ଚାଇନାର ବଡ଼ ଷଡ଼ଯନ୍ତ୍ର: ଏହି ଆପ୍‌ ଜରିଆରେ ଭାରତରୁ ଚାଇନା ନେଇଛି ୪୦୦ କୋଟି ଟଙ୍କା, ଇଡି କହିଲା…

ନୂଆଦିଲ୍ଲୀ,୨୬ା୯: ଅନ୍‌ଲାଇନ୍‌ ଗେମିଂ ଆପ୍‌ ବିରୋଧରେ ଏନ୍‌ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍‌(ଇଡି) କଡ଼ା ପଦକ୍ଷେପ ଗ୍ରହଣ କରିଛି। ଇଡି ପ୍ରାୟ ୨୫ କୋଟି ଟଙ୍କା ଜବତ କରିଛି। ଚାଇନାର  FIEWIN ଗେମିଂ ଆପ୍‌ ବିରୋଧରେ ଇଡି ଏହି ପଦକ୍ଷେପ ନେଇଛି। ଏହା ବ୍ୟତୀତ ଏନ୍‌ଫୋର୍ସମେଣ୍ଟ ଇଡି ମଧ୍ୟ ଚାଇନାର ନାଗରିକଙ୍କ କ୍ରିପ୍ଟୋ ଆକାଉଣ୍ଟକୁ ବ୍ଲକ୍‌ କରିଦେଇଛି।

ଏହି ଗେମିଂ ଆପ୍‌ ଭାରତ ବିରୋଧୀ କାର୍ଯ୍ୟକଳାପରେ ଜଡ଼ିତ ଥିବା ଅଭିଯୋଗ ହୋଇଛି। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହି ଗେମିଂ ଆପ୍‌ ମାଧ୍ୟମରେ ଭାରତରୁ ଚାଇନାକୁ ୪୦୦ କୋଟି ଟଙ୍କା ପଠାଯାଇଛି। ବର୍ତ୍ତମାନ ଇଡି ମଧ୍ୟ ମନି ଲଣ୍ଡରିଂର ଏକ ଟ୍ରେଲ୍‌ ଖୋଜିବାକୁ ଚେଷ୍ଟା କରୁଛି।

ପ୍ରଥମଥର ପାଇଁ ଇଡି ଏହି ଅନ୍‌ଲାଇନ୍‌ ଗେମିଂ ଆପ୍‌ର ଚାଇନାର ନାଗରିକଙ୍କ କ୍ରିପ୍ଟୋ ଆକାଉଣ୍ଟକୁ ଜବତ କରିଛି। ଚାଇନାର ନାଗରିକଙ୍କ ୩ଟି କ୍ରିପ୍ଟୋ ଆକାଉଣ୍ଟ ଜବତ କରିଛି ଇଡି। ଇଡି ଏହାର ଅନୁସନ୍ଧାନରେ କହିଛି ଯେ, ଏହି ଗେମିଂ ଆପ୍‌ ଜରିଆରେ ଭାରତରୁ ୪୦୦ କୋଟି ଟଙ୍କା ଚାଇନାରେ ପହଞ୍ଚିଛି।

ଏହି ମାମଲାରେ ଇଡି ୪ ଜଣ ଭାରତୀୟ ନାଗରିକଙ୍କୁ ମଧ୍ୟ ଗିରଫ କରିଛି। ଇଡି ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହି ଗେମିଂ ଆପ୍‌ ମାଧ୍ୟମରେ ଚାଇନାର ମୂଳ ନାଗରିକମାନେ ଭାରତରେ ଏକ ବଡ଼ ଷଡ଼ଯନ୍ତ୍ର ସୃଷ୍ଟି କରିଛନ୍ତି ଏବଂ ପ୍ରାୟ ୪୦୦ କୋଟି ଟଙ୍କା ରୋଜଗାର କରିଛନ୍ତି। ଖେଳ ଜରିଆରେ ଭାରତର ଅର୍ଥନୀତିକୁ ଦୁର୍ବଳ କରିବା ପାଇଁ ଚାଇନା ଏକ ବଡ଼ ଷଡ଼ଯନ୍ତ୍ର କରିଥିଲା।

ସୂଚନାଯୋଗ୍ୟ, ନିକଟରେ ଇଡି ଦେଶର ଅନେକ ସ୍ଥାନରେ ଏହି ଗେମିଂ ଆପ୍‌ ବିରୋଧରେ ଚଢ଼ାଉ କରିଥିଲା। ଏହି ଅବଧି ମଧ୍ୟରେ ଇଡି ଅନେକ ଭାରତୀୟ ନାଗରିକଙ୍କୁ ମଧ୍ୟ ଗିରଫ କରିଥିଲା। ଗିରଫ ଅଭିଯୁକ୍ତମାନେ ପଚରାଉଚରାବେଳେ କହିଥିଲେ ଯେ, ଏହି ଖେଳ ମାଧ୍ୟମରେ ଭାରତରୁ ୪୦୦ କାଟି ଟଙ୍କା ଚାଇନା ପଠାଯାଇଛି। ଏହି ଠକେଇରେ ସମ୍ପୃକ୍ତ ୪ ଜଣଙ୍କୁ ଗିରଫ କରିଥିଲା ଇଡି। ଗେମିଂ ଆପ୍‌ ଜରିଆରେ ମାଧ୍ୟମରେ ଠକେଇ ଏବଂ ଷଡ଼ଯନ୍ତ୍ର ପାଇଁ ବିଭିନ୍ନ ଧାରାରେ କୋଲକାତାର କୋସିପୁର ଥାନାରେ ଏକ ମାମଲା ରୁଜୁ ବି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

ବସ୍‌କୁ ଧକ୍କା ଦେଇ ଚାଲିଗଲା ବାଇକ୍‌ ଆରୋହୀଙ୍କ ଜୀବନ

କୋକସରା,୭ା୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଥାନା ଲଡୁଗାଁ-ଚିକିଲି ରାସ୍ତାର ପେଟ୍ରୋଲ ପମ୍ପ ନିକଟରେ ଏକ ଦୁର୍ଘଟଣା ଘଟିଛି। ରାସ୍ତା କଡରେ ଛିଡା ହୋଇଥିବା ଏକ ବସ୍‌କୁ…

ମୋ’ କଥା କେହି ଶୁଣନ୍ତିନି! ବାପା କି ବଡ଼ ଭାଇ ହୋଇ କିଛି ଲାଭ ନାହିଁ…ଫାଇନାଲ ପୂର୍ବରୁ କାହିଁକି ଏମିତି କହିଲେ ସୂର୍ଯ୍ୟା

ଅହମ୍ମଦାବାଦ,୭।୩: ଟି-୨୦ ବିଶ୍ୱକପ ୨୦୨୬ର ଫାଇନାଲ ମୁକାବିଲା ପାଇଁ ପ୍ରସ୍ତୁତ ଟିମ ଇଣ୍ଡିଆ। ୮ ମାର୍ଚ୍ଚରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଫାଇନାଲ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବେ ସୂର୍ଯ୍ୟକୁମାର…

ଫାଇନାଲ ମ୍ୟାଚ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଅଧିନାୟକଙ୍କ ବଡ଼ ବୟାନ, ଯଦି ଆମକୁ ହୃଦୟ ଭାଙ୍ଗିବାକୁ ପଡ଼େ…

ଅହମଦାବାଦ,୭।୩: ଟୁର୍ନାମେଣ୍ଟ ଜିତିବା ପାଇଁ ଆମେ ଫେଭରାଇଟ୍‌ ଦଳ ନୁହେଁ। କିନ୍ତୁ ଥରେ ଟ୍ରଫି ଉଠାଇବା ପାଇଁ ଯଦି ଆମକୁ କିଛି ହୃଦୟ ଭାଙ୍ଗିବାକୁ ପଡ଼େ, ତେବେ…

ପଞ୍ଚୁଦୋଳ ଯାତ୍ରା ପାଇଁ ଉଠୁଛି ପଡ଼ୁଛି ଗାଁ

ଗଞ୍ଜାମ,୭।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମାହାଟ ପଡିଆଠାରେ ହେବାକୁ ଥିବା ପ୍ରସିଦ୍ଧ ପଞ୍ଚୁଦୋଳ ଯାତ୍ରାର ସାହି ଯାତ୍ରାକୁ ଶନିବାର ୧୨ ଦିନ। ଏ ନେଇ…

ଫାଇନାଲ ପୂର୍ବରୁ ମିଚେଲ ସାଣ୍ଟର୍ନରଙ୍କ ଫଟୋକୁ ନେଇ ହଇଚଇ! ତାଜା ହେଲା ୨୦୨୩ର କ୍ଷତ, ପ୍ରଶଂସକ ଛାନିଆ…

ଅହମ୍ମଦାବାଦ,୭।୩: ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ବିଶ୍ୱକପ୍‌ ୨୦୨୬ର ମହାଲଢ଼େଇ ଅନୁଷ୍ଠିତ ହେବ। ପ୍ରଥମ ଥର ପାଇଁ ଏହି…

ସରିଲା ସିବିଏସି ପରୀକ୍ଷା: ପିଠିରେ ଲେଖି ଜଣାଇଲେ ବିଦାୟ ବାର୍ତ୍ତା

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ଚାଲିଥିବା ଦଶମ ସିବିଏସି ପରୀକ୍ଷା ଶନିବାର ସରିଥିବା ବେଳେ ପରୀକ୍ଷା ସରିବା ପରେ ପରସ୍ପର ମଧ୍ୟରେ ଛାତ୍ରୀଛାତ୍ର…

ସେମିଫାଇନାଲରେ ପହଞ୍ଚିଲେ ଲକ୍ଷ୍ୟ ସେନ୍‌

ବର୍ମିଂହାମ୍‌,୭ା୩:ଭାରତର ଲକ୍ଷ୍ୟ ସେନ୍‌ ଅଲ୍‌ ଇଂଲଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ ପୁରୁଷ ସିଙ୍ଗଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ୨୦୨୨ ସଂସ୍କରଣରେ ରନର-ଅପ୍‌ ବିଶ୍ୱର ୧୨ତମ ମାନ୍ୟତାପ୍ରାପ୍ତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri