ଚାଇନାର ବଡ ଦାବି: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ଅଧିକାର ଆମର

ବେଜିଂ,୪ ।୯: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ଚାଇନା ବଡ ଦାବି କରିଛି । ଚାଇନା ଦାବି କରିଛି କି ବେଜିଂ ନିକଟରେ ୧୪ତମ ଦଲାଇ ଲାମା ତେନଜିନ ଗ୍ୟାତ୍ସୋର ପରବର୍ତ୍ତି ଉତ୍ତରାଧିକାରୀ ଚୟନ କରିବାର ଏକ ମାତ୍ର ଅଧିକାର ରହିଛି । ଏକ ଥିଙ୍କ ଟେକ ପଲିସି ରିସର୍ଚ୍ଚ ଗ୍ରୁପର ସୂଚନା ଅନୁଯାୟୀ, ଚାଇନା କମ୍ୟୁନିଷ୍ଟ ପାର୍ଟି ସରକାର ପରବର୍ତ୍ତି ଦଲାଇ ଲାମା ଚୟନ କରିବା ଅଧିକାର ଉପରେ କରିଥିବା ଦାବିକୁ ନେଇ ଅଡି ବସିଛି । ତେବେ ଚାଇନାର ଏହି ଦାବି ୟୁଏସ-ତିବ୍ୱତ ନୀତିର ବିପରିତ । ଯେଉଁଥିରେ କୁହାଯାଇଛି କି ଦଲାଇ ଲାମାଙ୍କ ଚୟନ କରିବା ତିବ୍ୱତୀୟଙ୍କ ହାତରେ ।
ସୂଚନାଯୋଗ୍ୟ, ତେନଜିନ ଗ୍ୟାତ୍ସୋ ହେଉଛନ୍ତି ବର୍ତ୍ତମାନ ତିବ୍ୱତର ଦଲାଇ ଲାମା । ତାଙ୍କୁ ଉତ୍ତରାଧିକାରୀ ଭାବେ ଯେତେବେଳେ ଚୟନ କରାଯାଇଥିଲା ସେତେବେଳେ ସେ ମାତ୍ର ୨ ବର୍ଷର ହୋଇଥିଲେ । ପିଲାବେଳୁ ହିଁ ତାଙ୍କର ସାମ୍ନା ଚାଇନା ଶକ୍ତି ସହ ହୋଇଥିଲା । ଯେଉଁମାନେ ନା କେବଳ ତିବ୍ୱତର ଅଧିକାର କରି ଦେଇଥିଲେ, ବରଂ ସେ ଅନ୍ୟ ତିବ୍ୱତୀୟଙ୍କୁ ଭାରତରେ ନିର୍ବାସନ ପାଇଁ ବାଧ୍ୟ କରିଥିଲେ । ଏହି ନିର୍ବାସନ ପରେ ବି ସବୁବେଳେ ଦଲାଇ ଲାମା ଚାଇନାର ଟାର୍ଗେଟରେ ରହିଥିଲେ । ଚାଇନା ଏମାନଙ୍କୁ ଭିକ୍ଷୁଖ ବୋଲି କହୁଥିଲା, କେବଳ ସେତିକି ନୁହେଁ ଚାଇା ଏମାନଙ୍କ ସମର୍ଥକଙ୍କୁ ‘ଦଲାଇ ଗ୍ରୁପ’ କହିଦେବା ସହ ଆତଙ୍କବାଦୀ ବି କହିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ଚୁଟ୍‌କିରେ ଉଠାଇପାରିବେ PFରୁ ଟଙ୍କା: UPIରୁ ସିଧା ଆକାଉଣ୍ଟକୁ ଆସିବ, EPFO ଆଣୁଛି…

ନୂଆଦିଲ୍ଲୀ,୯।୨: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ପ୍ରାୟ ୮ କୋଟିରୁ ଅଧିକ ସଦସ୍ୟଙ୍କ ପାଇଁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଶ୍ରମ ମନ୍ତ୍ରଣାଳୟ ଏକ…

ଏପ୍ରିଲ ୧ରୁ ଲାଗୁ ହେବାକୁ ଯାଉଛି ନୂଆ ଆୟକର ଆଇନ, ଜାଣନ୍ତୁ କରଦାତାଙ୍କ ପାଇଁ କ’ଣ ହେବ ପରିବର୍ତ୍ତନ…

ନୂଆଦିଲ୍ଲୀ,୯।୨: ଦେଶର ଆୟକର ବ୍ୟବସ୍ଥାରେ ୧ ଏପ୍ରିଲ, ୨୦୨୬ରୁ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଆୟକର ବିଭାଗ ଡ୍ରାଫ୍ଟ ଆୟକର ନିୟମ, ୨୦୨୬ ସହିତ ଡ୍ରାଫ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri