ଟ୍ରମ୍ପଙ୍କୁ କଡ଼ା ଜବାବ ଦେଲା ଚାଇନା,ଆମେରୀକୀୟ ସାମଗ୍ରୀ ଉପରେ ଲଗାଇଲା ୩୪% ଟାରିଫ୍‌

ନୂଆଦିଲ୍ଲୀ,୪।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଘୋଷଣା ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ବିଶ୍ୱର ଅନେକ ଦେଶ ଏହାକୁ ବିରୋଧ କରୁଛନ୍ତି। ଟ୍ରମ୍ପଙ୍କ ଟାରିଫ୍‌  ଦ୍ୱାରା ଚାଇନା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। କାରଣ ଟ୍ରମ୍ପ ଚାଇନା ଉପରେ ୩୪ ପ୍ରତିଶତ ଟାରିଫ୍‌  ଲାଗୁ କରିଛନ୍ତି। ଏହାର ପ୍ରତିଶୋଧ ସ୍ବରୂପ ଚାଇନା ଏବେ ସମସ୍ତ ଆମେରିକୀୟ ସାମଗ୍ରୀ ଉପରେ ୩୪% ଟାରିଫ୍‌  ଲଗାଇଛି।
ଚାଇନା ଶୁକ୍ରବାର ୧୦ ଏପ୍ରିଲରୁ ସମସ୍ତ ଆମେରିକୀୟ ସାମଗ୍ରୀ ଉପରେ ଅତିରିକ୍ତ ଟାରିଫ୍‌ ବୃଦ୍ଧି କରିବାକୁ ଘୋଷଣା କରିଛି। କେବଳ ଏତିକି ନୁହେଁ ଚାଇନା ଏହା ମଧ୍ୟ କହିଛି ଯେ ଆମେରିକାରୁ ଆସୁଥିବା ମେଡିକାଲ ସିଟି ଏକ୍ସ-ରେ ଟ୍ୟୁବ୍‌ଗୁଡ଼ିକର ତଦନ୍ତ ଆରମ୍ଭ କରିବ ଏବଂ ଦୁଇଟି ଆମେରିକୀୟ କମ୍ପାନୀରୁ କୁକୁଡ଼ା ଉତ୍ପାଦ ଆମଦାନୀ ଉପରେ ରୋକ ଲଗାଇବ।
ଏହାଛଡ଼ା ଚାଇନା କହିଛି ଯେ ସେ ୧୧ଟି ଆମେରିକୀୟ କମ୍ପାନୀକୁ “ଅବିଶ୍ୱସନୀୟ ପ୍ରତିଷ୍ଠାନ” ତାଲିକାରେ ଯୋଡୁଛି। ଯାହା ସେମାନଙ୍କୁ ଚାଇନା କିମ୍ବା ଚାଇନା କମ୍ପାନୀଗୁଡ଼ିକ ସହିତ ବ୍ୟବସାୟ କରିବାରୁ ରୋକିବ। କେବଳ ଏତିକି ନୁହେଁ ଚାଇନା ମୂଲ୍ୟବାନ ଗାଡୋଲିନିୟମ ଏବଂ ୟିଟ୍ରିୟମ ସମେତ ଅନ୍ୟ କିଛି ଧାତୁର ରପ୍ତାନି ଉପରେ କଠୋର ପଦକ୍ଷେପ ନେବାକୁ ମଧ୍ୟ ସୂଚିତ କରିଛି। ବିଶେଷ କଥା ହେଉଛି ଚାଇନାରେ ସବୁଠାରୁ ଅଧିକ ଏହି ସମସ୍ତ ଧାତୁର ଖନନ କରାଯାଏ। ଏଗୁଡ଼ିକର ବ୍ୟବହାର ବୈଦ୍ୟୁତିକ କାରଠାରୁ ଆରମ୍ଭ କରି ସ୍ମାର୍ଟ ବମ୍‌ ପର୍ଯ୍ୟନ୍ତ ସବୁକିଛିରେ ବ୍ୟବହୃତ ହୋଇଥାଏ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସପ୍ତାହ ଆରମ୍ଭରୁ ଚାଇନା ଉପରେ ୫୪% ଟାରିଫ୍‌  ଘୋଷଣା କରିଥିଲେ, ଯେଉଁଥିରେ ପୂର୍ବରୁ ଥିବା ଟାରିଫ୍‌  ମଧ୍ୟ ସାମିଲ ଅଛି। ଆମେରିକାର ଟାରିଫ୍‌ ଦ୍ୱାରା ସର୍ବାଧିକ ପ୍ରଭାବିତ ହେବାକୁ ଥିବା କିଛି ବଡ଼ ଦେଶ ମଧ୍ୟରୁ ଚାଇନା ଗୋଟିଏ ଥିଲା। ଜାନୁଆରୀରେ ଟ୍ରମ୍ପ ହ୍ବାଇଟ ହାଉସକୁ ଫେରିବା ପରେ ଆମେରିକା ଏବଂ ଚାଇନା ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଛି। ଶପଥ ଗ୍ରହଣର ଦୁଇ ମାସ ପରେ ମଧ୍ୟ ଆମେରିକା ରାଷ୍ଟ୍ରପତି ଏପର୍ଯ୍ୟନ୍ତ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ କଥା ହୋଇନାହାନ୍ତି।
ଟ୍ରମ୍ପ ଯେଉଁ ଦେଶଗୁଡ଼ିକ ଉପରେ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି, ସେମାନଙ୍କ ମଧ୍ୟରେ ଭାରତ ମଧ୍ୟ ଅନ୍ତର୍ଭୁକ୍ତ। ୨ ଏପ୍ରିଲରେ ଭାରତରୁ ରପ୍ତାନି ହେଉଥିବା ସାମଗ୍ରୀ ଉପରେ ୨୬ ପ୍ରତିଶତ ଟାରିଫ୍‌ ଲାଗୁ କରାଯାଇଛି। ଏନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ। ଭାରତ ଟାରିଫ୍‌  ଚ୍ୟାଲେଞ୍ଜର ମୁକାବିଲା ପାଇଁ କିଛି ନିଷ୍ପତ୍ତି ମଧ୍ୟ ନେଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ଚାଲିଗଲା ୨ ନାବାଳିକାଙ୍କ ଜୀବନ

ଉଦଳା,୭।୩: ମୟୂରଭଞ୍ଜ ଜିଲା କପ୍ତିପଦା ଥାନା ନଥିପୁର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଦୁଇ ନାବାଳିକାଙ୍କୁ ହରାଇ…

ପଟ୍ଟାଙ୍ଗିରେ ପହଞ୍ଚିଲା ଲୋକ ଅଧିକାର ଯାତ୍ରା : ବଞ୍ଚିବା ପାଇଁ ଲଢେଇ କର

ପଟ୍ଟାଙ୍ଗି,୭।୩(ଶରତ କୁମାର ଧଳ): ରାଜ୍ୟରେ ଭରି ରହିଥିବା ବକ୍ସାଇଟ ଖଣି, ପାହାଡ଼ ତଥା ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ବାହାରିଥିବା ଲୋକ ଅଧିକାର ଯାତ୍ରା ଶନିବାର କୋରାପୁଟ…

‘ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଉଜ୍ବଳ ହେଲେ ପୃଥିବୀ ଉଜ୍ଜ୍ୱଳ ହେବ’

ପୁରୁଷୋତ୍ତମପୁର,୭।୩(ସବିିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତାରାତାରିଣୀ କଲେଜର ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡ. ପ୍ରଦୀପ କୁମାର ସାହୁଙ୍କ ପୌରୋହିତ୍ୟରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ…

ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଦାଖଲ

ଦିଗପହଣ୍ଡି,୭ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ବାର୍‌ କାଉନସିଲ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର କାର୍ଯ୍ୟକର୍ତ୍ତା ନିର୍ବାଚନ ନିମନ୍ତେ ଶନିବାରଠାରୁ…

‘ଆମେ ଯାହା କରିଛୁ ଠିକ୍‌ କରିଛୁ’, କାହିଁକି ଏମିତି କହିଲେ ଜୟଶଙ୍କର? ଜାଣନ୍ତୁ ଇରାନ ଯୁଦ୍ଧ ସହ କ’ଣ ରହିଛି ସମ୍ପର୍କ

ନୂଆଦିଲ୍ଲୀ,୭।୩: ରାଇସିନା ଡାଏଲଗ ୨୦୨୬ରେ ମଧ୍ୟପ୍ରାଚ୍ୟ ଉତ୍ତେଜନା ମଧ୍ୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର କୋଚିରେ ଏକ ଇରାନୀ ନୌସେନା ଜାହାଜକୁ ଡକିଂ କରିବାକୁ ଅନୁମତି…

ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ: ସମୀକ୍ଷା କଲେ ଆସିକା ଏମ୍‌ପି

ଛତ୍ରପୁର,୭ା୩(ଦିଲ୍ଲୀପ ସାମଲ): ସ୍ଥାନୀୟ ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଜିଲା ଉନ୍ନୟନ ସମନ୍ବୟ ଓ ନିରୀକ୍ଷଣ କମିଟି ବୈଠକ(ଦିଶା) ଅନୁଷ୍ଠିତ ହୋଇଥିଲା। ବୈଠକରେ କମିଟିର ଅଧ୍ୟକ୍ଷା ତଥା ଆସିକା…

ଯୁଦ୍ଧ ଭିତରେ ପାକିସ୍ତାନକୁ ଶକ୍ତ ଝଟ୍‌କା, ବରବାଦ୍‌ ହୋଇଯିବ ପାକ୍‌

ଇସଲାମବାଦ,୭।୩: ପାକିସ୍ତାନ ଏବେ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପରିଣାମ ମଧ୍ୟ ଭୋଗୁଛି। କାତାର ପାକିସ୍ତାନକୁ ଏକ ଫୋର୍ସ ମ୍ୟାଜିଅର ନୋଟିସ ଜାରି କରିଛି। ଏହାର ଅର୍ଥ ହେଉଛି ଯେ…

ପଡ଼ୋଶୀ ଦେଶକୁ କ୍ଷମା ମାଗିବା ସହ ଧମକ ଦେଲେ ଇରାନ ରାଷ୍ଟ୍ରପତି! କହିଲେ, ‘ ଆମେ ସେ ପର୍ଯ୍ୟନ୍ତ ଆକ୍ରମଣ କରିବୁ ନାହିଁ ଯେପର୍ଯ୍ୟନ୍ତ…’

ତେହରାନ,୭।୩: ଇରାନ ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ ପଡ଼ୋଶୀ ଦେଶ ଉପରେ ଆକ୍ରମଣ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ରାଷ୍ଟ୍ରପତି ସରକାରୀ ଟେଲିଭିଜନରେ ପୂର୍ବରୁ ରେକର୍ଡ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri