ଜି ୭କୁ ଚାଇନାର ଉପହାସ

କାର୍ବିସ୍‌ ବେ (ଇଂଲଣ୍ଡ), ୧୪।୬: ଚାଇନା ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌ଙ୍କୁ କୋଣଠେସା କରିବା ପାଇଁ ୭ ଧନୀ ରାଷ୍ଟ୍ର ବ୍ରିଟେନ୍‌ରେ ରଣନୀତି ପ୍ରସ୍ତୁତ କରୁଥିବାବେଳେ ସେମାନଙ୍କୁ ଦୃଢ଼ ଜବାବ ଦେଇଛି ବେଜିଂ। କ୍ଷୁଦ୍ର ରାଷ୍ଟ୍ରଗୋଷ୍ଠୀ ବିଶ୍ୱର ଭାଗ୍ୟ ନିୟନ୍ତ୍ରଣ କରିବା ସମୟ ଚାଲିଗଲାଣି ବୋଲି ଚାଇନା ରବିବାର ଜି ୭ ନେତାମାନଙ୍କୁ ସତର୍କ କରାଇ ଦେଇଛି। ଚାଇନାର ବର୍ଦ୍ଧିତ ଶକ୍ତିର ମୁକାବିଲା ପାଇଁ ଧନୀ ରାଷ୍ଟ୍ରଗୁଡ଼ିକର ମିଳିତ ଉଦ୍ୟମକୁ ବେଜିଂ ସମାଲୋଚନା କରିଛି। ୧୯୯୧ରେ ସୋଭିଏଟ୍‌ ୟୁନିୟନ ଭୁଶୁଡ଼ିବା ସହ ଶୀତଳ ଯୁଦ୍ଧର ଅନ୍ତ ଘଟିଥିଲା। ଏହା ପରେ ଚାଇନା ଏକ ପ୍ରମୁଖ ବିଶ୍ୱ ଶକ୍ତି ଭାବେ ମୁଣ୍ଡ ଟେକିଛି। ଚାଇନାର ଶକ୍ତିବୃଦ୍ଧି ଆମେରିକାକୁ ହତୋତ୍ସାହିତ କରିଛି। ରାଷ୍ଟ୍ରପତି ଜୋ ବାଇଡେନ୍‌ ଚାଇନାକୁ ମୁଖ୍ୟ ରଣନୀତିକ ପ୍ରତିଦ୍ୱନ୍ଦ୍ୱୀ ବିବେଚନା କରୁଛନ୍ତି। ଦିନ ଥିଲା ଯେତେବେଳେ ଏକ କ୍ଷୁଦ୍ର ରାଷ୍ଟ୍ରଗୋଷ୍ଠୀ ସାରା ବିଶ୍ୱ ଉପରେ ନିଷ୍ପତ୍ତି ନେଉଥିଲା। ଏବେ ସେ ସମୟ ଆଉ ନାହିଁ ବୋଲି ଲଣ୍ଡନରେ ଥିବା ଚାଇନା ଦୂତାବାସର ମୁଖପାତ୍ର କହିଛନ୍ତି। ରାଷ୍ଟ୍ର ଛୋଟ ହେଉ କି ବଡ଼, ଶକ୍ତିଶାଳୀ ହେଉ ଅଥବା ଦୁର୍ବଳ, ଧନୀ ହେଉ କି ଗରିବ; ବିଶ୍ୱ ବ୍ୟାପାର ସବୁ ଦେଶ ସହ ପରାମର୍ଶ ମାଧ୍ୟମରେ ପରିଚାଳନା ହେବା ଚାଇନା ବିଶ୍ୱାସ କରେ ବୋଲି ସେ କହିଛନ୍ତି। ଜାତିସଂଘ ନୀତି ଆଧାରରେ ଅନ୍ତର୍ଜାତୀୟ ନିର୍ଦ୍ଦେଶନାମା ହେଉଛି ଏକମାତ୍ର ବୈଧ ବୈଶ୍ୱିକ ପ୍ରଣାଳୀ, ତଥାକଥିତ କ୍ଷୁଦ୍ର ରାଷ୍ଟ୍ରଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ନିୟମାବଳୀ ନୁହେଁ ବୋଲି ଚାଇନା ମୁଖପାତ୍ର କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ଜି୭ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ଚାଇନାର ବେଲ୍ଟ ଆଣ୍ଡ ରୋଡ୍‌ ଭିତ୍ତିଭୂମି ପ୍ରକଳ୍ପକୁ ବିରୋଧ କରାଯାଇ ଗ୍ଲୋବାଲ୍‌ ଇନ୍‌ଫ୍ରା ପ୍ଲାନ୍‌ (ବିଶ୍ୱ ଭିତ୍ତିଭୂମି ଯୋଜନା) ଗୃହୀତ ହୋଇଥିଲା। ଗରିବ ରାଷ୍ଟ୍ରଗୁଡ଼ିକରେ ଉଚ୍ଚ ମାନର ଭିତ୍ତିଭୂମି ବିକାଶ ଲାଗି ସହାୟତା ଯୋଗାଇ ଦେବା ଏହି ଯୋଜନାର ଉଦ୍ଦେଶ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

କାନ୍ଦି କାନ୍ଦି ପୋଲିସ ଷ୍ଟେଶନ ପହଞ୍ଚିଲା ୩ ବର୍ଷର ଶିଶୁ, କହିଲା କେମିତି ହୋମ ଓ୍ବାର୍କ କରିବି ଅଙ୍କଲ…

ରାଜାପୁର,୨୬।୧୨: ମଧ୍ୟପ୍ରଦେଶ ଶୁଜାପୁର ଜିଲାରେ ଏକ ଆକର୍ଷଣୀୟ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଚେରି ନାମକ ଜଣେ ୩ ବର୍ଷୀୟ ସ୍କୁଲ ଛାତ୍ରୀ ତାଙ୍କ ସ୍କୁଲ...

ବିଜେଡି ପ୍ରତିଷ୍ଠା ଦିବସରେ ଏକତାର ମନ୍ତ୍ର ଦେଲେ ପ୍ରଫୁଲ୍ଲ ଘଡ଼େଇ, କହିଲେ ନବୀନ ପଟ୍ଟନାୟକଙ୍କୁ…

ଭୁବନେଶ୍ୱର,୨୬।୧୨:  ଆଜି ବିଜୁ ଜନତା ଦଳ ୨୯ତମ ପ୍ରତିଷ୍ଠା ଦିବସ ପାଳୁଛି ।  ପ୍ରତିଷ୍ଠା ଦିବସ ପାଇଁ ଶଙ୍ଖ ଭବନ ସଜେଇ ହୋଇଥିବା ବେଳେ ନବୀନ...

ବସ୍‌ କାଚ ଭାଙ୍ଗି ଜାଳିଦେଲେ …

ରାଉରକେଲା,୨୬।୧୨: ସୁନ୍ଦରଗଡ଼ ଜିଲା ଟାଙ୍ଗାରପାଲି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। କେତେକ ଦୁର୍ୱୃତ୍ତ ଏକ ଯାତ୍ରୀବାହୀ ବସ୍‌ର କାଚ ଭାଙ୍ଗି ଜାଳି...

୭ ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା କୃଷକ ସଙ୍ଗଠନ: ପଦ୍ମପୁର ବନ୍ଦ ଡାକରା

ପଦ୍ମପୁର,୨୬।୧୨(ପ୍ରଦୀପ୍ତ ଦାଶ):ଚଳିତ ବର୍ଷ ରାଜ୍ୟ ସରକାରଙ୍କ ଧାନ ସଂଗ୍ରହ ନୀତି ବାଟବଣା ହୋଇଯାଇଛି। ଡବଲ ଇଞ୍ଜିନ ଲୋକଙ୍କ ସରକାର କହି କହି କେବଳ ବାହାସ୍ଫୋଟ ମାରୁଛନ୍ତି।...

ବାଂଲାଦେଶରେ ପ୍ରତି ୫ ଜଣରେ ଜଣେ ଥିଲେ ହିନ୍ଦୁ, ହେଲେ ପ୍ରତିବର୍ଷ କମୁଛି ହିନ୍ଦୁଙ୍କ ସଂଖ୍ୟା, ଗତ ୩ ବର୍ଷରେ…

ଢାକା,୨୬।୧୨: ବାଂଲାଦେଶ ଆଜି ବିଶ୍ୱର ସବୁଠାରୁ ଘନ ଜନସଂଖ୍ୟା ବିଶିଷ୍ଟ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ୱାଲର୍‌ଡମିଟର ଅନୁଯାୟୀ, ଏହାର ମୋଟ ଜନସଂଖ୍ୟା ୧୭୬.୬ ନିୟୁତ ଅତିକ୍ରମ...

Bangladesh elections: ତାରିକ ଫେରିବା ପରେ ହାତ ମିଳାଇଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ କ’ଣ କହୁଛି ରାଜନୈତିକ ସମିକରଣ

ଢାକା,୨୬।୧୨: ବାଂଲାଦେଶରେ ଫେବୃଆରୀରେ ଜାତୀୟ ର୍ନିବାଚନ ହେବାକୁ ଯାଉଛି, ଯାହା ରାଜନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରୁଛି। ଏହାକୁ ଦୃଷ୍ଟିରେ ରଖି, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର...

ସିକ୍ରେଟ୍ ଫୋନ୍ ପାଇଁ ସ୍ତ୍ରୀକୁ ହତ୍ୟା କରି ଘର ପଛପଟେ ପୋତିଦେଲେ ସ୍ୱାମୀ

ଗୋରଖପୁର,୨୬।୧୨: ସ୍ତ୍ରୀକୁ ସନ୍ଦେହ କରି ହତ୍ୟା କଲେ ସ୍ୱାମୀ। ସିକ୍ରେଟ ଫୋନ ରଖିଥିଲେ ବୋଲି ନେଇଗଲେ ଜୀବନ। ପରେ ମୃତଦେହକୁ ଘର ପଛପଟେ ଏକ ଗାତ...

ଛାତିଥରା…ସ୍ତ୍ରୀ ଉପରେ ପେଟ୍ରୋଲ ଢାଳି ଜୀଅନ୍ତା ଜାଳିଦେଲେ ସ୍ବାମୀ, ପରେ ଝିଅକୁ ବି ଠେଲିଦେଲେ

ନୂଆଦିଲ୍ଲୀ,୨୬।୧୨: ତେଲେଙ୍ଗାନାର ହାଇଦ୍ରାବାଦରୁ ଏକ ଭୟଙ୍କର ଘଟଣା ସାମ୍ନାକୁ ଆସିଛି । ଏଠାରେ ସନ୍ଦେହ ହେତୁ ଜଣେ ମାନସିକ ବିକୃତ ବ୍ୟକ୍ତି ନାଲ୍ଲାକୁଣ୍ଟା ଅଞ୍ଚଳରେ ତାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri