Categories: ବାଣିଜ୍ୟ

୪୩ ଆପ୍‌ ବ୍ୟାନ୍‌କୁ ଚାଇନାର ବିରୋଧ

ନୂଆଦିଲ୍ଲୀ: ଦେଶର ସଂହତ୍ତି ଏବଂ ସାର୍ବଭୌମତ୍ୱକୁ ବିପଦ ଥିବା ଆଶଙ୍କା କରି ଭାରତ ସରକାର ୪୩ ଚାଇନା ମୋବାଇଲ ଆପ୍‌କୁ ବ୍ୟାନ କରିଛନ୍ତି। ଭାରତର ଏଭଳି ନିଷ୍ପତ୍ତିକୁ ଚାଇନା ବିରୋଧ କରିଛି। ଏହା ବିଶ୍ୱ ବାଣିଜ୍ୟ ସଙ୍ଗଠନ(ଡବ୍ୟୁଟିଓ)ର ନିୟମକୁ ଉଲ୍ଲଘଂନ କରିଥିବା ଚାଇନା ଅଭିଯୋଗ କରିଛି। ଭାରତର ଏହି କାର୍ଯ୍ୟାନୁଷ୍ଠାନକୁ ନେଇ ଚାଇନାର ବିଦେଶ ମନ୍ତ୍ରଣାଳୟ ପ୍ରବକ୍ତା ଝାଓ ଲିଜିଆନ ଏକ ଖବରଦାତା କାର୍ଯ୍ୟକ୍ରମରେ ଗମ୍ଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, ଜୁନଠାରୁ ବର୍ତ୍ତମାନ ଯାଏ ରାଷ୍ଟ୍ରୀୟ ସୁରକ୍ଷା ନାମରେ ଚାଇନାର ସ୍ମାର୍ଟଫୋନ ଆପ୍‌ଗୁଡିକ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଭାରତର ଏଭଳି ନୀତି ବିଶ୍ୱ ବାଣିଜ୍ୟ ସଙ୍ଗଠନ ନୀତି ବିରୋଧୀ। ଏହା ବଜାର ସିଦ୍ଧାନ୍ତକୁ ଉଲ୍ଲଂଘନ କରୁଥିବା ସେ କହିଛନ୍ତି। ଏଥିରେ ଚାଇନା କମ୍ପାନୀଗୁଡିକର ହିତକୁ ଅଣଦେଖା କରାଯାଇଛି। ଏଭଳି ନିଷ୍ପତ୍ତି ନେବା ଆଗରୁ ଭାରତ ସରକାର ଅନ୍ତର୍ଜାତୀୟ ଆଇନ ଏବଂ ସ୍ଥାନୀୟ ଆଇନର ବିଭିନ୍ନ ଦିଗକୁ ବିଚାର କରିବାର ଆବଶ୍ୟକତା ରହିିଛି। ସେ ପୁଣି କହିଛନ୍ତି ଯେ, ଚାଇନା ଏବଂ ଭାରତ ମଧ୍ୟରେ ଆର୍ଥତ୍କ ସହଯୋଗ ରହିଲେ ଏହା ଦୁଇ ଦେଶ ଲାଗି ଲାଭକାରୀ।
ସୂଚନା ଯୋଗ୍ୟ, ଇଲେକ୍‌ଟ୍ରୋନିକ୍ସ ଏବଂ ଇନ୍‌ଫରମେଶନ ଟେକ୍ନୋଲୋଜି ମନ୍ତ୍ରଣାଳୟ ପକ୍ଷରୁ ଏଭଳି କଠୋର କାର୍ଯ୍ୟପନ୍ଥା ଗ୍ରହଣ କରାଯାଇଛି। ଚଳିତ ବର୍ଷ ଜୁନ ୨୯ରେ ପ୍ରଥମେ ୯ ଚାଇନା ଆପ୍‌ ବିରୋଧରେ ସରକାର ବ୍ୟାନ୍‌ ଲଗାଇଥିଲେ। ସେହିଭଳି ସେପ୍ଟେମ୍ବର ୨ରେ ଆଉ ୧୧୮ ଆପ୍‌କୁ ଭାରତରୁ ନିଷେଧ କରାଯାଇଥିଲା। ସୂଚନା ଏବଂ ପ୍ରଯୁକ୍ତି ଆଇନ ଧାରା ୬୯ଏ ଅନୁସାରେ ସରକାର ଏଭଳି କାର୍ଯ୍ୟାନୁଷ୍ଠାନ ନେଇଥିବା ଜଣାପଡିଛି। ବ୍ୟାନ୍‌ ଆପ୍‌ ମଧ୍ୟରେ ଆଲି ସପ୍ଲାୟର, ଲାଲା ମୁଭ୍‌ ଇଣ୍ଡିଆ, ସ୍ନାକ ଭିଡିଓ, କ୍ୟାମ୍‌ କାର୍ଡ, କ୍ୟାମ୍‌କାର୍ଡ ବିସିଆର୍‌, ସୋଲ୍‌, ଚାଇନିଜ ସୋସିଆଲ, ଡେଟ୍‌ ଇନ ଏସିଆ, ଓ୍ବି ଡେଟ, ସିଙ୍ଗୋଲ, ଆଡୋର ଆପ୍‌, ଟ୍ରୁଲି ଚାଇନିଜ, ଟ୍ରୁଲି ଏସିଆନ, ଚାଇନା ଲଭ, ଡେଟ୍‌ ମାଇଁ ଏଜ୍‌, ଏସିଆନ ଡେଟ୍‌ ରହିଛି। ଏହାବାଦ ଫାଷ୍ଟ ଓ୍ବିସ୍‌, ଟ୍ୟୁବିଟ, ଓ୍ବିଓ୍ବାର୍କ ଚାଇନା, ଫାଷ୍ଟ ଲଭ୍‌ ଲାଇଭ, ରିଲା, କ୍ୟାଶିୟର ଓ୍ବାଲେଟ, ମ୍ୟାଙ୍ଗୋ ଟିଭି, ଏମ୍‌ଜି ଟିଭି, ଓ୍ବି ଟିଭି, ଓ୍ବି ଟିଭି ଲାଇଟ୍‌, ଲକି ଲାଇଭ,ଟାବାଓ ଲାଇଭ, ଡିଂ ଟକ୍‌, ଆଇଡେଣ୍ଟିଟି ଭି, ଆଇସୋଲାଣ୍ଡ ଟୁ, ବକ୍ସ ଷ୍ଟାର, ହିରୋଜ ଇଭଲ୍‌ଭ, ହାପି ଫିସ୍‌, ଜେଲିପପ୍‌ ମ୍ୟାଚ୍‌, ମଞ୍ଚକିନ୍‌ ମ୍ୟାଚ୍‌ ଏବଂ କନକୁଇଷ୍ଟା ଅନ୍‌ଲାଇନ ଆପ୍‌କୁ ବ୍ୟାନ୍‌ କରାଯାଇଛି।

Share