Posted inଜାତୀୟ

‘ଚାଇନାକୁ ବହୁମୂଲ୍ୟ ଦେବାକୁ ପଡ଼ିବ’

ନୂଆଦିଲ୍ଲୀ,୨୮ା୬: ଭାରତୀୟ ଭୂଖଣ୍ଡର ପୂର୍ବ ଲଦାଖ ଅଞ୍ଚଳରେ ଚାଇନାର ଆକ୍ରମଣାତ୍ମକ ସୈନ୍ୟ ଦୁଃସାହସ ଯୋଗୁ ବହୁମୂଲ୍ୟ ଦେବାକୁ ପଡ଼ିବ ଓ ବିଶ୍ୱରେ ଏକଘରକିଆ ହୋଇଯିବ ବୋଲି କୂଟନୈତିକ ବ୍ୟାପାର ସଂକ୍ରାନ୍ତୀୟ ବିଶେଷଜ୍ଞମାନେ ଶନିବାର ମତବ୍ୟକ୍ତ କରିଛନ୍ତି। ଗତ କିଛିମାସ ହେବ ପୂର୍ବ ଲଦାଖ ଓ ଦକ୍ଷିଣ ଚାଇନା ସ୍ଥିତି ବେଜିଂର ପ୍ରକୃତ ମୁଖା ଖୋଲିଦେଇଛି। ସାରା ବିଶ୍ୱ କରୋନା ଭାଇରସ୍‌ ସହ ଲଢ଼ୁଥିବା ବେଳେ ଚାଇନା ସେନାର ଏଭଳି ଦୁଃସାହସିକ କାର୍ଯ୍ୟ ମହଙ୍ଗା ପଡ଼ିବ ବୋଲି ସେମାନେ କହିଛନ୍ତି। ଆମେରିକା ସହ ଟାରିଫ ଯୁଦ୍ଧ, ବାଣିଜି୍ୟକ ପ୍ରସଙ୍ଗକୁ ନେଇ ଅଷ୍ଟ୍ରେଲିଆ ସହ କଳହ ଓ ହଂକଂରେ ବିଗିଡ଼ିଥିବା ସ୍ଥିତି ଚାଇନାକୁ ବ୍ୟାପକ କ୍ଷତି ପହଞ୍ଚାଇବ।
ଜୁନ୍‌ ୧୫ରେ ଗଲଓ୍ବାନ୍‌ ଉପତ୍ୟକାରେ ୨୦ ଭାରତୀୟ ଯବାନ ଶହୀଦ ହେବା ଦ୍ୱାରା ଭାରତ ସହ ଚାଇନାର ଥିବା ସୁସମ୍ପର୍କ ଛିନ୍ନ ହୋଇଛି। ପୂର୍ବତନ ସେନା ଉପମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ଗୁରମିତ୍‌ ସିଂ ଚାଇନାର ଅସଲ ମୁଖା ଖୋଲିଯାଇଛି ଓ ଏଥିଲାଗି ଦଶନ୍ଧି ଦଶନ୍ଧି ଧରି ତାକୁ ଭୟଙ୍କର ପରିଣାମ ଭୋଗ କରିବାକୁ ପଡ଼ିବ ବୋଲି ପ୍ରକାଶ କରିଛନ୍ତି। ପିଏଲ୍‌ଏର ଏଭଳି ଆକ୍ରମଣାତ୍ମକ ମନୋଭାବ ଯୋଗୁ ଚରଇନା ଏକୁଟିଆ ହୋଇଯିବା ଆଶଙ୍କା ଅଧିକ ରହିଛି ବୋଲି ପୂର୍ବତନ ସେନା ଉପମୁଖ୍ୟ ଲ୍ୟୁଟନାଣ୍ଟ ଜେନେରାଲ ସୁବ୍ରତ ଶାହା କହିଛନ୍ତି। ଏଥିଲାଗି ଅର୍ଥନୈତିକ ଓ କୂଟନୈତିକ କ୍ଷେତ୍ରରେ ଚାଇନା ଅସୁବିଧା ଭୋଗିବା ଆଶଙ୍କା ଅଧିକ। ହଂକଂ, ଦକ୍ଷିଣ ଚାଇନା ସାଗର ଓ ପୂର୍ବ ଚାଇନା ସାଗରରେ ଦେଖାଦେଇଥିବା ବିବାଦରେ ବିଶ୍ୱ ମହାଶକ୍ତିମାନେ ମୁଣ୍ଡ ପୂରାଇ ଚାଇନାକୁ ଏକଘରକିଆ କରିଦେବାର ଆଶଙ୍କା ମଧ୍ୟ ରହିଛି।
ଗତ ୬ ସପ୍ତାହ ହେବ ପୂର୍ବ ଲଦାଖର ବିଭିନ୍ନ ସ୍ଥାନରେ ଭାରତ ଓ ଚାଇନା ସେନା ମଧ୍ୟରେ ଛକାପଞ୍ଝା ଲାଗିରହିଛି। ଗଲଓ୍ବାନ୍‌ ଉପତ୍ୟକାରେ ଦୁଇ ସେନା ମଧ୍ୟରେ ରକ୍ତାକ୍ତ ସଂଘର୍ଷ ପରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ୨୦ ଭାରତୀୟ ଯବାନ ଶହୀଦ ହେବା, ଏଲ୍‌ଏସିରେ ଥିବା ବେସ୍‌ କ୍ୟାମ୍ପ ନ ହଟାଇବା, ବାରମ୍ବାର ଆଲୋଚନା ସତ୍ତ୍ୱେ ଚାଇନା ନିଜ ଜିଦ୍‌ରେ ରହିବା ଯୋଗୁ ସୀମାରେ ଯୁଦ୍ଧସମ ପରିସ୍ଥିତି ଦେଖାଦେଇଛି। ଏଲ୍‌ଏସିକୁ ଭାରତ ଅତିରିକ୍ତ ସେନା ପଠାଇବା ଆରମ୍ଭ କରିଛି। ଅରୁଣାଞ୍ଚଳ ପ୍ରଦେଶ, ସିକିମ, ଉତ୍ତରାଖଣ୍ଡର ବିଭିନ୍ନ ସେକ୍ଟରକୁ ହଜାର ହଜାର ସେନା ପଠାଯାଉଛି। ସେହିଭଳି ଲେହ, ଶ୍ରୀନଗର ଭଳି ସୀମାଞ୍ଚଳରେ ଥିବା ପ୍ରମୁଖ ବାୟୁସେନା ଘାଟିକୁ ଜାଗୁଆର, ସୁଖୋଇ ୩୦, ମିରେଜ୍‌ ୨୦୦୦ ବିମାନ ସହ ଆପାଚେ ଲଢ଼ୁଆ ହେଲିକପ୍ଟର ପଠାଯାଇଛି। ଯଦିଓ ଏ ସମ୍ପର୍କରେ ୩ ଥର ଆଲୋଚନା କରାଯାଇଛି ଓ ଆଲୋଚନା ମାଧ୍ୟମରେ ସୀମାରେ ଶାନ୍ତିରକ୍ଷା କରାଯିବା ଉପରେ ଉଭୟ ଦେଶ ଗୁରୁତ୍ୱାରୋପ କରୁଛନ୍ତି, ତଥାପି ଚାଇନାର ବିଶ୍ୱାସଘାତକତା ଓ ଆକ୍ରମଣାତ୍ମକ ମନୋଭାବ ପରିସ୍ଥିତିକୁ ସରଗରମ କରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ତାରିଖ ଯାଏ ଛେଚିବ: ଆସନ୍ତାକାଲି ପାଇଁ ଏହି ୧୨ ଜିଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା! ୱାର୍ନିଂ ଜାରି କଲା…

ଭୁବନେଶ୍ୱର,୩।୪: ରାଜ୍ୟରେ ୮ ତାରିଖ ଯାଏ ବର୍ଷା ନେଇ ପାଣିପାଗ ବିଭାଗ ଚେତାବନୀ ଜାରି କରିଛି। ବିଜୁଳି, ଘଡ଼ଘଡ଼ି ସହ ବର୍ଷା ନେଇ ଆସନ୍ତାକାଲି ପାଇଁ ୧୨…

‘ଟ୍ରମ୍ପଙ୍କ ଦ୍ୱାରା ହୋଇପାରୁନି, ନିଜେ ଶେଷ କର ଯୁଦ୍ଧ’, କିଏ ସେହି ଜରିଫ ଯିଏ ସାରା ବିଶ୍ୱର ହିତରେ ଇରାନକୁ ଦେଲେ ବଡ଼ ଉପଦେଶ!

ତେହରାନ,୩।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଗୋଟିଏ ପଟେ ଇରାନ ଏବଂ ଅନ୍ୟ ପଟେ ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଏହି ଗତିରୋଧରେ,…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ସାଙ୍ଗମାନଙ୍କ ସହ ନଦୀକୁ ଯାଇଥିଲେ ଗାଧୋଇବାକୁ, ଖସିଗଲା ଗୋଡ, ଘଟଣାସ୍ଥଳରେ…

ଧର୍ମଶାଳା,୩।୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରେ କେଲୁଅ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ଅନୁସାରେ କୁଆଖିଆ…

ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ୬ ଗୁରୁତର

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ଥାନା ଅଞ୍ଚଳରେ ବାଣ ତିଆରି କରୁଥିବା ବେଳେ ଶୁକ୍ରବାର ଏକ ଭୟଙ୍କର ବିସ୍ଫୋରଣ ଘଟିଛି। ବିସ୍ଫୋରଣ ଜଣ ୬…

‘ସକାରାତ୍ମକ ଚିନ୍ତାଧାରା ପ୍ରତି ସମସ୍ତେ ଗୁରୁତ୍ୱ ଦେବା ଆବଶ୍ୟକ’

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମସ୍ଥିତ ବିଶ୍ୱାସ ରାୟ ବିଜ୍ଞାନ କଲେଜ ପ୍ରାଣୀ ବିଜ୍ଞାନ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟ ଜନିତ ବିପଦ…

ଜନସାଧାରଣଙ୍କ ପାଇଁ ଖରାପ ଖବର: ସାବୁନ ଠାରୁ ତେଲ ପର୍ଯ୍ୟନ୍ତ ସବୁକିଛି ହେବ ମହଙ୍ଗା! ଜାଣନ୍ତୁ କେତେ ବୃଦ୍ଧି ପାଇବ…

ନୂଆଦିଲ୍ଲୀ,୩।୪: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ଯୋଗୁ ଆର୍ଥିକ ଚାପ ବୃଦ୍ଧି ପାଇଛି ଏବଂ ମୁଦ୍ରାସ୍ଫୀତି ଏହାର ପ୍ରଭାବ ପକାଇବା ଆରମ୍ଭ…

ଦବିଲା ପୋଲ, କାର୍ଯ୍ୟାନୁଷ୍ଠାନ ଦାବି କରି ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ସଭାପତି କହିଲେ…

ମୋରଡ଼ା,୩ା୪(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା-ମୋରଡ଼ା ମୁଖ୍ୟ ରାସ୍ତାର ଶିଳଦା ନିକଟରେ ଥିବା ଜମ୍ଭୀରା ପୋଲ ନିକଟରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଜିଲା ସଭାପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri