ଚାଇନାର ଚନ୍ଦ୍ର ଅଭିଯାନ

”ଚାଇନାର ଚଳିତ ଚେଙ୍ଗ’ଇ ୬ ଅଭିଯାନ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୨ କି.ଗ୍ରା. ଓଜନର ମାଟି ସଂଗ୍ରହ କରି ପୃଥିବୀକୁ ଆଣିବ ବୋଲି ଲକ୍ଷ୍ୟ ରଖାଯାଇଛି। ଚାଇନା ଚନ୍ଦ୍ରର ଦୂରତମ ପାର୍ଶ୍ୱକୁ ସର୍ବପ୍ରଥମେ ୨୦୧୯ ମସିହାରେ ନିଜର ପ୍ରଥମ ଅଭିଯାନ ଚେଙ୍ଗ’ଇ ୪ ପ୍ରେରଣ କରିଥିଲା। ଏଥିରୁ ଏକ ଅବତରକ ଯାନ ବା ଲ୍ୟାଣ୍ଡର ଅଲଗା ହୋଇ ସଫଳତାର ସହିତ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଅବତରଣ କରିଥିଲା। ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଏକ ଯାନକୁ ସଫଳତାର ସହିତ ଅବତରଣ କରାଇବାରେ ଚାଇନା ଥିଲା ବିଶ୍ୱର ସର୍ବପ୍ରଥମ ରାଷ୍ଟ୍ର। ଏହି ଯାନରୁ ବାହାରି ଏକ ରୋବୋଟ (ନାମ : ୟୁତି-୨) ଚନ୍ଦ୍ରପୃଷ୍ଠରେ ବିଚରଣ ପୂର୍ବକ ଅନୁଧ୍ୟାନ କରିଥିଲା। ସେବେଠାରୁ ଏହି ରୋବୋଟ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଚନ୍ଦ୍ରପୃଷ୍ଠରେ କାର୍ଯ୍ୟରତ ବିଶ୍ୱର ସବୁଠାରୁ ଦୀର୍ଘସ୍ଥାୟୀ ରୋବୋଟ ରୂପେ ସକ୍ରିୟ ଅଛି।“

ଆମର ପଡ଼ୋଶୀ ଦେଶ ଚାଇନା ଗତ ମେ ୩ ତାରିଖରେ ଚନ୍ଦ୍ର ଅଭିମୁଖେ ଏକ ଅଭିଯାନ ପ୍ରେରଣ କରିଛି। ଏହା ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଅବତରଣ ପୂର୍ବକ ଚନ୍ଦ୍ରପୃଷ୍ଠରୁ କିଛି ମାଟି ସଂଗ୍ରହ କରି ପୃଥିବୀକୁ ଫେରାଇ ଆଣିବାର ଆଶା ରଖିଛି। ଏହି ଅଭିଯାନର ନାମ ଚେଙ୍ଗ’ଇ ୬। ଏହି ଅଭିଯାନକୁ ହୈନାନ ଦ୍ବୀପର ୱେଞ୍ଚାଙ୍ଗ ଅନ୍ତରୀକ୍ଷ କେନ୍ଦ୍ରରୁ ‘ଲାଙ୍ଗ ମାର୍ଚ୍ଚ ୫ ରକେଟ’ ଜରିଆରେ ଉତକ୍ଷେପଣ କରାଯାଇଛି। ଏହି ଅଭିଯାନ ସଫଳ ହେଲେ ଆମେରିକା, ରୁଷିଆ ଓ ଭାରତକୁ ପଛରେ ପକାଇ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଅବତରଣ କରି ପୃଥିବୀକୁ ନମୁନା ଫେରାଇ ଆଣିବାରେ ଚାଇନା ବିଶ୍ୱର ପ୍ରଥମ ରାଷ୍ଟ୍ର ରୂପେ ପରିଗଣିତ ହେବ। ଚାଇନା ଆଗାମୀ ୨୦୩୦ ମସିହା ସୁଦ୍ଧା ଚନ୍ଦ୍ରକୁ ମଣିଷ ପଠାଇ ଚନ୍ଦ୍ରର ଦକ୍ଷିଣ ମେରୁଠାରେ ଏକ ସ୍ଥାୟୀ ଘାଟି ନିର୍ମାଣ କରିବାର ଯୋଜନା ରଖିଛି। ଚାଇନାର ଏହି ଚଳିତ ଅଭିଯାନ ସେହି ମହତ୍ତ୍ୱାକାଂକ୍ଷୀ ଲକ୍ଷ୍ୟର ଏକ ଅଂଶବିଶେଷ ବୋଲି ଜଣାପଡ଼ିଛି।
ଏପର୍ଯ୍ୟନ୍ତ ଦୁନିଆର ସମସ୍ତ ୧୦ଟି ଚନ୍ଦ୍ର ଅଭିଯାନ ଚନ୍ଦ୍ରର ନିକଟତମ ପାର୍ଶ୍ୱକୁ ଲକ୍ଷ୍ୟ କରି କରାଯାଇଛି; ଅର୍ଥାତ ଚନ୍ଦ୍ରର ଦୂରତମ ପାର୍ଶ୍ୱ ଅଭିମୁଖେ କୌଣସି ସଫଳ ଅଭିଯାନ ପ୍ରେରଣ କରାଯାଇ ପାରିନାହିଁ। ଚନ୍ଦ୍ରର ଏହି ରହସ୍ୟମୟ ପାଶ୍ୱର୍ର୍ ସର୍ବଦା ପୃଥିବୀଠାରୁ ଦୂରରେ ରହିଥାଏ। ଏହାକୁ ମଧ୍ୟ ଚନ୍ଦ୍ରର ‘ଅନ୍ଧକାରାଚ୍ଛନ୍ନ’ ପାଶ୍ୱର୍ର୍ କହନ୍ତି। ଏହାର ଅର୍ଥ ନୁହେଁ ଯେ, ଏହି ପାର୍ଶ୍ୱ ସଦାସର୍ବଦା ଅନ୍ଧକାରମୟ ରହିଥାଏ; ବରଂ ଏହି ପାର୍ଶ୍ୱ ସର୍ବଦା ଆମଠାରୁ ଦୂରରେ ରହିଥିବା ହେତୁ ସେ ସମ୍ପର୍କରେ ଆମର ସୀମିତ ଜ୍ଞାନ ଦୃଷ୍ଟିରୁ ଏହାର ଏପରି ନାମକରଣ କରାଯାଇଛି।
ଚେଙ୍ଗ’ଇ ୬ ଚନ୍ଦ୍ରର ସବୁଠାରୁ ପୁରାତନ ଗହ୍ବର ସାଉଥ ଏଟକିନ ବେସିନଠାରେ ଅବତରଣ କରିବ। ଏହି ଗହ୍ବରର ଓସାର ୨୫୦୦ କି.ମି. ଓ ବୟସ ୪୦୦ କୋଟି ବର୍ଷ। ସୁତରାଂ ଚାଇନାର ଏହି ଅଭିଯାନର ବୈଜ୍ଞାନିକ ଦୃଷ୍ଟିକୋଣରୁ ଯଥେଷ୍ଟ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଚାଇନାର ଏହି ଅଭିଯାନରେ ନିଜସ୍ବ ଉପକରଣ ବ୍ୟତୀତ ଅନ୍ୟାନ୍ୟ କିଛି ରାଷ୍ଟ୍ର ଯେପରି ପାକିସ୍ତାନ, ଫ୍ରାନ୍ସ, ଇଟାଲୀ ଏବଂ ୟୁରୋପୀୟ ସମୂହର ଭାର ମଧ୍ୟ ସ୍ଥାନିତ ଅଛି।
ଚେଙ୍ଗ’ଇ ୬ ଗତ ୨୦୨୦ ମସିହାରେ ପ୍ରେରଣ କରା ଯାଇଥିବା ଚେଙ୍ଗ’ଇ ୫ ଅଭିଯାନର ଏକ ସହାୟକ ଉପକ୍ରମ, ଯାହା ଚନ୍ଦ୍ରପୃଷ୍ଠରୁ ୧.୭ କି.ଗ୍ରା. ଓଜନର ମାଟି ଓ ପଥର ପୃଥିବୀକୁ ସଫଳତାର ସହିତ ଆଣି ପାରିଥିଲା। ଚାଇନାର ଚଳିତ ଚେଙ୍ଗ’ଇ ୬ ଅଭିଯାନ ଚନ୍ଦ୍ରପୃଷ୍ଠରୁ ପ୍ରାୟ ୨ କି.ଗ୍ରା. ଓଜନର ମାଟି ସଂଗ୍ରହ କରି ପୃଥିବୀକୁ ଆଣିବ ବୋଲି ଲକ୍ଷ୍ୟ ରଖାଯାଇଛି। ଚାଇନା ଚନ୍ଦ୍ରର ଦୂରତମ ପାର୍ଶ୍ୱକୁ ସର୍ବପ୍ରଥମେ ୨୦୧୯ ମସିହାରେ ନିଜର ପ୍ରଥମ ଅଭିଯାନ ଚେଙ୍ଗ’ଇ ୪ ପ୍ରେରଣ କରିଥିଲା। ଏଥିରୁ ଏକ ଅବତରକ ଯାନ ବା ଲ୍ୟାଣ୍ଡର ଅଲଗା ହୋଇ ସଫଳତାର ସହିତ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଅବତରଣ କରିଥିଲା। ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଏକ ଯାନକୁ ସଫଳତାର ସହିତ ଅବତରଣ କରାଇବାରେ ଚାଇନା ଥିଲା ବିଶ୍ୱର ସର୍ବପ୍ରଥମ ରାଷ୍ଟ୍ର। ଏହି ଯାନରୁ ବାହାରି ଏକ ରୋବୋଟ (ନାମ : ୟୁତି-୨) ଚନ୍ଦ୍ରପୃଷ୍ଠରେ ବିଚରଣ ପୂର୍ବକ ଅନୁଧ୍ୟାନ କରିଥିଲା। ସେବେଠାରୁ ଏହି ରୋବୋଟ ଚନ୍ଦ୍ରର ଦୂରତମ ପାର୍ଶ୍ୱରେ ଚନ୍ଦ୍ରପୃଷ୍ଠରେ କାର୍ଯ୍ୟରତ ବିଶ୍ୱର ସବୁଠାରୁ ଦୀର୍ଘସ୍ଥାୟୀ ରୋବୋଟ ରୂପେ ସକ୍ରିୟ ଅଛି। ତେବେ ପ୍ରଶ୍ନ ଉଠେ: କୋଟି କୋଟି ଟଙ୍କା ବିନିମୟରେ ଚନ୍ଦ୍ର ପ୍ରତି ଚାଇନାର ଏଭଳି ଦୁର୍ବାର ଆକର୍ଷଣ କାହିଁକି?
ସୂଚନାଯୋଗ୍ୟ ଯେ, ଚନ୍ଦ୍ରର ପୃଷ୍ଠ ଅନେକ ଉଲ୍‌କାପାତ ଆଘାତ ଜନିତ ଗହ୍ବରରେ ପରିପୂର୍ଣ୍ଣ। ସେଥିରୁ କିଛି ଗହ୍ବର ଏତେ ଗଭୀର ଯେ ସେଗୁଡ଼ିକର ତଳ ସ୍ଥାୟୀ ରୂପେ ଅନ୍ଧକାରାଚ୍ଛନ୍ନ ଥାଏ, ଯେଉଁଠି ସୂର୍ଯ୍ୟାଲୋକ ଏପର୍ଯ୍ୟନ୍ତ ପ୍ରବେଶ କରିପାରି ନାହିଁ। ଏହା ସେଭଳି କିଛି ଗଭୀର ଗହ୍ବର ତଳରୁ ବରଫ ଓ ମାଟି ସଂଗ୍ରହ କରିବ। ସେସବୁର ବୈଜ୍ଞାନିକ ବିଶ୍ଳେଷଣ ଦ୍ୱାରା ଆମ ସୌରଜଗତର ଗଠନ, ଅଭ୍ୟୁଦୟ ତଥା ବୟସ ଭଳି ବହୁ ଅସମାହିତ ରହସ୍ୟର ଉନ୍ମୋଚନ କରିହେବ।
ସମ୍ପ୍ରତି ପରିବେଶୀୟ ପ୍ରଦୂଷଣ ତଥା ଜଳବାୟୁ ପରିବର୍ତ୍ତନଜନିତ କାରଣରୁ ଆମର ସୁନ୍ଦର ଗ୍ରହ ପୃଥିବୀ ଏବେ ଅବକ୍ଷୟମୁଖୀ ଓ ଧ୍ୱଂସପଥର ଯାତ୍ରୀ। ଏହି ଧାରା ଅବ୍ୟାହତ ରହିଲେ ଦିନ ଅସିବ, ଆମର ପୃଥିବୀ ଆଉ ଜୀବନୋପଯୋଗୀ ହୋଇ ରହିବ ନାହିଁ। ସୁତରାଂ ଏହି ବିଶାଳ ବିଶ୍ୱରେ ମନୁଷ୍ୟଜାତିକୁ ବଞ୍ଚାଇ ରଖିବାକୁ ହେଲେ ଆମକୁ ପୃଥିବୀ ଛାଡ଼ି ଅନ୍ୟ ଗ୍ରହ ଗ୍ରହାନ୍ତରରେ ସୁରକ୍ଷିତ ରାଇଜର ସନ୍ଧାନ କରିବାକୁ ପଡ଼ିବ। ଆଉ ସେ କ୍ଷେତ୍ରରେ, ଆମର ପଡ଼ୋଶୀ ଚନ୍ଦ୍ର ହେବ ଆମର ସର୍ବପ୍ରଥମ ଲକ୍ଷ୍ୟସ୍ଥଳୀ। ଦିନ ଆସିବ, ଯେବେ ପୃଥିବୀରୁ ନିୟମିତ ସଟଲ ଯାନମାନ ଚନ୍ଦ୍ର ଅଭିମୁଖେ ଯାତ୍ରା କରିବ ଏବଂ ସେଥିରେ ବସି ଦଳଦଳ ପୁରୁଷ ଓ ସ୍ତ୍ରୀ ଚନ୍ଦ୍ର ଯାତ୍ରା କରି ଜହ୍ନ ରାଇଜରେ ନିଜର ଘରସଂସାର କରିିବେ। ପୁଣି ମଙ୍ଗଳ ଭଳି ବାସୋପଯୋଗୀ ସୌରଜଗତର ଅନ୍ୟ ଗ୍ରହମାନଙ୍କୁ ସହଜରେ ଏବଂ ସ୍ବଳ୍ପ ଖର୍ଚ୍ଚରେ ଯାତ୍ରା କରିବାକୁ ହେଲେ ଚନ୍ଦ୍ର ମନୁଷ୍ୟ ପାଇଁ ଏକ ମଧ୍ୟବର୍ତ୍ତୀ ସୋପାନ ହେବ। ଚନ୍ଦ୍ର ମଧ୍ୟ ଯେକୌଣସି ଦେଶ ପାଇଁ ଅର୍ଥନୈତିକ ତଥା ସାମରିକ ଦୃଷ୍ଟିକୋଣରୁ ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଚନ୍ଦ୍ରରେ ବିଭିନ୍ନ ବିରଳ ଖଣିଜ ଯଥା ସିଲିକନ, ମାଙ୍ଗାନିଜ, ଟାଇଟାନିୟମର ପ୍ରଚୁର ଭଣ୍ଡାର ଗଚ୍ଛିତ ଅଛି। ଏସବୁକୁ ଉତ୍ତୋଳନ କରି ରାଷ୍ଟ୍ରୀୟ ପ୍ରଗତି ନିମନ୍ତେ ପୃଥିବୀକୁ ସଫଳତାର ସହିତ ଆଣିବା ଉଦ୍ଦେଶ୍ୟରେ ଏହି ଚନ୍ଦ୍ର ସମ୍ପଦ ଉପରେ ଅଧିକାଂଶ ଦେଶର ଲୋଲୁପ ଦୃଷ୍ଟି ରହିଛି। ପୁନଶ୍ଚ, ଚନ୍ଦ୍ରରେ ଏକ ସାମରିକ ଘାଟି ସ୍ଥାପନ କରି ଅନ୍ତରୀକ୍ଷରୁ ସମରସଜ୍ଜା ପ୍ରସ୍ତୁତ କରିହେବ, ଯାହା ଯେକୌଣସି ଦେଶ ପାଇଁ ସମରରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ।
ଚାଇନା ଆଗାମୀ ଦିନରେ ନିଜର ଆର୍ଥିକ ଓ ସାମରିକ ବିକାଶ ଦୃଷ୍ଟିକୋଣକୁ ଆଖି ଆଗରେ ରଖି ଚନ୍ଦ୍ରପୃଷ୍ଠରେ ଏକ ସ୍ଥାୟୀ ଘାଟି ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି। ଚାଇନାର ସଦ୍ୟତମ ଚେଙ୍ଗ’ଇ ୬ ତଥା ସମୁଦାୟ ଚେଙ୍ଗ’ଇ ସିରିଜ ଚନ୍ଦ୍ର ଅଭିଯାନ ଡ୍ରାଗନ ରାଷ୍ଟ୍ରର ସେହି ସୁଦୂର ଓ ଦୁର୍ବାର ଲକ୍ଷ୍ୟକୁ ବାସ୍ତବରେ ରୂପାୟିତ କରିବା ଉଦ୍ୟମରେ ଏକ ପଦକ୍ଷେପ ମାତ୍ର।

ନିକୁଞ୍ଜ ବିହାରୀ ସାହୁ
-ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ : ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri