ଚାଇନା ବିକଶିତ କରୁଛି ବିପଜ୍ଜନକ ଆଣବିକ ବୁଡ଼ା ଜାହାଜ: ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିଲା…

ବେଜିଂ,୯।୧୦ : ଚାଇନା ସମ୍ପ୍ରତି ଏସିଆର ଶକ୍ତି କେନ୍ଦ୍ର ପାଲଟି। ଏସିଆରେ ଅସ୍ତ୍ରଶସ୍ତ୍ର ପ୍ରତିଯୋଗିତା ହେବାର ମୁଖ୍ୟ କାରଣ ହେଉଛି ଚାଇନା। ବର୍ତ୍ତମାନ ଏହି ଅସ୍ତ୍ର ଦୌଡ଼ରେ ଚାଇନା ନୂତନ ପଦକ୍ଷେପ ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ାଇ ଦେଇଛି। ବାସ୍ତବରେ ଚାଇନେ ଏକ ବିପଜ୍ଜନକ ଆଣବିକ ବୁଡ଼ାଜାହାଜ ବିକଶିତ କରୁଛି। ଏହି ବୁଡ଼ାଜାହାଜର ବିଶେଷତ୍ୱ ହେଉଛି ଏହା ସମୁଦ୍ରକୁ ଅତି ଶାନ୍ତ ଭାବରେ ପାଟ୍ରୋଲିଂ କରିବାରେ ସକ୍ଷମ ହେବ, ଯେଉଁଥିପାଇଁ ଏହାକୁ ଚିହ୍ନିବା ବହୁତ କଷ୍ଟକର। ଅନୁମାନ କରାଯାଉଛି ଚାଇନା ଏହି ନୂତନ ଆଣବିକ ବୁଡ଼ାଜାହାଜ ନିର୍ମାଣକୁ ଚଳିତ ଦଶନ୍ଧି ଶେଷ ସୁଦ୍ଧା ଶେଷ କରିବ।

ପ୍ରତିରକ୍ଷା ବିଶେଷଜ୍ଞମାନେ କହିଛନ୍ତି ଚାଇନା ୦୯୬ କିସମର ବାଲିଷ୍ଟିକ କ୍ଷେପଣାସ୍ତ୍ର ପ୍ରସ୍ତୁତ କରୁଛି। ଏହି ଆଣବିକ ବୁଡ଼ାଜାହାଜରେ ରୁଷୀୟ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଉଛି, ଯେଉଁଥିପାଇଁ ସମୁଦ୍ରରେ କାର୍ଯ୍ୟ କରିବା ସମୟରେ ଏହା ବହୁତ କମ ଶବ୍ଦ କରିବ, ଯାହା ଆମେରିକା ସମେତ ଅନ୍ୟ ସହଯୋଗୀ ଦେଶମାନଙ୍କ ପାଇଁ ଏହାକୁ ଟ୍ରାକ କରିବା କଷ୍ଟସାଧ୍ୟ କରିବ। ଗତ ମେ ମାସରେ ଆମେରିକାର ନାଭାଲ ୱାର୍‌ କଲେଜରେ ଆୟୋଜିତ ହୋଇଥିବା ଏକ ସମ୍ମିଳନୀରେ ଏହା ଆଲୋଚନା କରାଯାଇଥିଲା ଏବଂ ଚାଇନାର ସାମୁଦ୍ରିକ ଅଧ୍ୟୟନ ପ୍ରତିଷ୍ଠାନ ଅଗଷ୍ଟରେ ପ୍ରକାଶିତ ଏକ ଆର୍ଟିକିଲରେ ନୂତନ ଆଣବିକ ବୁଡ଼ାଜାହାଜର ବୈଶିଷ୍ଟ୍ୟ ବିଷୟରେ ସୂଚନା ପ୍ରଦାନ କରାଯାଇଥିଲା। ସମ୍ପ୍ରତି ଚାଇନା ଆଣବିକ ବୁଡ଼ାଜାହାଜ ଚାଇନା ସାଗର ଏବଂ ଭାରତ ପ୍ରଶାନ୍ତ ମହାସାଗରରେ ପାଟ୍ରୋଲିଂ ଜାରି ରଖିଛି। ଭାରତ ଏବଂ ଜାପାନ ସମେତ ଆମେରିକା ଏବଂ ଏହାର ଅନ୍ୟ ସହଯୋଗୀମାନେ ଚାଇନା ଆଣବିକ ବୁଡ଼ାଜାହାଜ ଉପରେ ନଜର ରଖିଛନ୍ତି, କିନ୍ତୁ ୦୯୬ ବୁଡ଼ାଜାହାଜ ଆସିବା ପରେ ଏହି ଦେଶଗୁଡିକର ଆହ୍ବାନ ବହୁଗୁଣିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri