ଚାଇନାରେ ଜନସଂଖ୍ୟା ସଙ୍କଟ: ସରକାର ଚାହୁଁଛନ୍ତି ଅଧିକ ସନ୍ତାନ, କିନ୍ତୁ ଲୋକେ ଅକ୍ଷମ

ନୂଆଦିଲ୍ଲୀ,୪।୮: ଚାଇନା ଆଜି ଅର୍ଥନୈତିକ ଓ ଜନସଂଖ୍ୟା ସଙ୍କଟରେ ଜର୍ଜରିତ। ୨୦୨୫ ଜାନୁଆରୀ ତଥ୍ୟ ଅନୁଯାୟୀ, ଚାଇନାର ଜନସଂଖ୍ୟା ତୃତୀୟ ବର୍ଷ ପାଇଁ କମିଛି, ମୋଟ ୧୩.୯ ଲକ୍ଷ ଜନସଂଖ୍ୟା ହ୍ରାସ ପାଇଛି। ବିବାହ ସଂଖ୍ୟା କମିବା ଓ ଅବସର ବୟସ ବୃଦ୍ଧି ସହ ଏହା ଦେଶ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

୧୯୭୯ରେ ଡେଙ୍ଗ ଜିଆଓପିଙ୍ଗଙ୍କ ଏକସନ୍ତାନ ନୀତି ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ଲାଗୁ ହୋଇଥିଲା, ଯାହା ଚାଇନାକୁ ‘ବିଶ୍ୱର କାରଖାନା’ ଭାବେ ଗଢ଼ିବାରେ ସହାୟକ ହୋଇଥିଲା। କିନ୍ତୁ ଏହି ନୀତି ଦୀର୍ଘକାଳୀନ ଜନସାଂଖ୍ୟିକ ସଙ୍କଟ ସୃଷ୍ଟି କରିଛି। ୨୦୧୬ରେ ଏକସନ୍ତାନ ନୀତି ବାତିଲ କରି ଦୁଇ ସନ୍ତାନ ଓ ୨୦୨୧ରେ ତିନି ସନ୍ତାନ ନୀତି ଲାଗୁ ହେଲା, କିନ୍ତୁ ଜନ୍ମହାରରେ ଉନ୍ନତି ହୋଇନାହିଁ। ଚାଇନା ସରକାର ନିକଟରେ ତିନି ବର୍ଷ ବୟସ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ୩,୬୦୦ ଇଉଆନ (ପ୍ରାୟ ୫୦୦ ଡଲାର) ଆର୍ଥିକ ସହାୟତା ଘୋଷଣା କରିଛନ୍ତି।

ଏହି ଅର୍ଥ ବ୍ୟକ୍ତିଗତ ଆୟକରମୁକ୍ତ ହେବ ଏବଂ ସାମାଜିକ ସହାୟତା ପାଇଁ ଆୟ ଗଣନାରେ ଅନ୍ତର୍ଭୁକ୍ତ ହେବ ନାହିଁ। ତଥାପି, ଶିଶୁ ପାଳନ ଓ ଶିକ୍ଷାର ବ୍ୟୟ (୧୭ ବର୍ଷ ପର୍ଯ୍ୟନ୍ତ ହିସାବରେ ୭୫,୭୦୦ ଡଲାର) ଯୁବ ଦମ୍ପତିଙ୍କୁ ସନ୍ତାନ ଜନ୍ମ ଦେବାକୁ ନିରୁତ୍ସାହିତ କରୁଛି। ଏକସନ୍ତାନ ନୀତି ଯୋଗୁଁ ଚାଇନାରେ ପୁରୁଷ-ମହିଳା ଅନୁପାତ ଅସନ୍ତୁଳିତ ହୋଇଛି। ପୁରୁଷପ୍ରଧାନ ସମାଜରେ ପୁଅ ପ୍ରତି ପକ୍ଷପାତ ଯୋଗୁଁ ଅନେକ ପୁରୁଷ ବିବାହ ପାଇଁ ଜୀବନସାଥୀ ପାଉନାହାନ୍ତି।

ଅନ୍ୟପକ୍ଷରେ, ଅର୍ଥନୈତିକ ସଂସ୍କାର ମହିଳାମାନଙ୍କୁ ଆର୍ଥିକ ସ୍ୱାଧୀନତା ଦେଇଛି, ଯାହା ସେମାନଙ୍କୁ ପରିବାର ଓ ସନ୍ତାନ ଜନ୍ମ ଅପେକ୍ଷା କ୍ୟାରିୟରକୁ ପ୍ରାଧାନ୍ୟ ଦେବାକୁ ପ୍ରେରିତ କରୁଛି। ୨୦୨୩ରେ ରାଷ୍ଟ୍ରପତି ସି ଜିନପିଙ୍ଗ ମହିଳାମାନଙ୍କୁ ଅଧିକ ସନ୍ତାନ ଜନ୍ମ ଦେବାକୁ ଆହ୍ୱାନ ଦେଇଥିଲେ, କିନ୍ତୁ କୋଭିଡ ପରେ ବୃଦ୍ଧି ପାଉଥିବା ସ୍ୱାସ୍ଥ୍ୟସେବା ଖର୍ଚ୍ଚ ଓ ବୟସ୍କ ଜନସଂଖ୍ୟାର ବୋଝ ଯୁବବର୍ଗଙ୍କୁ ସଞ୍ଚୟ ଆଡ଼କୁ ଠେଲିଦେଇଛି।

୨୦୨୩ରେ ଚାଇନାରେ ଓଲ୍ଡ ଏଜ ହୋମ୍‌ର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ କିଣ୍ଡରଗାର୍ଟେନ ସଂଖ୍ୟା ୫ ପ୍ରତିଶତରୁ ଅଧିକ ହ୍ରାସ ପାଇଛି। ସରକାରୀ ପ୍ରୟାସ ସତ୍ତ୍ୱେ ଜନସଂଖ୍ୟା ସଙ୍କଟ ଅନିୟନ୍ତ୍ରିତ ହେଉଛି। ଆର୍ଥିକ ସଂସ୍କାର ଓ ସାମାଜିକ ପରିବର୍ତ୍ତନ ଯୋଗୁଁ ଚୀନୀ ସମାଜ ବଦଳିଛି, ଏବଂ ମହିଳାମାନଙ୍କ ସ୍ୱାଧୀନତା ଏହି ସଙ୍କଟକୁ ଆହୁରି ଜଟିଳ କରୁଛି। ସି ଜିନପିଙ୍ଗଙ୍କ ଜାତୀୟ ପୁନରୁଜ୍ଜୀବନ ଆହ୍ୱାନ ସଫଳ ହେବ କି ନାହିଁ, ତାହା ସମୟ ହିଁ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ଭାରତର ଏସବୁ ଜିନିଷ ଉପରେ ନିର୍ଭର କରେ ଋଷିଆ, ଖର୍ଚ୍ଚ କରେ ଏତେ ଟଙ୍କା

ନୂଆଦିଲ୍ଲୀ,୬।୧୨: ରୁଷିଆ ଏବଂ ଭାରତ ଦୀର୍ଘଦିନ ଧରି ଦୃଢ଼ ସମ୍ପର୍କ ଉପଭୋଗ କରିଆସିଛନ୍ତି। ଏହି ଗଭୀର ସମ୍ପର୍କ ଦୁଇ ଦେଶ ମଧ୍ୟରେ ବାଣିଜ୍ୟରେ ପ୍ରତିଫଳିତ ହୋଇଛି।...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ମୁନିରଙ୍କ ହାତରେ ନ୍ୟୁକ୍ଲିଅର ବଟନ୍‌

ଇସ୍‌ଲାମାବାଦ,୬ା୧୨: ପାକିସ୍ତାନ ରାଷ୍ଟ୍ରପତି ଆସିଫ୍‌ ଅଲୀ ଜର୍ଦ୍ଦାରୀଙ୍କ ଅଫିସିଆଲ୍‌ ‘X’ ହ୍ୟାଣ୍ଡେଲରୁ ଶୁକ୍ରବାର ଏକ ପୋଷ୍ଟ କରାଯାଇଛି। ବର୍ତ୍ତମାନ ସିଓଏଏସ୍‌ ଥିବା ଫିଲ୍ଡ ମାର୍ଶଲ ଆସିମ୍‌...

ଫିକା ପଡ଼ିଲା ଖ୍ରୀଷ୍ଟମାସ ସେଲିବ୍ରେଶନ, ୧୦ ମୃତ ୧୯ ଆହତ

ପ୍ୟାରିସ,୬।୧୨: ଫ୍ରାନ୍ସର ଗୁଆଡେଲୁପର ସେଣ୍ଟ-ଆନରେ ଏକ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଗାଡ଼ି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କୁ ଚାପି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri