Posted inଜାତୀୟ

ଭାରତୀୟ ଶିକ୍ଷାନୁଷ୍ଠାନରେ ଚାଇନାର ଅନୁପ୍ରବେଶ

ନୂଆଦିଲ୍ଲୀ, ୧୦।୯(ଆଇଏଏନ୍‌ଏସ୍‌): ଚାଇନା ଗତ କିଛିବର୍ଷ ମଧ୍ୟରେ ଅନେକ ଭାରତୀୟ ସେକ୍ଟରରେ ନିଜର ପ୍ରଭାବ ବିସ୍ତାର କରିଥିବା ଜଣାପଡ଼ିଛି। କେବଳ ଆମୋଦପ୍ରମୋଦ କ୍ଷେତ୍ର ନୁହେଁ, ଶିକ୍ଷା କ୍ଷେତ୍ରଠାରୁ ଆରମ୍ଭ କରି ଭାରତୀୟ ଥିଙ୍କ୍‌ ଟ୍ୟାଙ୍କ ଏବଂ ସିଭିଲ୍‌ ସୋସାଇଟିକୁ ନିୟନ୍ତ୍ରଣ କରିବାକୁ ବହୁ ବର୍ଷ ହେଲା ଚାଇନା ଉଦ୍ୟମ ଚଳାଇଆସୁଛି। ଏପରି କରି ବେଜିଂ ଭାରତର ବୈଦ୍ଧିକ ସ୍ଥାନରେ ପ୍ରବେଶ କରିବାରେ କେତେକାଂଶରେ ସଫଳ ହୋଇଛି। ଏଥିପାଇଁ ଚାଇନା ସିଧାସଳଖ କିମ୍ବା ପ୍ରତିନିଧି ଜରିଆରେ ବିପୁଳ ଅର୍ଥ ଦେଉଛି। ଲ’ ଆଣ୍ଡ ସୋସାଇଟି ଆଲିଆନ୍ସ ବିଭିନ୍ନ ଗବେଷଣା ଓ ତଥ୍ୟ ସଂଗ୍ରହ କରି ଏହା ଜାଣିବାକୁ ପାଇଥିବା ରିପୋର୍ଟରେ ପ୍ରକାଶ କରିଛି। କେବଳ ଭାରତ ନୁହେଁ ପଡୋଶୀ ଦେଶ ଓ ସାରା ବିଶ୍ୱରେ ନିଜର ପ୍ରଭାବ ବିସ୍ତାର କରିବା ଓ ନିଜ ସପକ୍ଷରେ ପ୍ରଚାର କରିବା ପାଇଁ ବେଜିଂ ସୂକ୍ଷ୍ମ ରଣନୀତି ଆପଣାଇଛି। ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଭଳି ବିଶ୍ୱ ଶକ୍ତି ଏହା ଜାଣିପାରି ବେଜିଂର ପ୍ରଭାବକୁ କମାଇବା ପାଇଁ ଦୃଢ଼ ପଦକ୍ଷେପମାନ ନେଉଛନ୍ତି।
ଚାଇନା ନିୟମିତ ଭାବେ ଥିଙ୍କ୍‌ଟ୍ୟାଙ୍କ ଏବଂ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ବିନିମୟ କାର୍ଯ୍ୟକ୍ରମ କରାଉଛି। ଏଥିପାଇଁ ଚାଇନା ସରକାରଙ୍କ ଅର୍ଥରେ ଭାରତୀୟ ଛାତ୍ରୀଛାତ୍ର ସେଠାକୁ ଯାଉଛନ୍ତି ଓ ଅଜାଣତରେ ବେଜିଂ କଥାରେ ପରିଚାଳିତ ହେଉଛନ୍ତି। ଶିକ୍ଷାବିତ୍‌ ଓ ବିଦ୍ୱାନମାନଙ୍କୁ ଚାଇନା ନିଜ ଉଦ୍ଦେଶ୍ୟ ସାଧନରେ ବ୍ୟବହାର କରୁଛି। ଚାଇନା ଅନୁଷ୍ଠାନଗୁଡ଼ିକ ବହୁସଂଖ୍ୟାରେ ମାଡ଼ିଆସି ଭାରତୀୟ ଶିକ୍ଷାନୁଷ୍ଠାନରେ ନିଜକୁ ପ୍ରତିଷ୍ଠିତ କଲେଣି। ସେମାନେ ଉକ୍ତ ଶିକ୍ଷାନୁଷ୍ଠାନକୁ ଚାଇନା ଚିନ୍ତାଧାରାରେ ଚାଲିବାକୁ ବାଧ୍ୟ କରିବା ସହ ଭାରତୀୟ ଛାତ୍ରୀଛାତ୍ରଙ୍କ ଉପରେ ପ୍ରଭାବ ବିସ୍ତାର କରୁଛନ୍ତି। ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ଚାଇନା ଅନୁପ୍ରବେଶର ଉଦାହରଣ ଉତ୍ତରପୂର୍ବ ଭାରତର ଏକ ପ୍ରମୁଖ ପବ୍ଲିକ୍‌ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି। ସେଠାରେ ଛାତ୍ରୀଛାତ୍ରଙ୍କୁ ଭାରତ ଓ ଚାଇନାରେ ମ୍ୟାନେଜିଂ ବିଜନେସ୍‌ ଉପରେ ସ୍ନାତକୋତ୍ତର ଶିକ୍ଷା ଦିଆଯାଉଛି। ଏଥିପାଇଁ ପିଲାମାନଙ୍କୁ ଚାଇନା ୟୁନିଭର୍ସିଟିକୁ ପଠାଯାଉଛି। ଚାଇନା ସରକାରଙ୍କ ସହାୟତାରେ ଚାଲିଥିବା କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚୁ୍ୟୁଟ୍‌ ନାମକ ସୋସିଆଲ ଫାଉଣ୍ଡେଶନ ଜରିଆରେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ପ୍ରଭାବ ବିସ୍ତାର କରାଯାଉଛି।
ସେହିପରି ଭାରତୀୟ ଗଣମାଧ୍ୟମ ଓ ଏଥିସହିତ ଜଡିତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ବ୍ୟବହାର କରି ବେଜିଂ ଭାରତର ସୋସିଆଲ ମିଡିଆକୁ ପ୍ରଭାବିତ କରୁଛି। ଖବରଦାତା ରାଜୀବ ଶର୍ମା ଏହାର ଉଦାହରଣ। ସେ ଚାଇନା ପାଇଁ ଗୁପ୍ତଚରଗିରିରେ ସମ୍ପୃକ୍ତ ଥାଇ ଗିରଫ ହୋଇଥିଲେ। ଭାରତୀୟ ଯବୁପିଢ଼ି ଦୈନନ୍ଦିନ ଆବଶ୍ୟକତା ପାଇଁ ମୋବାଇଲ୍‌ ଆପ୍‌ ଉପରେ ନିର୍ଭରଶୀଳ ହୋଇପଡ଼ିଥିବାବେଳେ ଚାଇନା ଉକ୍ତ ସେକ୍ଟର ବିଶେଷ କରି ନ୍ୟୁଜ୍‌ ଆପ୍‌ଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଛି। ଭାରତରେ ସର୍ବାଧିକ ବ୍ୟବହାର ହେଉଥିବା ନ୍ୟୁଜ୍‌ ଆପ୍‌ ଡେଲିହଣ୍ଟ, ନ୍ୟୁଜ୍‌ଡଗ୍‌ ଏବଂ ୟୁସି ନ୍ୟୁଜ୍‌ରେ ଚାଇନା କମ୍ପାନୀ ବିପୁଳ ଅର୍ଥ ବିନିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri