ବେଜିଂ,୫ା୭:ଦଲାଇଲାମା କେବଳ ତାଙ୍କ ଉତ୍ତରାଧିକାର ଚୟନ କରିବାକୁ ଅଧିକୃତ ବୋଲି କେନ୍ଦ୍ରମନ୍ତ୍ରୀ କିରେନ୍ ରିଜିଜୁ ଗୁରୁବାର କହିଥିଲାବେଳେ ଚାଇନା ଏହାର ପ୍ରତିବାଦ କରିଛି। ତିବ୍ବତ ମାମଲାରେ ଭାରତ ସତର୍କତାର ସହ କାର୍ଯ୍ୟ କରିବା ସହ ଦ୍ୱିପାକ୍ଷିକ ସମ୍ପର୍କର ଉନ୍ନତିରେ ତାହା ଯେପରି ପ୍ରଭାବ ନ ପକାଏ ସେଥିପାଇଁ ସାବଧାନ କରିବାକୁ ବେଜିଂ କହିଛି। ଚତୁର୍ଦ୍ଦଶ ଦଲାଇଲାମାଙ୍କ ଚାଇନା ବିରୋଧୀ ବିଚ୍ଛିନ୍ନତାବାଦୀ ପ୍ରକୃତି ସମ୍ପର୍କରେ ଭାରତ ସ୍ପଷ୍ଟ ହେବା ସହ ଶିଜାଙ୍ଗ୍ (ତିବ୍ବତ) ସମ୍ପର୍କିତ ପ୍ରସଙ୍ଗରେ ବେଜିଂର ପ୍ରତିଶ୍ରୁତିବଦ୍ଧତାକୁ ସମ୍ମାନ ଦେବା ଆବଶ୍ୟକ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗ୍ ଗଣମାଧ୍ୟମକୁ କହିଛନ୍ତି।


