Categories: ବାଣିଜ୍ୟ

ଚାଇନା ଫୋନ୍‌ ପ୍ରତି ମୁହଁ ମୋଡୁଛନ୍ତି ଗ୍ରାହକ

ନୂଆଦିଲ୍ଲୀ,୨୪।୭: ଭାରତ ଓ ଚାଇନା ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଘରୋଇ ବଜାରରେ ଦେଖିବାକୁ ମିଳିଛି। ଚାଇନା ସେନା ଆକ୍ରମଣରେ ୨୦ ଭାରତୀୟ ଯବାନ ଶହୀଦ ହେବା ପରେ ଚାଇନା ସାମଗ୍ରୀ ବୟକଟ କରିବା ଲାଗି ସାରା ଦେଶରେ କ୍ୟାମ୍ପେନ ଆରମ୍ଭ ହୋଇଛି। ଉଭୟ ଦେଶ ମଧ୍ୟରେ ରହିଥିବା ସିକ୍ୟୁରିଟି କଟକଣା ସହ ସରକାରଙ୍କ ନିର୍ଦ୍ଦେଶନାମା ବାଣିଜ୍ୟ କାରବାରକୁ ପ୍ରଭାବିତ କରିଛି। ଭାରତ ବଜାରରେ କାୟା ବିସ୍ତାର କରିଥିବା ଚାଇନା ମୋବାଇଲର କ୍ରୟ ଉପରେ ପ୍ରଭାବ ଏହି ସମୟରେ ଦେଖାଯାଇଛି। ମାର୍ଚ୍ଚ ତ୍ରୈମାସରେ ଚାଇନା ଫୋନର ବଜାର ଅଂଶ ୮୧% ଥିବା ବେଳେ ଜୁନ ତ୍ରୈମାସ ବେଳକୁ ତାହା ୭୨%ରେ ପହଞ୍ଚି ଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି। ଭାରତ ବଜାରର ପ୍ରମୁଖ ମଡେଲ ଭାବେ ଉଭା ହୋଇଥିବା ଓପୋ, ଭିଭୋ ଏବଂ ରିୟଲମି ଭଳି ମୋବାଇଲ ବିକ୍ରିରେ ବ୍ୟାପକ ହ୍ରାସ ହେଉଥିବା କୁହାଯାଉଛି। ବଜାର ବିଶେଷଜ୍ଞ ଶିଳ୍ପୀ ଜନୈ କହିଛନ୍ତି ଯେ, ଏଭଳି ସ୍ଥିତି ବଜାରରେ ଲାଗି ରହିବ। କାରଣ ଦୁଇ ଦେଶ ମଧ୍ୟରେ ସୀମା ଉତ୍ତେଜନା ଭାରତୀୟଙ୍କୁ ଗଭୀର ଭାବେ ବ୍ୟଥିତ କରିଛି। ଭାରତ ବଜାରର ଗ୍ରାହକମାନେ ଚାଇନା ଫୋନ ବଦଳରେ ସାମ୍‌ସଙ୍ଗ ଓ ନୋକିଆ ଭଳି ମଡେଲ ଉପରେ ନିର୍ଭର କରୁଥିତ୍ବା ଚାଇନା ଡିଲରମାନେ ସୂଚନା ଦେଇଛନ୍ତି। ଭାରତ ସରକାର ଗତ ମାସରେ ଚାଇନ ଉପତ୍ାଦ ୫୦ରୁ ଉର୍ଦ୍ଧ୍ୱ ଆପକୁ ବ୍ୟାନ ମଧ୍ୟ କରିଥିଲେ।

Share