ସୀମାରେ କମାଣ୍ଡର ପରିବର୍ତ୍ତନ କଲେ ଚାଇନା-ପାକିସ୍ତାନ…

ନୂଆଦିଲ୍ଲୀ/ବେଜିଂ/ଇସଲାମାଦାବ,୮।୯: ତାଲିବାନ ଆଫଗାନିସ୍ତାନରେ ସରକାର ଗଠନ ଘୋଷଣା କରିବାପରେ ପରେ ପରେ ଉଭୟ ଚାଇନା ଏବଂ ପାକିସ୍ତାନ ଭାରତ ସୀମାରେ ନିଜ ନିଜର କମାଣ୍ଡରଙ୍କୁ ପରିବର୍ତ୍ତନ କରିଛନ୍ତି। ଚାଇନାର ପିଏଲଏ ସେନା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ (ଡବ୍ଲୁଟିସି)ରେ ଜଣେ ନୂତନ କମାଣ୍ଡର ନିଯୁକ୍ତ କରିଛି। ଗତ ଏକ ବର୍ଷରେ, ଚାରିଜଣ ଡବ୍ଲୁଟିସି କମାଣ୍ଡରଙ୍କୁ ପରିବର୍ତ୍ତନ କରାଯାଇଛି। ଏଥି ସହିତ, ପାକିସ୍ତାନ ମଧ୍ୟ ଏଲ୍‌ଓସିରେ ଦାୟିତ୍ୱରେ ଥିବା ରାୱଲପିଣ୍ଡି କୋର କମାଣ୍ଡରଙ୍କୁ ପରିବର୍ତ୍ତନ କରିଛି।

ସୂଚନା ଅନୁଯାୟୀ, ଚାଇନା ଏହାର ପାଞ୍ଚ ଜଣ କମାଣ୍ଡରଙ୍କୁ ପଦୋନ୍ନତି ଦେଇ ଜେନେରାଲ ପଦ ପ୍ରଦାନ କରିଛି। ଏହି ଜେନେରାଲମାନଙ୍କର ପଦୋନ୍ନତି ସମାରୋହରେ ନିଜେ ରାଷ୍ଟ୍ରପତି ଶି ଜିନପିଙ୍ଗ ଉପସ୍ଥିତ ଥିଲେ। କିନ୍ତୁ ଏହି ପାଞ୍ଚ ଜଣଙ୍କ ମଧ୍ୟରେ ଜେନେରାଲ ୱାଙ୍ଗ ହାଇଜିଆଙ୍ଗଙ୍କୁ ପିଏଲଏ ଆର୍ମିର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ (ଡବ୍ଲୁଟିସି) ର କମାଣ୍ଡର ଭାବରେ ନିଯୁକ୍ତ ହୋଇଛନ୍ତି। ଚାଇନାର ଜିନଜିଆଙ୍ଗ ଏବଂ ତିବ୍ଦତ ସ୍ବୟଂଶାସିତ ଅଞ୍ଚଳ ତଥା ଭାରତ ସହିତ ଲାଗିଥିବା ଲାଇନ ଅଫ ଆକ୍ଟୁଆଲ କଣ୍ଟ୍ରୋଲ (ଏଲଏସି) ପାଇଁ ଡବ୍ଲୁଟିସି କାର୍ଯ୍ୟ କରିଥାଏ।

ଗତ ଏକ ବର୍ଷ ମଧ୍ୟରେ ଚାଇନା ଡବ୍ଲୁଟିସି କମାଣ୍ଡର ଚାରିଜଣ କମାଣ୍ଡରଙ୍କୁ ବଦଳାଇଛି। ଯଦିଓ ଚୀନ ଏହି ପରିବର୍ତ୍ତନ ପାଇଁ କୌଣସି କାରଣ ଦର୍ଶାଇ ନାହିଁ। ତଥାପି ବିଶ୍ୱାସ କରାଯାଏ ଯେ ପୂର୍ବ ଲଦାଖ ସଂଲଗ୍ନ ଏଲ୍‌ଏସିରେ ଭାରତ ସହିତ ଜାରି ରହିଥିବା ପରିସ୍ଥିତିକୁ ନେଇ ରାଷ୍ଟ୍ରପତି ଶି ଜିନପିଙ୍ଗ ଅସନ୍ତୁଷ୍ଟ ଥିବାରୁ ସେମାନଙ୍କୁ ବଦଳାଯାଇଛି।

ଆଶ୍ଚର୍ଯ୍ୟର କଥା, ଯେଉଁ ଦିନ ଚାଇନା ନିଜର ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର କମାଣ୍ଡରଙ୍କୁ ବଦଳାଇଲା, ପାକିସ୍ତାନ ମଧ୍ୟ ଏଲଓସିରେ ନିଜ କମାଣ୍ଡରଙ୍କୁ ପରିବର୍ତ୍ତନ କରିଥିଲା। ପାକିସ୍ତାନ ପକ୍ଷରୁ ଲ୍ୟୁଟନାଟ୍‌ ଜେନେରାଲ ସାହିର ଶ୍ୟାମଶାଦ ର୍ମିଜାଙ୍କୁ ରାୱଲପିଣ୍ଡି କୋର (୧୦ କୋର୍‌) ର କମାଣ୍ଡର ଭାବରେ ନିଯୁକ୍ତ କରିଛି। ପାକିସ୍ତାନ ଏହାର ଷ୍ଟ୍ରାଇକ କୋର (ମୁଲତାନ କୋର) ର କମାଣ୍ଡରଙ୍କୁ ମଧ୍ୟ ବଦଳାଇଛି। ଏହା ସହିତ ପାକିସ୍ତାନ ପକ୍ଷରୁ ଜଣେ ନୂଆ ଚିଫ୍‌ ଅଫ୍‌ ଜେନେରାଲ ଷ୍ଟାଫ୍ଙଙ୍କୁ ମଧ୍ୟ ନିଯୁକ୍ତ କରିଛି।

ଚାଇନ ଏବଂ ପାକିସ୍ଥାନର ନୂତନ ନିଯୁକ୍ତି ସମ୍ପର୍କରେ ଭାରତ ପକ୍ଷରୁ ଅନୁମାନ କରାଯାଉଛି ଯେ, ହୁଏତ ଏହା ସଂଯୋଗ ହୋଇପାରେ ଅବା ଏକ ଯୋଜନାବଦ୍ଧ ଷଡଯନ୍ତ୍ରରେ ମଧ୍ୟ ହୋଇପାରେ। ତେଣୁୁ ପରିସ୍ଥିତି ଉପରେ ଭାରତ ପକ୍ଷରୁ ତୀକ୍ଷ୍‌ଣ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକଙ୍କୁ ୧୦୦ ମିଟର ଘୋଷାଡି ନେଲା ବସ, ଆଉ ତା’ପରେ ଘଟିଲା…

ଭଞ୍ଜନଗର,୧୧/୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଭାଲିଆଖାଇ ଛକରେ ବୁଧବାର ନୀଳକଣ୍ଠ ନାମକ ଏକ ଘରୋଇ ବସ ଧକ୍କାରେ ଜଣେ ସାଇକେଲ ଆରୋହୀ ଗୁରୁତର ଭାବେ…

ରିଲ୍ସ ନିଶାରେ ବନ୍ଧୁକ ଧରି ଡ୍ୟାନ୍ସ କଲେ କଂଗ୍ରେସ ବିଧାୟକ, ଭିଡିଓ ଭାଇରାଲ

ବେଙ୍ଗାଲୁରୁ,୧୧।୨: ବ୍ଲକବଷ୍ଟର ଫିଲ୍ମ ଧୁରନ୍ଧରର ଲୋକପ୍ରିୟ ଗୀତ ‘Fa9la’ ଉପରେ ଆଧାରିତ ଏକ ରିଲ ତିଆରି କରି ଜଣେ କଂଗ୍ରେସ ନେତା ଅଡୁଆରେ ଫସି ଯାଇଛନ୍ତି। କର୍ନାଟକ…

ବଳାତ୍କାର ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ବ୍ୟକ୍ତି ଏମିତି ଏକ ପ୍ରବନ୍ଧ ଲେଖିବାରୁ ଦଣ୍ଡ କମ୍‌ କରି ଦେଲେ ହାଇକୋର୍ଟ

ମୁମ୍ବାଇ,୧୧।୨: ବମ୍ବେ ହାଇକୋର୍ଟ ଜଣେ ନାବାଳିକା ଝିଅକୁ ବଳାତ୍କାର କରିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ ଆଜୀବନ କାରାଦଣ୍ଡକୁ ୧୨ ବର୍ଷକୁ ହ୍ରାସ କରିଛନ୍ତି।…

‘ବନ୍ଦେ ମାତରମ’କୁ ନେଇ ନୂଆ ନିର୍ଦ୍ଦେଶାବଳୀ ଜାରି: ଏଣିକି ଠିଆ ହେବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୧।୨: ବନ୍ଦେ ମାତରମ ସମ୍ପର୍କରେ ନୂତନ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଦ୍ୱାରା ଜାରି ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ବନ୍ଦେ ମାତରମ ପାଇଁ ଠିଆ…

ଜୁନିୟର ଆସିଷ୍ଟାଣ୍ଟଙ୍କ ଘରେ ଭିଜିଲାନ୍ସ ଚଢ଼ାଉ: ୨.୩୮ କୋଟି ଟଙ୍କା ହରିଲୁଟ ଅଭିଯୋଗ

ଅନୁଗୋଳ,୧୧।୨: ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ବୁଧବାର ଅନୁଗୋଳ ମୁଖ୍ୟ ଚିକିତ୍ସାଳୟ (CDMO) କାର୍ଯ୍ୟାଳୟର ଜୁନିୟର ଆସିଷ୍ଟାଣ୍ଟ ସୁବ୍ରତ କୁମାର ବେହେରାଙ୍କ ବିଭିନ୍ନ ବାସଭବନ ଓ କାର୍ଯ୍ୟାଳୟ…

ଯାତ୍ରା ଚାଲୁଥିବା ବେଳେ ଘରେ ପଶି ଲୁଟ: ଉତ୍ତମମଧ୍ୟମ ଦେଇ ପୋଲିସକୁ ହସ୍ତାନ୍ତର କଲେ ଗ୍ରାମବାସୀ

ଭଦ୍ରକ,୧୧।୨(ସନାତନ ରାଉତ): ଅପେରା ଚାଲୁଥିବାବେଳେ ଘରେ ପଶି ଲୁଟ। ଧରାପଡି ନିର୍ଧୁମ ଛେଚା ଖାଇବା ପରେ ପୋଲିସକୁ ୪ ଯୁବକଙ୍କୁ ହସ୍ତାନ୍ତର କଲେ ଗ୍ରାମବାସୀ l ଏପରି…

୨୩,୩୮୭ କନିଷ୍ଠ ଶିକ୍ଷକଙ୍କୁ ପଦୋନ୍ନତି: ଖୁବ୍‌ଶୀଘ୍ର ପ୍ରଧାନଶିକ୍ଷକ ଭାବେ ଦିଆଯିବ ନିଯୁକ୍ତି

ଭୁବନେଶ୍ୱର,୧୧ା୨ (ସୁଚିସ୍ମିତା ସାହୁ):ରାଜ୍ୟ ସରକାରଙ୍କ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ୨୩,୩୮୭ ଜଣ କନିଷ୍ଠ ଶିକ୍ଷକଙ୍କୁ ବରିଷ୍ଠ (ଏସ୍‌ଇଏସ୍‌) ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ସୋମବାର ପ୍ରକାଶିତ ଏହି…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri