Categories: ବାଣିଜ୍ୟ

କ୍ରିପ୍ଟୋ କରେନ୍ସି କାରବାର ଉପରେ ଚାଇନାର କଟକଣା

ନୂଆଦିଲ୍ଲୀ,୨୭।୯: ଚାଇନାର କେନ୍ଦ୍ରୀୟ ବ୍ୟାଙ୍କ ଶୁକ୍ରବାର କ୍ରିପ୍ଟୋ କରେନ୍ସି କାରବାର ଉପରେ କଟକଣା ଲାଗୁ କରିଛି। ଫଳରେ ଡିଜିଟାଲ କରେନ୍ସି ମୂଲ୍ୟରେ ହ୍ରାସ ଦେଖାଯାଇଛି। କ୍ରିପ୍ଟୋକରେନ୍ସି ସହ ଜଡ଼ିତ ସମସ୍ତ କାର୍ଯ୍ୟକଳାପକୁ ପିପୁଲ୍ସ ବ୍ୟାଙ୍କ ଅଫ୍‌ ଚାଇନା ଅବୈଧ ଘୋଷଣା କରିଛି। ରାଷ୍ଟ୍ରହିତ ଏବଂ ଲୋକଙ୍କ ସମ୍ପତ୍ତିକୁ ସୁରକ୍ଷା ଦେବା ଲକ୍ଷ୍ୟରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିବା ଚାଇନା କହିଛି। କ୍ରିପ୍ଟୋକରେନ୍ସି ଗଚ୍ଛିତ କରି ରଖିବା ଏବଂ ଏହାର କାରବାର ଉପରେ କଟକଣା ଲାଗିବାରୁ ଏହା ଭାରତ ଲାଗି ବରଦାନ ସଦୃଶ ହୋଇଛି। ଶିଳ୍ପ ବିଶେଷଜ୍ଞଙ୍କ ମୁତାବକ, କ୍ରିପ୍ଟୋ ଟେକ୍ନୋଲୋଜି ଭାରତକୁ ଏହି କ୍ଷେତ୍ରରେ ଗ୍ଲୋବାଲ ଲିଡର ଭାବେ ଗଢ଼ି ତୋଳିପାରେ। ଓ୍ବାଜିରଏକ୍ସର ସିଇଓ ନିଶ୍ଚଳ ସେଟ୍ଟୀଙ୍କ କହିବା ମୁତାବକ, ୫ ଲକ୍ଷ କୋଟି ଡଲାର ଅର୍ଥ ବ୍ୟବସ୍ଥା ଦିଗରେ କ୍ରିପ୍ଟୋ ପ୍ରମୁଖ ଭୂମିକା ଗ୍ରହଣ କରିବ। ଚାଇନାର କଟକଣା ଖବର ଆସିବା ପରେ ବିଟ୍‌କଏନ ଭାଲ୍ୟୁ ୯% ହ୍ରାସ ହୋଇଥିଲା।

Share