Posted inଜାତୀୟ

ବିଦେଶରେ ବନ୍ଦର ନେଟ୍‌ଓ୍ବର୍କ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ,୧୯।୧୧: ଚାଇନା ଏହାର ଆର୍ଥତ୍କ କ୍ଷମତା ବୃଦ୍ଧି ସହ ନୌସାମର୍ଥ୍ୟର ଉପସ୍ଥିତି ବଢ଼ାଇବା ପାଇଁ ବିଭିନ୍ନ ଦେଶରେ ବାଣିଜି୍ୟକ ବନ୍ଦରର ଏକ ବିଶାଳ ନେଟ୍‌ଓ୍ବର୍କ ଦ୍ରୁତ ଗତିରେ ନିର୍ମାଣ କରିଚାଲିଛି। ଦରିଆପାରି ବନ୍ଦରଗୁଡ଼ିକ ଉପରେ ଚାଇନାର ନିୟନ୍ତ୍ରଣକୁ ଚିହ୍ନଟ କରିଥିବା ଏକ ରିପୋର୍ଟ କାଉନ୍‌ସିଲ୍‌ ଅନ୍‌ ଫରେନ୍‌ ରିଲେଶନ୍ସ (ସିଏଫୃର୍‌) ପ୍ରକାଶ କରିଛି। ସେଥିରୁ କେତେକ ବନ୍ଦରରେ ନୌସେନା ଘାଟିକୁ ଦ୍ୱିଗୁଣିତ କରିବା ସାମର୍ଥ୍ୟ ରହିଛି। ଆଣ୍ଟାର୍କଟିକାକୁ ବାଦ୍‌ ଦେଲେ ପ୍ରତି ମହାଦେଶରେ ବେଜିଂ ଅନୂ୍ୟନ ଗୋଟିଏ ବନ୍ଦର ପରିଚାଳନା କରୁଛି କିମ୍ବା ଏହାର ମାଲିକାନାରେ ରହିଛି। ଗତ ସେପ୍ଟେମ୍ବରରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ ଚାଇନା ୧୦୧ଟି ବନ୍ଦର ପ୍ରକଳ୍ପ ସହ ସମ୍ପୃକ୍ତ ରହିଛି। ସେଥିରୁ ବର୍ତ୍ତମାନ ୯୨ଟି କାର୍ଯ୍ୟକ୍ଷମ ରହିଛି। ୨୦୧୩ରେ ଚାଇନା ଏହାର ମହତ୍ତ୍ୱାକାଂକ୍ଷୀ ବେଲ୍ଟ ଆଣ୍ଡ ରୋଡ୍‌ ଇନିସିଏଟିଭ୍‌ ଆରମ୍ଭ କରିବା ପରେ ବନ୍ଦର ନେଟ୍‌ଓ୍ବର୍କ ବଢ଼ାଇଚାଲିଛି। ବେଜିଂ ଏପର୍ଯ୍ୟନ୍ତ ୬୬ଟି ଦେଶ ଓ ଅଞ୍ଚଳ ସହ ୭୦ଟି ଦ୍ୱିପାକ୍ଷିକ ଏବଂ ଆଞ୍ଚଳିକ ଜାହାଜ ଚଳାଚଳ ଚୁକ୍ତିନାମା ସ୍ବାକ୍ଷର କରିଛି। ଆମେରିକା ଭଳି ଚାଇନା ନୌସେନା ସୁପରପାଓ୍ବାର ହୋଇ ନ ଥିଲେ ମଧ୍ୟ ଏକ ବ୍ୟବସାୟିକ ମହାଶକ୍ତି ହେବା ଉପରେ ଗୁରୁତ୍ୱ ଦେଉଛି। ତେବେ ଏହି ଦରିଆପାରି ବନ୍ଦର ମଧ୍ୟରୁ କେତେକକୁ ବେଜିଂ ସାମରିକ ଉଦ୍ଦେଶ୍ୟରେ ବ୍ୟବହାର କରିପାରେ କି ବୋଲି ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri