Posted inଜାତୀୟ

ଭାରତକୁ ଘେରାଉ କରୁଛି ଚାଇନା, ଲାଓସ-ଥାଇଲାଣ୍ଡ-ମ୍ୟାନମାର୍‌ ବାଟେ ରାସ୍ତା…

ନୂଆଦିଲ୍ଲୀ, ୫।୪ : ବଙ୍ଗୋପସାଗରରେ ଭାରତକୁ ଘେରି ରହିବା ପାଇଁ ଚାଇନା ଷଡ଼ଯନ୍ତ୍ର ଜୋରଦାର କରିଛି। ବଡ କଥା ହେଉଛି ଏହା କରିବା ପାଇଁ ଚାଇନାକୁ ମାଲାକା ଷ୍ଟ୍ରାଇଟ ମଧ୍ୟ ଅତିକ୍ରମ କରିବାକୁ ପଡିବ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଚାଇନା ପାଇଁ ଭାରତ ମହାସାଗରରେ ପହଞ୍ଚିବାର ଏକମାତ୍ର ବାଟ ଥିଲା ସିଙ୍ଗାପୁର, ମାଲେସିଆ ଏବଂ ଇଣ୍ଡୋନେସିଆ ମଧ୍ୟରେ ଥିବା ମାଲାକା ଷ୍ଟ୍ରାଇଟ। ଏହି ମାର୍ଗ ଦେଇ ଚାଇନାର ବଣିକ ଜାହାଜ, ଯୁଦ୍ଧ ଜାହାଜ ଏବଂ ବୁଡ଼ାଜାହାଜ ଭାରତ ମହାସାଗରକୁ ଯାତ୍ରା କରିବାର ବାଟ ଥିଲା। କିନ୍ତୁ, ଭାରତ ମହାସାଗରରେ ପହଞ୍ଚିବା ପାଇଁ ଚାଇନା ଏବେ ନୂଆ ବାଟ ଆପଣେଉଛି। ଏହା ଭାରତର ଚିନ୍ତାକୁ ବଢ଼ାଇଦେଇଛି। ଭାରତରେ, ବତ୍ତର୍ମାନ ପର୍ଯ୍ୟନ୍ତ ଆରବ ସାଗର ଅପେକ୍ଷା ବଙ୍ଗୋପସାଗରକୁ ଏକ ନିରାପଦ ଅଞ୍ଚଳ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ଚାଇନାର ଉପସ୍ଥିତି ଭୌଗୋଳିକ ଗଣିତରେ ପରିବର୍ତ୍ତନ ଆଣିବ ବୋଲି ଆଶଙ୍କା କରାଯାଉଛି।

ଲାଓସ, ଥାଇଲାଣ୍ଡ ଏବଂ ମ୍ୟନମାର ବାଟେ ଭାରତକୁ ଘେରିବାକୁ ଚାଇନା ଷଡ଼ଯନ୍ତ୍ର ରଚିଛିି। ଚାଇନାର ରାଷ୍ଟ୍ରାୟତ୍ତ ନ୍ୟୁଜ ଚ୍ୟାନେଲ ସିଜିଟିଏନ୍‌ର ବରିଷ୍ଠ ପ୍ରଡ୍ୟୁସର ଥିବା ଶେନ ଶିୱାଇ ଟୁଇଟ କରି କହିଛନ୍ତି ଯେ ଚାଇନା ନୂତନ ଅନ୍ତର୍ଜାତୀୟ ଭୂ-ସାଗର ବାଣିଜ୍ୟ କରିଡର ଖୋଲିଛି। ଚାଇନାକୁ ସିଧାସଳଖ ଏହା ଭାରତ ମହାସାଗରରେ ସଂଯୋଗ କରିବା ପାଇଁ କାର୍ଯ୍ୟ କରିବ। ଚାଇନାର ଚୋଙ୍ଗକିଙ୍ଗରୁ ସାମଗ୍ରୀ ଟ୍ରେନ ଯୋଗେ ଲାଓସର ରାଜଧାନୀ ବିୟନତିଆନେରେ ପହଞ୍ଚାଯିବ। ଏହା ପରେ ସେସବୁକୁ ଥାଇଲାଣ୍ଡର ରାଜପଥ ଦେଇ ମ୍ୟାନ୍‌ମାରର ୟାଙ୍ଗୋନକୁ ନିଆଯିବ। ଏହି ଯାତ୍ରା ପାଇଁ ୧୦ରୁ ୧୪ ଦିନ ଲାଗିବ। କିଛି ମାସ ପୂର୍ବରୁ ଚାଇନା ଲାଓସରେ ରେଳ ଲାଇନର ଶୁଭାରମ୍ଭ କରିଥିଲା। ବିଆରଆଇ ମାଧ୍ୟମରେ ଚାଇନା ମଧ୍ୟ ମ୍ୟାନମାରରେ ବ୍ୟାପକ ବିନିଯୋଗ କରୁଛି। ଥାଇଲାଣ୍ଡ ସହିତ ଚାଇନାର ଭଲ ସମ୍ପର୍କ ରହିଛି।
ଲାଓସରେ ଚାଇନା ବିପୁଳ ପରିମାଣର ପୁଞ୍ଜି ବିନିଯୋଗ କରିଛି। ପୂର୍ବ ଏସିଆର ଲାଓସ ଏକ ଗରିବ ଦେଶ । ବେଲ୍ଟ ଏବଂ ରୋଡ ଇନିସିଏଟିଭ ମାଧ୍ୟମରେ ଚାଇନା ଲାଓସରେ କୋଟି କୋଟି ଟଙ୍କା ବିନିଯୋଗ କରିଛି। ରେଳ ମାଧ୍ୟମରେ ଲାଓସକୁ ଚାଇନା ସହିତ ସଂଯୋଗ କରିବା ଏହି ପ୍ରକଳ୍ପର ଏକ ଅଂଶ ବିଶେଷ । ବୁଲେଟ ପ୍ରୋଜେକ୍ଟ ବିକାଶ ଏବଂ ପର୍ଯ୍ୟଟନକୁ ବୃଦ୍ଧି କରିବା ସହିତ ରପ୍ତାନି ଏବଂ ଉପଭୋକ୍ତା ସାମଗ୍ରୀର ମୂଲ୍ୟ ହ୍ରାସ କରିବ ବୋଲି ଆଶା କରାଯାଉଛି । ୭୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଲାଓସ ସବୁ ପାର୍ଶ୍ୱରେ ଜମି ଦ୍ୱାରା ଘେରି ରହିଛି । ଚାଇନା ଲାଓସର ସର୍ବବୃହତ ବିଦେଶୀ ନିବେଶକ ଏବଂ ସହାୟତା ପ୍ରଦାନକାରୀ।
ବଙ୍ଗୋପସାଗରରେ ଚାଇନାର ଉପସ୍ଥିତି ଭାରତର ପୂର୍ବ ପାର୍ଶ୍ୱରେ ସୁରକ୍ଷା ଚ୍ୟାଲେଞ୍ଜକୁ ବହୁଗୁଣା ବୃଦ୍ଧି କରିବ। ଭାରତର ଏକମାତ୍ର ଟ୍ରାଇ-ସର୍ଭିସ ଥିଏଟର କମାଣ୍ଡ ଏହି ଅଞ୍ଚଳରେ ପଡୁଥିବା ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ଅବସ୍ଥିତ । ଏହା ବ୍ୟତୀତ ଭାରତୀୟ ନୌସେନାର ଇଷ୍ଟର୍ନ ନାଭାଲ କମାଣ୍ଡର ମୁଖ୍ୟାଳୟ ବିଶାଖାପଟ୍ଟନମ ମଧ୍ୟ ବଙ୍ଗୋପସାଗର ନିକଟରେ ଅବସ୍ଥିତ। ଏହି ମାର୍ଗ ମାଧ୍ୟମରେ ଭାରତ ମହାସାଗରରେ ଚାଇନା ପହଞ୍ଚିବା ଅଧିକ ଶକ୍ତିଶାଳୀ ହେବାର ଆଶଙ୍କା ରହିଛି। ଏଭଳି ପରିସ୍ଥିତିରେ ଚାଇନାର ଉପସ୍ଥିତିର ଭାରତ ପାଇଁ ସିଧାସଳଖ ବିପଦ ସୃଷ୍ଟି କରିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri