Posted inଜାତୀୟ

ଭାରତୀୟ ଶିକ୍ଷାନୁଷ୍ଠାନରେ ଚାଇନାର ଅନୁପ୍ରବେଶ

ନୂଆଦିଲ୍ଲୀ, ୧୦।୯(ଆଇଏଏନ୍‌ଏସ୍‌): ଚାଇନା ଗତ କିଛିବର୍ଷ ମଧ୍ୟରେ ଅନେକ ଭାରତୀୟ ସେକ୍ଟରରେ ନିଜର ପ୍ରଭାବ ବିସ୍ତାର କରିଥିବା ଜଣାପଡ଼ିଛି। କେବଳ ଆମୋଦପ୍ରମୋଦ କ୍ଷେତ୍ର ନୁହେଁ, ଶିକ୍ଷା କ୍ଷେତ୍ରଠାରୁ ଆରମ୍ଭ କରି ଭାରତୀୟ ଥିଙ୍କ୍‌ ଟ୍ୟାଙ୍କ ଏବଂ ସିଭିଲ୍‌ ସୋସାଇଟିକୁ ନିୟନ୍ତ୍ରଣ କରିବାକୁ ବହୁ ବର୍ଷ ହେଲା ଚାଇନା ଉଦ୍ୟମ ଚଳାଇଆସୁଛି। ଏପରି କରି ବେଜିଂ ଭାରତର ବୈଦ୍ଧିକ ସ୍ଥାନରେ ପ୍ରବେଶ କରିବାରେ କେତେକାଂଶରେ ସଫଳ ହୋଇଛି। ଏଥିପାଇଁ ଚାଇନା ସିଧାସଳଖ କିମ୍ବା ପ୍ରତିନିଧି ଜରିଆରେ ବିପୁଳ ଅର୍ଥ ଦେଉଛି। ଲ’ ଆଣ୍ଡ ସୋସାଇଟି ଆଲିଆନ୍ସ ବିଭିନ୍ନ ଗବେଷଣା ଓ ତଥ୍ୟ ସଂଗ୍ରହ କରି ଏହା ଜାଣିବାକୁ ପାଇଥିବା ରିପୋର୍ଟରେ ପ୍ରକାଶ କରିଛି। କେବଳ ଭାରତ ନୁହେଁ ପଡୋଶୀ ଦେଶ ଓ ସାରା ବିଶ୍ୱରେ ନିଜର ପ୍ରଭାବ ବିସ୍ତାର କରିବା ଓ ନିଜ ସପକ୍ଷରେ ପ୍ରଚାର କରିବା ପାଇଁ ବେଜିଂ ସୂକ୍ଷ୍ମ ରଣନୀତି ଆପଣାଇଛି। ଆମେରିକା, କାନାଡ଼ା, ଅଷ୍ଟ୍ରେଲିଆ ଭଳି ବିଶ୍ୱ ଶକ୍ତି ଏହା ଜାଣିପାରି ବେଜିଂର ପ୍ରଭାବକୁ କମାଇବା ପାଇଁ ଦୃଢ଼ ପଦକ୍ଷେପମାନ ନେଉଛନ୍ତି।
ଚାଇନା ନିୟମିତ ଭାବେ ଥିଙ୍କ୍‌ଟ୍ୟାଙ୍କ ଏବଂ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ବିନିମୟ କାର୍ଯ୍ୟକ୍ରମ କରାଉଛି। ଏଥିପାଇଁ ଚାଇନା ସରକାରଙ୍କ ଅର୍ଥରେ ଭାରତୀୟ ଛାତ୍ରୀଛାତ୍ର ସେଠାକୁ ଯାଉଛନ୍ତି ଓ ଅଜାଣତରେ ବେଜିଂ କଥାରେ ପରିଚାଳିତ ହେଉଛନ୍ତି। ଶିକ୍ଷାବିତ୍‌ ଓ ବିଦ୍ୱାନମାନଙ୍କୁ ଚାଇନା ନିଜ ଉଦ୍ଦେଶ୍ୟ ସାଧନରେ ବ୍ୟବହାର କରୁଛି। ଚାଇନା ଅନୁଷ୍ଠାନଗୁଡ଼ିକ ବହୁସଂଖ୍ୟାରେ ମାଡ଼ିଆସି ଭାରତୀୟ ଶିକ୍ଷାନୁଷ୍ଠାନରେ ନିଜକୁ ପ୍ରତିଷ୍ଠିତ କଲେଣି। ସେମାନେ ଉକ୍ତ ଶିକ୍ଷାନୁଷ୍ଠାନକୁ ଚାଇନା ଚିନ୍ତାଧାରାରେ ଚାଲିବାକୁ ବାଧ୍ୟ କରିବା ସହ ଭାରତୀୟ ଛାତ୍ରୀଛାତ୍ରଙ୍କ ଉପରେ ପ୍ରଭାବ ବିସ୍ତାର କରୁଛନ୍ତି। ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ଚାଇନା ଅନୁପ୍ରବେଶର ଉଦାହରଣ ଉତ୍ତରପୂର୍ବ ଭାରତର ଏକ ପ୍ରମୁଖ ପବ୍ଲିକ୍‌ ମ୍ୟାନେଜମେଣ୍ଟ ବିଶ୍ୱବିଦ୍ୟାଳୟରେ ଦେଖିବାକୁ ମିଳିଛି। ସେଠାରେ ଛାତ୍ରୀଛାତ୍ରଙ୍କୁ ଭାରତ ଓ ଚାଇନାରେ ମ୍ୟାନେଜିଂ ବିଜନେସ୍‌ ଉପରେ ସ୍ନାତକୋତ୍ତର ଶିକ୍ଷା ଦିଆଯାଉଛି। ଏଥିପାଇଁ ପିଲାମାନଙ୍କୁ ଚାଇନା ୟୁନିଭର୍ସିଟିକୁ ପଠାଯାଉଛି। ଚାଇନା ସରକାରଙ୍କ ସହାୟତାରେ ଚାଲିଥିବା କନ୍‌ଫୁସିଅସ୍‌ ଇନ୍‌ଷ୍ଟିଚୁ୍ୟୁଟ୍‌ ନାମକ ସୋସିଆଲ ଫାଉଣ୍ଡେଶନ ଜରିଆରେ ଭାରତୀୟ ଶିକ୍ଷାନୁଷ୍ଠାନଗୁଡ଼ିକ ଉପରେ ପ୍ରଭାବ ବିସ୍ତାର କରାଯାଉଛି।
ସେହିପରି ଭାରତୀୟ ଗଣମାଧ୍ୟମ ଓ ଏଥିସହିତ ଜଡିତ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ବ୍ୟବହାର କରି ବେଜିଂ ଭାରତର ସୋସିଆଲ ମିଡିଆକୁ ପ୍ରଭାବିତ କରୁଛି। ଖବରଦାତା ରାଜୀବ ଶର୍ମା ଏହାର ଉଦାହରଣ। ସେ ଚାଇନା ପାଇଁ ଗୁପ୍ତଚରଗିରିରେ ସମ୍ପୃକ୍ତ ଥାଇ ଗିରଫ ହୋଇଥିଲେ। ଭାରତୀୟ ଯବୁପିଢ଼ି ଦୈନନ୍ଦିନ ଆବଶ୍ୟକତା ପାଇଁ ମୋବାଇଲ୍‌ ଆପ୍‌ ଉପରେ ନିର୍ଭରଶୀଳ ହୋଇପଡ଼ିଥିବାବେଳେ ଚାଇନା ଉକ୍ତ ସେକ୍ଟର ବିଶେଷ କରି ନ୍ୟୁଜ୍‌ ଆପ୍‌ଗୁଡ଼ିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଚଳାଇଛି। ଭାରତରେ ସର୍ବାଧିକ ବ୍ୟବହାର ହେଉଥିବା ନ୍ୟୁଜ୍‌ ଆପ୍‌ ଡେଲିହଣ୍ଟ, ନ୍ୟୁଜ୍‌ଡଗ୍‌ ଏବଂ ୟୁସି ନ୍ୟୁଜ୍‌ରେ ଚାଇନା କମ୍ପାନୀ ବିପୁଳ ଅର୍ଥ ବିନିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ଦେଶର GDP’କୁ ଅତିକ୍ରମ କଲା ଭାରତୀୟ ପରିବାର ପାଖରେ ଥିବା ସୁନା ମୂଲ୍ୟ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ପରିବାରଗୁଡ଼ିକ ପାଇଁ ସୁନା କେବଳ ଏକ ଅଳଙ୍କାର ନୁହେଁ, ବରଂ ଏହା ଭାବପ୍ରବଣତା ଏବଂ ଆର୍ଥିକ ସୁରକ୍ଷାର ଏକ ପ୍ରତୀକ। ବିଶ୍ୱ ବଜାରରେ...

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri