ତାଇଓ୍ବାନ୍‌କୁ ମିଶ୍ରଣ ପ୍ରସ୍ତାବ ଦେଲା ଚାଇନା

ବେଜିଂ/ତାଇପେଇ,୬ା୩: ଚାଇନା ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ୍‌ ରବିବାର ତାଇଓ୍ବାନ୍‌କୁ ‘ଶାନ୍ତିପୂର୍ଣ୍ଣ ପୁନଃ ଏକତ୍ରୀକରଣ’ ପ୍ରସ୍ତାବ ଦେଇଛନ୍ତି। ଏଥିସହ ତାଇଓ୍ବାନ୍‌ର ସ୍ବାଧୀନତାକୁ ବିରୋଧ କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ଉପରେ ମତ ରଖିଛନ୍ତି। ଅନ୍ୟପକ୍ଷେ ଗଣତନ୍ତ୍ର ଓ ସ୍ବାଧୀନତା ପ୍ରତି ତାଇଓ୍ବାନ୍‌ବାସୀଙ୍କ ପ୍ରତିଶ୍ରୁତିବଦ୍ଧତାକୁ ବେଜିଂ ସମ୍ମାନ ଦେବା ଉଚିତ ବୋଲି ତାଇପେଇ ଜବାବ ଦେଇଛି।
ନିଜ ଭୂଖଣ୍ଡ ବୋଲି ଦାବି କରୁଥିବା ଚାଇନା ୩ ବର୍ଷ ହେଲା ଗଣତାନ୍ତ୍ରିକ ଦ୍ୱୀପରାଷ୍ଟ୍ର ନିକଟରେ ନିଜ ସାମରିକ କାର୍ଯ୍ୟକଳାପ ବଢ଼ାଇଚାଲିଛି। ତାଇଓ୍ବାନ୍‌ ସପକ୍ଷରେ ଆମେରିକାର ହସ୍ତକ୍ଷେପକୁ ନେଇ ବେଜିଂ କ୍ଷୁବ୍ଧ ହୋଇଛି। ଗତ ଅଗଷ୍ଟରେ ତାଇଓ୍ବାନ୍‌ ବିରୋଧରେ ଚାଇନା ‘ଓ୍ବାର୍‌ ଗେମ୍‌’ ଆରମ୍ଭ କରିଥିବାବେଳେ ଆମେରିକାର ତତ୍କାଳୀନ ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇପେଇ ଗସ୍ତ ସମ୍ପୃକ୍ତ ଅଞ୍ଚଳରେ ଉତ୍ତେଜନା ବୃଦ୍ଧିର କାରଣ ପାଲଟିଥିଲା। ଚାଇନା ପାର୍ଲାମେଣ୍ଟର ବାର୍ଷିକ ବୈଠକ ଆରମ୍ଭରେ ବିଦାୟୀ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ୍‌ କହିଛନ୍ତି, ବେଜିଂ ନିଜର ‘ଓ୍ବାନ୍‌ ଚାଇନା’ ସିଦ୍ଧାନ୍ତକୁ ବଜାୟ ରଖିଛି। ଓ୍ବାନ୍‌ ଚାଇନା ପ୍ରିନ୍ସିପୁଲ୍‌ ଅନୁସାରେ ତାଇଓ୍ବାନ୍‌ ହେଉଛି ଚାଇନାର ଏକ ଅଂଶ। ପ୍ରଣାଳୀପାର ସମ୍ପର୍କରେ ଶାନ୍ତିପୂର୍ଣ୍ଣ ବିକାଶ ଏବଂ ଚାଇନାର ଶାନ୍ତିପୂର୍ଣ୍ଣ ଏକତ୍ରୀକରଣ ପ୍ରକ୍ରିୟାକୁ ଆମେ ପ୍ରୋତ୍ସାହନ ଦେବା ଉଚିତ ବୋଲି ଗ୍ରେଟ୍‌ ହଲ୍‌ ଅଫ୍‌ ଦି ପିପୁଲରେ ପ୍ରାୟ ୩,୦୦୦ ପ୍ରତିନିଧିଙ୍କୁ ସମ୍ବୋଧିତ କରି ଲି କହିଛନ୍ତି।
ଅଧିକାଂଶ ଲୋକ ଏକଚ୍ଛତ୍ରବାଦ ଶାସନ ଚାଲିଥିବା ଚାଇନାରେ ମିଶ୍ରଣ ଚାହୁଁ ନାହାନ୍ତି। କାରଣ ଚାଇନା ବଳପୂର୍ବକ ତାଇଓ୍ବାନ୍‌କୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଉଦ୍ୟମ କରିଆସିଛି। ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ ଚାଇନାକୁ ବାରମ୍ବାର ଆଲୋଚନା ପାଇଁ ପ୍ରସ୍ତାବ ଦେଇଥିଲେ ହେଁ ବେଜିଂ ତାଙ୍କୁ ଜଣେ ବିଚ୍ଛିନ୍ନତାବାଦୀ କହି ଅଗ୍ରାହ୍ୟ କରିଚାଲିଛି। ତେଣୁ ଏହି ଦ୍ୱୀପରାଷ୍ଟ୍ରର ୨୩ ନିୟୁତ ଲୋକ ହିଁ ନିଜ ଭବିଷ୍ୟତ ନିଷ୍ପତ୍ତି ନେଇପାରିବେ ବୋଲି ତାଇଓ୍ବାନ୍‌ ସରକାର କହିଛନ୍ତି। ୨୦୨୪ ଆରମ୍ଭରେ ତାଇଓ୍ବାନ୍‌ରେ ହେବାକୁ ଥିବା ରାଷ୍ଟ୍ରପତି ଓ ସଂସଦୀୟ ନିର୍ବାଚନ ବେଳେ ଚାଇନା ବିଭ୍ରାଟ ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri