ଶକ୍ସଗାମ୍‌ ଉପତ୍ୟକାକୁ ନିଜର ଦାବିକଲା ଚାଇନା

ବେଜିଂ,୧୩ା୧(ପି.ଟି.):  ଶକ୍ସଗାମ୍‌ ଉପତ୍ୟକାକୁ ଚାଇନା ସୋମବାର ପୁନର୍ବାର ନିଜର ଦାବି କରିବା ପରେ ବିବାଦ ମୁଣ୍ଡ ଟେକିଛି। ଉକ୍ତ ଅଞ୍ଚଳରେ ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି) ଭିତ୍ତିଭୂମି ପ୍ରକଳ୍ପକୁ ଭାରତ ବିରୋଧ କରିଥିବାବେଳେ ଚାଇନା ଏହାକୁ ଖୋଲା ପ୍ରତ୍ୟାଖ୍ୟାନ କରିଛି। ଚାଇନାର ନିର୍ମାଣ କାର୍ଯ୍ୟ ନିଜ ଅଞ୍ଚଳରେ ହେଉଥିବାରୁ ସମାଲୋଚନାର ବାହାରେ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ମାଓ ନିଙ୍ଗା କହିଛନ୍ତି। ତେବେ ନୂଆଦିଲ୍ଲୀ ଚାଇନାର ଉକ୍ତ ଆଭିମୁଖ୍ୟକୁ ଜୋର୍‌ଦାର ବିରୋଧ କରିଛି। ଶକ୍ସଗାମ୍‌ ଉପତ୍ୟକା ଭାରତୀୟ ଅଞ୍ଚଳ ହୋଇଥିବାରୁ ନୂଆଦିଲ୍ଲୀ ଏହାର ସ୍ବାର୍ଥର ସୁରକ୍ଷା କରିବ ବୋଲି ବେଜିଂକୁ ସତର୍କ କରାଇଦେଇଛି। ୬୦ ଦଶକର ଚାଇନା-ପାକିସ୍ତାନୀ ସୀମା ଚୁକ୍ତିନାମା ସିପିଇସି ଜରିଆରେ ବେଜିଂ କଶ୍ମୀରକୁ ସଂଯୋଗ କରୁଥିବା ସମ୍ବେଦନଶୀଳ ଭୂଖଣ୍ଡକୁ ନିଜ ନିୟନ୍ତ୍ରଣକୁ ନେବା ପାଇଁ ଉଦ୍ୟମ କରୁଛି। ଅନ୍ୟପକ୍ଷରେ ଭାରତ ପାଇଁ ଏହା ଅର୍ଥନୈତିକ ସହଯୋଗ ନୁହେଁ ବରଂ ସାର୍ବଭୌମତ୍ୱ ଏବଂ ଆଞ୍ଚଳିକ ଅଖଣ୍ଡତାର ପ୍ରସଙ୍ଗ ବୋଲି କୁହାଯାଇଛି। ପାକିସ୍ତାନ ବେଆଇନ ଭାବେ ଦଖଲ କରିଥିବା ଶକ୍ସଗାମ୍‌ ଉପତ୍ୟକାର ୫,୧୮୦ ବର୍ଗ କି.ମି. ଅଞ୍ଚଳକୁ ୧୯୬୩ରେ ଚାଇନାକୁ ହସ୍ତାନ୍ତର କରିଥିଲା।

 

Dharitri – The Largest & Most Trusted Odia Daily


Enter your email to get our daily news in your inbox.

All Right Reserved By Dharitri.Com

ସେକେଣ୍ଡ ଇନିଂସ… ପ୍ରେମିକା ସୋଫିଙ୍କ ସହ ଶିଖର ଧାୱନଙ୍କ ନିର୍ବନ୍ଧ ଶେଷ, ଏହିଦିନ ପଡ଼ିବ ହାତଗଣ୍ଠି

ନୂଆଦିଲ୍ଲୀ,୧୩।୧: ପୂର୍ବତନ ଭାରତୀୟ ଓପନର ଶିଖର ଧାୱନ ତାଙ୍କ ପ୍ରେମିକା ସୋଫି ସାଇନଙ୍କ ସହ ନିର୍ବନ୍ଧ ଘୋଷଣା କରିଛନ୍ତି । ଧାୱନ ସୋମବାର ତାଙ୍କ ଇନଷ୍ଟାଗ୍ରାମ...

ମା’ଙ୍କ ପିଣ୍ଡଦାନ ପାଇଁ ପ୍ରସ୍ତୁତି କରୁଥିଲେ ପୁଅ, ବାଜିଲା ଫୋନର ଘଣ୍ଟି: ଆଉ ତା’ପରେ…

ହାଇଦ୍ରାବାଦ୍‌,୧୩।୧:ଦକ୍ଷିଣ ଭାରତୀୟ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେଉଁ ମା’ଙ୍କୁ ମୃତ ଭାବି ପିଣ୍ଡଦାନ ପାଇଁ ପୁଅ ପ୍ରସ୍ତୁତି କରୁଥିବାବେଳେ, ସେଇ...

‘ଆମେ ବରବାଦ ହୋଇଯିବୁ’, କାହିଁକି ଏମିତି କହିଲେ ଟ୍ରମ୍ପ? ଜାଣନ୍ତୁ…

ଓ୍ବାଶିଂଟନ,୧୩।୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିରନ୍ତର ଅନ୍ୟ ଦେଶଗୁଡ଼ିକ ଉପରେ ଭାରୀ ଶୁଳ୍କ ଲାଗୁ କରୁଛନ୍ତି। ଏହାକୁ ତାଙ୍କ ନିଜ ଦେଶ ଭିତରେ ବିରୋଧର...

IIT କ୍ୟାମ୍ପସରେ ଦୁର୍ଘଟଣା, ସ୍କୁଟିରେ ଆସୁଥିବା ବେଳେ ଡିଭାଇଡରରେ…

ଖୋର୍ଦ୍ଧା,୧୩।୧(ପ୍ରଭାତ ପାଣିଗ୍ରାହୀ): ଭୁବନେଶ୍ୱର ଆଇଆଇଟିରେ ମର୍ମନ୍ତୁଦ ଦୁର୍ଘଟଣା । ଡିଭାଇଡରରେ ସ୍କୁଟି ପିଟି ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିବା ସୂଚନା...

କୋହଲି ଜଣେ ଅହଂକାରୀ କି….ରାହାଣେ କଲେ ଚାଞ୍ଚଲ୍ୟକର ଖୁଲାସା

ନୂଆଦିଲ୍ଲୀ,୧୩।୧: ଭାରତୀୟ ଦଳର ଷ୍ଟାର କ୍ରିକେଟର୍‌ ବିରାଟ କୋହଲିଙ୍କ ଅଧିନାୟିତକତ୍ୱ ସମୟ ଉପ-ଅଧିନାୟକ ଭାବରେ ଦୀର୍ଘ ଦିନ ଧରି କାର୍ଯ୍ୟ କରିଥିବା ଅଜିଙ୍କ୍ୟ ରାହାଣେ ଏକ...

T20 World Cup 2026: ବଦଳିବ ନାହିଁ ବାଂଲାଦେଶର ମ୍ୟାଚ ଭେନ୍ୟୁ, ଭାରତକୁ କ୍ଲିନ ଚିଟ ଦେଲା ICC

ନୂଆଦିଲ୍ଲୀ,୧୩।୧: ସୁରକ୍ଷା କାରଣରୁ ବାଂଲାଦେଶ ପୁରୁଷ ଦଳର ଟି-୨୦ ବିଶ୍ୱକପ ମ୍ୟାଚ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ବାଂଲାଦେଶର ଦାବିକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)...

ଝିଅଙ୍କୁ ଜୋରଜବରଦସ୍ତ ବିବାହ କରିବା ପଡ଼ିବ ମହଙ୍ଗା: ହାଇକୋର୍ଟ ଦେଲେ ବଡ଼ ରାୟ

କଟକ,୧୩।୧: ଝିଅମାନଙ୍କୁ ସେମାନଙ୍କ ଇଚ୍ଛା ବିରୋଧରେ ବିବାହ କରିବାକୁ ବାଧ୍ୟ କରୁଥିବା ମାତାପିତାଙ୍କୁ ସମାଲୋଚନା କରିଛନ୍ତି ଓଡ଼ିଶା ହାଇକୋର୍ଟ। କୋର୍ଟ କହିଛନ୍ତି,ଏପରି ମାମଲାରେ ସମ୍ମତି ସର୍ବୋପରି...

ଚିକିତ୍ସିତ ହୋଇ ଫେରିବା ବେଳେ ବାଟରେ ଡାକିନେଲା ଯମ, ବୋଲେରୋ-ଆମ୍ବୁଲାନ୍ସ ଧକ୍କାରେ ମହିଳା ମୃତ

ଦିଗପହଣ୍ଡି,୧୩|୧(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ  ୩୨୬ ନଂ ଜାତୀୟ ରାଜପଥ କପାମଣ୍ଡି ନିକଟରେ ବୋଲେରୋ ସହ ଆମ୍ବୁଲାନ୍ସ (ନଂ.ଓଡ଼ି୩୩ ଏଏମ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri