ଆମେରିକାକୁ ପଛରେ ପକାଇଲା ଚାଇନା

ନୂଆଦିଲ୍ଲୀ,୧୬।୧୧: ସୁପରପାଓ୍ବାର ଏବଂ ଧନୀ ରାଷ୍ଟ୍ର ଭାବେ ଜଣା ଆମେରିକାକୁ ପଛରେ ପକାଇଛି ଚାଇନା। ଅର୍ଥବ୍ୟବସ୍ଥା କ୍ଷେତ୍ରରେ ଚାଇନା ବିଶ୍ୱର ସବୁଠାରୁ ଧନୀ ଦେଶ ପାଲଟିଛି ବୋଲି ମ୍ୟାନେଜମେଣ୍ଟ କନସୋଲେଟ୍‌ ମ୍ୟାକେଞ୍ଜି ଆଣ୍ଡ କମ୍ପାନୀ ରିପୋର୍ଟରେ ଦର୍ଶାଯାଇଛି। ଗତ ୨ ଦଶନ୍ଧିରେ ଦୁନିଆର ସମ୍ପତ୍ତି ୩ ଗୁଣା ବଢ଼ିଛି। ସେଥିରୁ ଏକ ତୃତୀୟାଂଶ କେବଳ ଚାଇନାର। ୧୦ ଦେଶର ଜାତୀୟ ସମ୍ପତ୍ତି ପୂରା ବିଶ୍ୱ ସମ୍ପତ୍ତିର ୬୦ ପ୍ରତିଶତ ରହିଛି। ୨୦୦୦ରେ ଦୁନିଆର ମୋଟ ସମ୍ପତ୍ତି ୧୫୬ ଟ୍ରିଲିୟନ ଡଲାର ଥିଲା। ୨୦୨୦ରେ ତାହା ୫୧୪ ଟ୍ରିଲିୟନ ଡଲାକୁ ବୃଦ୍ଧି ପାଇଛି। ଚାଇନାର ସମ୍ପତ୍ତି ୨୦୦୦ରେ ୭ ଟ୍ରିଲିୟନ ଡଲାର ଥିବାବେଳେ ସମାନ ସମୟରେ ତାହା ୧୨୦ ଟ୍ରିଲିୟନ ଡଲାରେ ପହଞ୍ଚିଛି ବୋଲି ରିପୋର୍ଟରେ କୁହାଯାଇଛି। ଏହି ସମୟରେ ଆମେରିକାର ସମ୍ପତ୍ତି ୯୦ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇଛି।
ଦୁଇ ଧନୀ ଦେଶ ଆମେରିକା ଏବଂ ଚାଇନାର ମୋଟ ସମ୍ପତ୍ତିର ଦୁଇ ତୃତୀୟାଂଶରୁ ଅଧିକ ଭାଗ ୧୦ ପ୍ରତିଶତ ସବୁଠାରୁ ଧନୀ ବ୍ୟକ୍ତିଙ୍କ ନିକଟରେ ରହିଛି। ଏହି ଧନୀଙ୍କ ସମ୍ବଳ କ୍ରମାଗତ ଭାବେ ବଢ଼ିଚାଲିଛି। ବିଶ୍ୱ ସମ୍ପତ୍ତିର ୬୮ ପ୍ରତିଶତ ରିୟଲ ଇଷ୍ଟେଟ୍‌ରେ ରହିଛି। ୧୦ ଦେଶର ବାଲାନ୍ସ ଶିଟ୍‌ ଆଧାରରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ଏହି ଦେଶଗୁଡ଼ିକ ଦୁନିଆର ୬୦ ପ୍ରତିଶତରୁ ଅଧିକ ଆୟ କରିଥାନ୍ତି। ଏଥିରେ ଚାଇନା, ଆମେରିକା, ଜର୍ମାନୀ, ଫ୍ରାନ୍ସ, ବ୍ରିଟେନ, କାନାଡା, ଅଷ୍ଟ୍ରେଲିଆ, ଜାପାନ, ମେକ୍ସିକୋ ଏବଂ ସ୍ବିଡେନ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri