Posted inଜାତୀୟ

ଭାରତୀୟ ଉପଗ୍ରହକୁ ଟାର୍ଗେଟ୍‌ କରୁଛି ଚାଇନା

ନୂଆଦିଲ୍ଲୀ, ୨୩।୯: ଭାରତ ଚାଇନା ମଧ୍ୟରେ ସୀମା ବିବାଦ ଜାରି ରହିଛି। ଏପରିସ୍ଥଳେ ଆମେରିକାର ଚାଇନା ଏରୋସ୍ପେସ୍‌ ଷ୍ଟଡିଜ୍‌ ଇନଷ୍ଟଚ୍ୟୁଟ୍‌(ସିଏଏସ୍‌ଆଇ) ପକ୍ଷରୁ ଜାରି ହୋଇଥିବା ରିପୋର୍ଟ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଚାଇନା କେବଳ ଜମି ନୁହେଁ ଭାରତୀୟ ଉପଗ୍ରହକୁ ମଧ୍ୟ ଟାର୍ଗେଟ୍‌ରେ ରଖିଛି। ୨୦୧୭ରେ ଭାରତୀୟ ଉପଗ୍ରହ ଉପରେ ହୋଇଥିବା କମ୍ପୁଟର ନେଟ୍‌ଓ୍ବାର୍କ ଆକ୍ରମଣ ଉପରେ ତଥ୍ୟ ପ୍ରଦାନ କରାଯାଇଛି। ୨୦୧୨ରୁ ୨୦୧୮ ମଧ୍ୟରେ ଚାଇନା ପକ୍ଷରୁ ହୋଇଥିବା ବିଭିନ୍ନ ସାଇବର ଆକ୍ରମଣ ସମ୍ପର୍କରେ ୧୪୨ ପୃଷ୍ଠାର ଏହି ରିପୋର୍ଟରେ ସୂଚନା ଦିଆଯାଇଛି। ୨୦୧୨ରେ ଜେଟ୍‌ ପ୍ରପୋଲଶନ ଲାବୋରେଟୋରୀ ଉପରେ ଚାଇନା ପକ୍ଷରୁ ହୋଇଥିବା ସାଇବର ଆକ୍ରମଣରେ ହ୍ୟାକର୍‌ ଜିପିଏଲ୍‌ ନେଟ୍‌ଓ୍ବାର୍କକୁ ନିଜ ନିୟନ୍ତ୍ରଣରେ ରଖିବା ଜ୍ଞାନକୌଶଳ ହାସଲ କରିପାରିଥିଲେ ବୋଲି ରିପୋର୍ଟରେ ଦର୍ଶାଯାଇଛି। ତେବେ ଶତ୍ରୁ ଦେଶର ଏଭଳି ଆଚରଣର ମୁକାବିଲା ପାଇଁ ଭାରତ ଗତବର୍ଷ ଆଣ୍ଟି ସାଟେଲାଇଟ୍‌ କ୍ଷେପଣାସ୍ତ୍ର ଜ୍ଞାନକୌଶଳ ବିକଶିତ କରି ସାରିଛି। ଏହା ସହିତ ଶତ୍ରୁ ଦେଶର କ୍ଷେପଣାସ୍ତ୍ରକୁ ନଷ୍ଟ କରିବା ଜ୍ଞାନକୌଶଳ ମଧ୍ୟ ଭାରତ ପାଖରେ ରହିଛି। ଚାଇନା ପାଖରେ ବିଭିନ୍ନ ପ୍ରକାର କାଉଣ୍ଟର-ସ୍ପେସ୍‌ ଜ୍ଞାନକୌଶଳ ରହିଛି ଯାହାକି କକ୍ଷପଥରେ ମଧ୍ୟ ଉପଗ୍ରହକୁ କ୍ଷତି ପହଞ୍ଚାଇବାକୁ ସକ୍ଷମ ବୋଲି ରିପୋର୍ଟରେ ଦର୍ଶାଯାଇଛି। ଚାଇନା ଟାର୍ଗେଟ୍‌ରେ ଆମେରିକାର ଉପଗ୍ରହ ରହିଥିବା ସିଏଏସ୍‌ଆଇ ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ସିଏଏସ୍‌ଆଇ ଆମେରିକା ଗୃହମନ୍ତ୍ରୀ, ବାୟୁସେନା ମୁଖ୍ୟ, ମହାକାଶ ଗବେଷଣା ମୁଖ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଏକ୍ସପର୍ଟ ରିସର୍ଚ୍ଚ ଏବଂ ଆନାଲିସିସ୍‌ ଯୋଗାଇ ଦେଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri