ନୟାଗଡ଼ରୁ ନିଶ୍ଚିହ୍ନ ହେବାକୁ ବସିଛି ଚିନିକଳ

ନୟାଗଡ଼ ଅଫିସ,୧୦।୯ନୟାଗଡ଼ର ପାଣିପୋଇଲାସ୍ଥିତ ଚିନିକଳକୁ ଜାଣିଶୁଣି ଚୋର ହାତକୁ ଟେକି ଦେଲା ପ୍ରଶାସନ। ଚିନିକଳରୁ ବିଭିନ୍ନ ଯନ୍ତ୍ରାଂଶ ବାରମ୍ବାର ଚୋରି ହେଉଥିବାବେଳେ ପ୍ରଶାସନ ଆଖି ବୁଜି ଦେଇଥିଲା । ୪ ବର୍ଷ ଧରି ଏପରି ଚୋରି ଲାଗି ରହିଛି। ଚିନିକଳର ସୁରକ୍ଷା ସଂକ୍ରାନ୍ତରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ବି ୨୦୨୧ ଜାନୁୟାରୀରେ ଚେଇଁ ଶୋଇଥିବା ନୟାଗଡ଼ ଜିଲା ପ୍ରଶାସନ ଜାଗି ଉଠିଥିଲା। ତତ୍‌କାଳୀନ ଜିଲାପାଳ ପୋମା ଟୁଡୁ, ଏସ୍‌ପି ସିଦ୍ଧାର୍ଥ କଟାରିଆ ଓ ଡିଏଫ୍‌ଓ ଏଚ.ଡି. ଧନରାଜ ଅଚାନକ ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ କହିଥିଲେ । ଚିନିକଳରୁ ଚୋରି ରୋକିବାକୁ ଚିନିକଳ ପରିସରରେ ସିସିଟିଭି କ୍ୟାମେରା ଲଗାଇବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ। ୨୧ ହଜାର ବ୍ୟୟରେ ସିସିଟିଭି ଲାଗିଥିଲା । ସେହିପରି ଚିନିକଳକୁ ପଡିଥିବା ସମସ୍ତ ରାସ୍ତା ବନ୍ଦ କରି କେବଳ ଗୋଟିଏ ରାସ୍ତା ରହିଥିଲା। ପୁଣି ଚିନିକଳ ପରିସର ଆଲୋକିତ ହୋଇଥିଲା । କେତେଜଣ ହୋମଗାର୍ଡ ମନଇଚ୍ଛା ଆସି ସୁରକ୍ଷା ଦେଇଥିଲେ । କିଛି ମାସ ପରେ ସୁରକ୍ଷା ଢ଼ିଲା ହୋଇଗଲା । ସିସିଟିଭି ଚୋରି ହୋଇଗଲା । ସଂପୃକ୍ତ ଅଧିକାରୀଙ୍କ ବଦଳି ହୋଇଗଲା । ଚୋରଙ୍କୁ ପୁଣି ଅଧିକ ସୁଯୋଗ ମିଳିଲା । ସୂଚନାଯୋଗ୍ୟଯେ, ୧୯୯୮ରେ ସ୍ଥାପିତ ଏହି ଚିନିକଳରେ ୨୦୧୫ରୁ ତାଲା ଝୁଲୁଛି ।
ବୁଡ଼ିଗଲା ବ୍ୟାଙ୍କ ଋଣ, ଆଖୁଚାଷୀଙ୍କ ପ୍ରାପ୍ୟ : ଚିନିଶିଳ୍ପ ଉପରେ ୩ଟି ବ୍ୟାଙ୍କର ୨୫ କୋଟି ଟଙ୍କା ଋଣ ରହିଛି । ସେହିପରି ଆଖୁଚାଷୀଙ୍କ ପ୍ରାପ୍ୟ ୪କୋଟି ଟଙ୍କା, ଶ୍ରମିକ ଓ କର୍ମଚାରୀଙ୍କ ମଜୁରୀ ବାବଦରେ ୬କୋଟି ଟଙ୍କା ବାକି ଅଛି। ଏଭଳିସ୍ଥଳେ ଚିନିକଳକୁ ପ୍ରଶାସନ ସୁରକ୍ଷା ଦେଇ ନ ପାରିବାରୁ ଆଖୁଚାଷୀ, ଚିନିକଳ ଶ୍ରମିକ ଓ କର୍ମଚାରୀ ଓ ବ୍ୟାଙ୍କ ସେମାନଙ୍କ ଟଙ୍କା କେମିତି ପାଇବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିଭଳି ନୟାଗଡ଼ ଚିନିକଳ କୋର୍ଟ କଚେରୀରେ ଫସି ରହିଛିି । ନୟାଗଡ଼ ସୁଗାର ଫ୍ୟାକ୍ଟ୍ରି ୧୪୭୧କୋଟି ଟଙ୍କାର କ୍ଷତିପୂରଣ ସରକାରଙ୍କଠାରୁ ଦାବି କରିଥିବା ନିକଟରେ ସମବାୟ ମନ୍ତ୍ରୀ ଗଣମାଧ୍ୟମକୁ କହିଥିଲେ। ଏ ବାବଦ ମାମଲା କ’ଣ ହେଲା ଜଣାପଡ଼ି ନାହିଁ । ସୂଚନାଯୋଗ୍ୟ, ୨୦୨୦ ମାର୍ଚ୍ଚ ୧୨ରେ ଜିଲା ପ୍ରଶାସନ ଚିନିକଳର ଆକଳନ କରି ସିଲ୍‌ କରିଥିଲା । ସିଲ୍‌ ପରେ ସୁରକ୍ଷାକୁ ଆଦୌ ଧ୍ୟାନ ଦେଇ ନ ଥିବାରୁ ଚିନି କଳ ଧ୍ୱଂସ ପାଇବାକୁ ବସିଛି । ନୟାଗଡ଼ ପୁଣି ଶିଳ୍ପ ବିହିନ ଜିଲାରେ ପରିଣତ ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଏହାକୁ ନେଇ ରାଜନୀତି ଜୋର ଧରିଛି । ତଥାପି ନୟାଗଡ଼ରେ ଆଉ ଏକ ଚିନିଶିଳ୍ପ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆ ଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri