୁଟି ନେବା ଜରୁରୀ। ନିକଟରେ ଚାଇନାର ଶେନଜେନରେ ଏକ କମ୍ପାନୀ ତା’ର କର୍ମଚାରୀଙ୍କ ପାଇଁ ବିଶେଷ ଧରଣର ଲକି ଡ୍ର ସ୍କିମ ରଖିଥିଲା। ଏହାରି ଅନୁଯାୟୀ, ଜଣେ କର୍ମଚାରୀ ବାର୍ଷିିକ ଡିନର ପାର୍ଟିରେ ୩୬୫ ଦିନର ପେଡ ଲିଭ ଜିତି ସମସ୍ତଙ୍କୁ ଚମକାଇ ଦେଇଛନ୍ତି।
ଚାଇନା ସୋସିଆଲ ମଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ଲକି ଡ୍ର ଜିତିଥିବା କର୍ମଚାରୀଙ୍କୁ ଦେଖାଯାଇଛି। ବ୍ୟକ୍ତି ଜଣକ କମ୍ପାନୀରେ ମ୍ୟାନେଜର ପୋଷ୍ଟରେ କାମ କରୁଛନ୍ତି। ଏହାସହ ସେ ହାତରେ ଧରିଥିବା ଚେକରେ ୩୬୫ ଦିନର ଛୁଟି ଲେଖାଯାଇଥିବା ଦେଖାଯାଇଛି।
ତେବେ କମ୍ପାନୀର ଏହି ଲକି ଡ୍ରରେ ପୁରସ୍କାର ସହ ସଜା ବି ଥିଲା। ହେଲେ ଭାଜ୍ୟ ବଳରେ ଚେନ ନାମକ ଏହି କର୍ମଚାରୀ ବର୍ଷକର ପେଡ ଲିଭ ଜିତିବା ପରେ ସେ ଏହାକୁ ବିଶ୍ୱାସ କରିପାରି ନ ଥିଲେ। ସେ ବାରମ୍ବାର କହୁଥିଲେ ଏହି ପୁରସ୍କାର କ’ଣ ସତ।
ସୂଚନାଯୋଗ୍ୟ, କୋଭିଡ-୧୯ ମହାମାରୀରେ ୩ ବର୍ଷର ଲକଡାଉନ ପରେ ପ୍ରଥମଥର କମ୍ପାନୀ ଡିନରର ଆୟୋଜନ କରିଥିଲା। ଏହି ସମୟରେ କମ୍ପାନୀ ଲକି ଡ୍ର ଓ ଜ୍ୟାକପଟ ପୁରସ୍କାର ସାମିଲ କରିବାର ବିଚାର କରିଥିଲା। ଏହି ଭିଡିଓଟି ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି।

Share