Posted inଜାତୀୟ

ଭାରତକୁ ଘେରିବା ଷଡ଼ଯନ୍ତ୍ର କରୁଛି ଚାଇନା

ନୂଆଦିଲ୍ଲୀ, ୩।୯: ଭାରତକୁ ସମୁଦ୍ର ସୀମାରେ ଘେରିବା ପାଇଁ ଚାଇନା ଷଡ଼ଯନ୍ତ୍ର କରିଛି। ଚାଇନା ପୃଥିବୀର ସମସ୍ତ ଦେଶକୁ ପଛରେ ପକାଇ ସର୍ବ ବୃହତ ନୌସେନା ପ୍ରସ୍ତୁତ କରିଛି। ଏନେଇ ପେଣ୍ଟାଗନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚାଇନା ପାଖରେ ୩୫୦ ଯୁଦ୍ଧପୋତ ଏବଂ ବୁଡ଼ା ଜାହାଜ ରହିଛି। ସେଥିମଧ୍ୟରେ ୧୩୦ଟି ସର୍ଫେସ୍‌ କାମ୍ବେଟେଣ୍ଟସ୍‌ ରହିଛି। ଅପରପକ୍ଷରେ ଆମେରିକା ପାଖରେ ୨୯୩ ଯୁଦ୍ଧପୋତ ରହିଛି। ଆମେରିକା ପାଖରେ ୧୧ଟି ଏୟାରକ୍ରାଫ୍ଟ କ୍ୟାରିଅର ଅଛି। ସେଥିରେ ୮୦ରୁ ୯୦ ଫାଇଟର ଜେଟ୍‌ ଯାଇପାରିବ। ଏପରିସ୍ଥଳେ ଭାରତୀୟ ନୌସେନା ପାଖରେ ଗୋଟିଏ ଏୟାର କ୍ରାଫ୍ଟ କ୍ୟାରିଅର, ଏକ ଉଭୟଚର ଟ୍ରାନ୍ସପୋର୍ଟ ଡକ୍‌, ୮ ଲ୍ୟାଣ୍ଡିଂ ଶିପ୍‌ ଟ୍ୟାଙ୍କରର୍ସ, ୧୧ ଡେଷ୍ଟ୍ରୋୟର, ୧୩ ଫ୍ରିଗେଟ୍ସ, ୨୩ କର୍ବେଟ୍ସ୍‌, ୧୦ ବଡ଼ ଅଫଶୋର୍‌ ପେଟ୍ରୋଲ ଭେସେଲ୍‌, ୪ ଫ୍ଲିଟ୍‌ ଟ୍ୟାଙ୍କରର୍ସ, ୧୫ ଇଲେକ୍ଟ୍ରିକ୍‌ ଡିଜେଲ ଅପରେଟେଡ୍‌ ବୁଡ଼ା ଜାହାଜ ଏବଂ ୨ ପରମାଣୁ ବୁଡ଼ା ଜାହାଜ ରହିଛି। ପେଣ୍ଟାଗନ ରିପୋର୍ଟରେ ଦର୍ଶାଯାଇଛି ଯେ, ଭାରତର ସାମୁଦ୍ରିକ ସୀମା ଚାରିପଟେ ଥିବା ଦେଶଗୁଡ଼ିକରେ ଚାଇନା ସୈନ୍ୟ ଶିବିର ସ୍ଥାପନର ଉଦ୍ୟମ କରୁଛି। ପାକିସ୍ତାନ, ଶ୍ରୀଲଙ୍କା, ମ୍ୟାନମାର୍‌, ଥାଇଲାଣ୍ଡ, ସିଙ୍ଗାପୁର, ଇଣ୍ଡୋନେସିଆ, ୟୁଏଇ, କେନିଆ, ସିସିଲି, ତାଞ୍ଜାନିଆ, ଆଙ୍ଗୋଲା ଏବଂ ତାଜାଖସ୍ତାନରେ ଏଭଳି ପ୍ରୋଜେକ୍ଟ ଉପରେ ଚାଇନାର କାମ ଜାରି ରହିଛି। ଆସନ୍ତା ୧୦ ବର୍ଷ ମଧ୍ୟରେ ଚାଇନା ନିଜର ପରମାଣୁ ଶକ୍ତିକୁ ୨ ଗୁଣା କରିବାର ଯୋଜନା କରିଥିବା ରିପୋର୍ଟରେ ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri