ବିଶ୍ୱର ପ୍ରଥମ ଭାସମାନ ଦ୍ୱୀପ ତିଆରି କରୁଛି ଚାଇନା, ପରମାଣୁ ଆକ୍ରମଣରୁ ମିଳିବ ତ୍ରାହି

ବେଜିଂ,୨୨ା୧୧: ଚାଇନା ଏକ କୃତ୍ରିମ ଦ୍ୱୀପ ଡିଜାଇନ କରୁଛି, ଯାହା ପରମାଣୁ ଆକ୍ରମଣରୁ ରକ୍ଷା କରିବ। ଏହା ଏକ ଭାସମାନ ପ୍ଲାଟଫର୍ମ। ଯାହା କୌଣସି ନୂତନ ଉପାଦାନ ଆବଶ୍ୟକ ନ କରି ୪ ମାସ ପର୍ଯ୍ୟନ୍ତ ୨୩୮ ଜଣଙ୍କୁ ଆରାମରେ ରଖିବାରେ ସକ୍ଷମ ହେବ। ଏହାର ଭିତ୍ତିଭୂମି ଚାଇନାର ଫୁଜିଆନ ବିମାନ ବାହକ ପରି ବଡ଼। ଏହା ୨୦୨୮ରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯିବ। ଏହା ବିଶ୍ୱର ପ୍ରଥମ ଏପରି ଭାସମାନ ଦ୍ୱୀପ ହେବ। ଯାହାର ଓଜନ ୭୮,୦୦୦ ଟନ୍‌।

ଏହା ୬-୯ ମିଟର ଲହଡ଼ି ଏବଂ ୧୭ ବର୍ଗର ଟାଇଫୁନ (ସର୍ବାଧିକ ଶକ୍ତିଶାଳୀ ଘୂର୍ଣ୍ଣିଝଡ଼) ଏବଂ ସମୁଦ୍ର ଅଶାନ୍ତିକୁ ସହ୍ୟ କରିପାରିବ। ଆମେ ଡିଜାଇନ ଏବଂ ନିର୍ମାଣ ସମାପ୍ତ କରିବା ପାଇଁ ଶୀଘ୍ର କାମ କରୁଛୁ, ଏବଂ ଆମର ଲକ୍ଷ୍ୟ ହେଉଛି ୨୦୨୮ ସୁଦ୍ଧା ଏହାକୁ କାର୍ଯ୍ୟକ୍ଷମ କରିବା ବୋଲି ପ୍ରକଳ୍ପର ନେତୃତ୍ୱ ନେଉଥିବା ଶିକ୍ଷାବିତ୍‌ ଲିନ ଝୋଙ୍ଗକିନ ଏକ ସାକ୍ଷାତକାରରେ କହିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ, ବୈଜ୍ଞାନିକମାନେ କହିଛନ୍ତି ଯେ ଏହି ସୁବିଧା ବିନାଶକାରୀ ଆଘାତକୁ ହାଲୁକା ଚାପରେ ପରିଣତ କରିବା ପାଇଁ ସକ୍ଷମ ‘ମେଟାମାଟେରିଆଲ’ ସାଣ୍ଡ୍‌ଓ୍ବିଚ୍‌ ପ୍ୟାନେଲ ବ୍ୟବହାର କରେ।

ସାଂଘାଇ ଜିଆଓ ଟୋଙ୍ଗ ବିଶ୍ୱବିଦ୍ୟାଳୟ (SJTU)ର ପ୍ରଫେସର ୟାଙ୍ଗ ଡେକିଙ୍ଗଙ୍କ ନେତୃତ୍ୱରେ ଦଳ ଲେଖିଛନ୍ତି, ଏହି ପ୍ରମୁଖ ଗଭୀର ସମୁଦ୍ର ବୈଜ୍ଞାନିକ ସୁବିଧା ସମସ୍ତ ପାଣିପାଗ ପରିସ୍ଥିତିରେ ଦୀର୍ଘକାଳୀନ ବାସସ୍ଥାନ ପାଇଁ ଡିଜାଇନ କରାଯାଇଛି। ଏହାର ଉପରସଂରଚନାରେ ଗୁରୁତ୍ୱପୂର୍ଣ୍ଣ ଅଂଶ ରହିଛି ଯାହା ଜରୁରୀକାଳିନ ଶକ୍ତି, ଯୋଗାଯୋଗ ଏବଂ ନାଭିଗେସନ ନିୟନ୍ତ୍ରଣକୁ ସୁନିଶ୍ଚିତ କରେ, ଯାହା ଏହି ସ୍ଥାନଗୁଡ଼ିକ ପାଇଁ ପରମାଣୁ ବିସ୍ଫୋରଣ ସୁରକ୍ଷାକୁ ଅତ୍ୟନ୍ତ ଜରୁରୀ କରିଥାଏ।

ଡିପ୍‌-ସି ଅଲ୍‌-ଓ୍ବେଦର ରେସିଡେଣ୍ଟ ଫ୍ଲୋଟିଂ ରିସର୍ଚ୍ଚ ଫାସିଲିଟି ଯାହା ଚାଇନା ଗଭୀର ସମୁଦ୍ରରେ ଭାସମାନ ଦ୍ୱୀପ । ଯାହା ଏକ ଦଶନ୍ଧିର ଗବେଷଣା ଏବଂ ଯୋଜନା ପରେ ନିର୍ମିତ। ଏହି ଦ୍ୱୀପଟି ୧୩୮ ମିଟର ଲମ୍ବା ଏବଂ ୮୫ ମିଟର ଚଉଡ଼ା (୧୨୫ ଫୁଟ ଲମ୍ବ ଏବଂ ୨୭୯ ଫୁଟ ଚଉଡ଼ା) ହେବ। ମୁଖ୍ୟ ଡେକ୍‌ ଜଳପତ୍ତନଠାରୁ ୪୫ ମିଟର ଉପରକୁ ଉଠିବ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଇରାନ ଉପରେ ଆଜି ହେବ ‘ଭୟଙ୍କର’ ଆକ୍ରମଣ: ଟ୍ରମ୍ପଙ୍କ ଘୋଷଣା ପରେ ସାରା ବିଶ୍ୱରେ ହଇଚଇ, ପଡ଼ୋଶୀ ଦେଶକୁ…

ୱାଶିଂଟନ/ତେହେରାନ,୭।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ପ୍ରତିଦିନ ଭୟଙ୍କର ରୂପ ନେଉଛି। ମଧ୍ୟପ୍ରାଚ୍ୟର ଅନେକ ସହର ଏହି ସାମରିକ ସଂଘର୍ଷରେ ଛାରଖାର ହୋଇଯାଇଥିବା ବେଳେ,…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri