୨୦୨୭ରେ ତାଇଓ୍ବାନ ଯୁଦ୍ଧ ପାଇଁ ଚାଇନାର ପ୍ରସ୍ତୁତି…

ବେଜିଂ,୧୨।୩ : ତାଇୱାନକୁ ନେଇ ଆମେରିକା ସହିତ ତିକ୍ତତା ବୃଦ୍ଧି ମଧ୍ୟରେ ଚାଇନା ସୈନ୍ୟମାନେ ଦେଶର ସାର୍ବଭୌମତ୍ୱ ଏବଂ ଜାତୀୟ ସ୍ବାର୍ଥର ସୁରକ୍ଷା ପାଇଁ ଯୁଦ୍ଧକାଳୀନ ଆଇନ ପାଇଁ ଦାବି କରୁଛନ୍ତି। ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ହଂକଂର ଖବରକାଗଜ ସାଉଥ ଚାଇନା ମର୍ନିଂ ପୋଷ୍ଟର ଖବର ଅନୁଯାୟୀ ପିପୁଲ୍ସ ଲିବରେଶନ ଆର୍ମି (ପିଏଲଏ)ର ପ୍ରତିନିଧୀମାନେ ଚାଇନା ସଂସଦର ନ୍ୟାଶନାଲ ପିପୁଲ୍ସ କଂଗ୍ରେସ(ଏନପିସି) ର ଅଧିବେଶନରେ ଏଭଳି ଆଇନ ଆଣିବାକୁ ଆହ୍ବାନ ଦେଇଛନ୍ତି।

ଖବର ଅନୁଯାୟୀ, ଆମେରିକାର ସାମରିକ ଏବଂ ଗୁପ୍ତଚର ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ୨୦୨୭ ମସିହାରେ ଚାଇନା ତାଇୱାନ ସହିତ ଯୁଦ୍ଧ କରିପାରେ। ଖବର ଅନୁଯାୟୀ, ପିଏଲଏ ପ୍ରତିନିଧୀ ୱୁ ସିହୁଆ କହିଛନ୍ତି ଯେ ଚାଇନା ସେନା ପାଇଁ ଏକ ଆଇନ କରିବା ଉଚିତ। ଯୁଦ୍ଧର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଆଇନକୁ ଠିକ ସମୟରେ ଏବଂ ବ୍ୟବସ୍ଥିତ ଢଙ୍ଗରେ ଅଧ୍ୟୟନ କରାଯିବା ଉଚିତ ବୋଲି ଅନ୍ୟ ଜଣେ ପିଏଲଏ ପ୍ରତିନିଧୀ ୟେ ଡବିନ କହିଛନ୍ତି।

ବେଜିଂ ଦାବି କରିଛି ଯେ ଚାଇନା ବିରୋଧରେ ଆମେରିକା ତାଇୱାନକୁ ମୋହରା ଭାବରେ ବ୍ୟବହାର କରୁଛି। ଗତ ମାସରେ, ଚାଇନା ସାଂସଦମାନେ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିଲେ, ଯାହା ଯୁଦ୍ଧ ସମୟରେ ଅପରାଧିକ ପ୍ରକ୍ରିୟା ଆଇନ ପ୍ରୟୋଗ କରିବାର ପଦ୍ଧତିକୁ ପରିବର୍ତ୍ତନ କରିବାକୁ ସୈନିକଙ୍କୁ କ୍ଷମତା ପ୍ରଦାନ କରିଥାଏ।

ଶାନନ୍ଦୋଙ୍ଗ ପ୍ରଦେଶ ସାମରିକ ଜିଲାର କମାଣ୍ଡର ୱାଙ୍ଗ ଲିକ ପରାମର୍ଶ ଦେଇଛନ୍ତି ଯେ ଚାଇନା ଏଭଳି ଆଇନ ପ୍ରଣୟନ କରିବା ଉଚିତ। ସାଉଥ ଥିଏଟର କମାଣ୍ଡର ପୂର୍ବତନ କମାଣ୍ଡର ୟୁଆନ ୟୁବାଇ କହିଛନ୍ତି ଯେ ଜାତୀୟ ପ୍ରତିରକ୍ଷା ସହ ଜଡିତ ଅନ୍ତର୍ଜାତୀୟ ଆଇନଗୁଡିକ ଅଧ୍ୟୟନ କରାଯିବା ଜରୁରୀ। ତାଇୱାନ ଷ୍ଟ୍ରେଟ, କେନ୍ଦ୍ରୀୟ ଏବଂ ଦକ୍ଷିଣ ଚୀନ ସାଗରକୁ ନେଇ ତାଙ୍କ ମନ୍ତବ୍ୟ ବୃଦ୍ଧି ପାଇଛି। ଖବର ଅନୁଯାୟୀ, ଆମେରିକାର ସାମରିକ ଏବଂ ଗୁପ୍ତଚର ଅଧିକାରୀମାନେ ଚେତାବନୀ ଦେଇଛନ୍ତି ଯେ ୨୦୨୭ ମସିହାରେ ତାଇୱାନ ପ୍ରସଙ୍ଗ ଉପରେ ଯୁଦ୍ଧ ହେବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri