ଚାଇନା ନେପାଳର ୩୬ ହେକ୍ଟର ଜମି କରିଛି ଦଖଲ…

ବେଜିଂ/କାଠମାଣ୍ଡୂ,୨୪।୧୧ : ନେପାଳର ଉତ୍ତର ସୀମାରେ ଚାଇନା ୧୦ଟି ସ୍ଥାନରେ ୩୬ ହେକ୍ଟର ଜମି ଦଖଲ କରିଛି। ନେପାଳର କୃଷି ମନ୍ତ୍ରଣାଳୟ ସ୍ବାରା ଜାରି କରାଯାଇଥିବା ସର୍ଭେ ଡକ୍ୟୁମେଣ୍ଟରେ ଏହା ପ୍ରକାଶ ପାଇଛି। ସେହିଭଳି ଗୃହ ମନ୍ତ୍ରଣାଳୟର ଏକ ଅଧ୍ୟୟନରେ ନିଷ୍ପତ୍ତି ନିଆଯାଇଛି ଯେ ନେପାଳର ରାଜ୍ୟ ନୀତିରେ ସୀମା ପ୍ରସଙ୍ଗକୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ।

ଚାଇନା ପିପୁଲ୍ସ ଲିବରେଶନ ଆର୍ମି ୨୦୧୬ ରେ ନେପାଳର ଏକ ଜିଲାରେ ପଶୁପାଳନ ପାଇଁ ଏକ ପ୍ରାଣୀ ଚିକିତ୍ସା କେନ୍ଦ୍ର ନିର୍ମାଣ କରିଥିଲା। ତେବେ ଏପର୍ଯ୍ୟନ୍ତ ନେପାଳ ଏହାର ପ୍ରତିକ୍ରିୟା ଦେଇ ନାହିଁ। ବ୍ରିଟେନ ଭିତ୍ତିକ ଗଣମାଧ୍ୟମ ଦ୍ୱାରା ଫେବୃଆରୀ ୨୦୨୨ ରେ ପ୍ରକାଶିତ ରିପୋର୍ଟରେ ଚାଇନା ନେପାଳ ସୀମାରେ ଅତିକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ ସରକାରୀ କାଗଜପତ୍ର ଆଧାରରେ ନେପାଳର ଦୂର ପଶ୍ଚିମ ହମଲା ଜିଲାର ଏକ ସୀମା ପୋଷ୍ଟ ଚାରିପାଖରେ କେନାଲ ଏବଂ ରାସ୍ତା ନିର୍ମାଣ କରିଛି। ।

ଚାଇନା ଲାଲୁଙ୍ଗଜୋଙ୍ଗ ସୀମା ଅଞ୍ଚଳରେ, ନେପାଳ ପାଖରେ ଥିବା ସୀମାରେ ନଜର ରଖିଛି। ଚାଇନା ନେପାଳର ୧୫ଟି ଜିଲା ମଧ୍ୟରୁ ସାତୋଟିରୁ ଅଧିକ ଡୋଲାଖା, ଗୋର୍ଖା, ଡାର୍କୁଲା, ହମଲା, ସିନ୍ଧୁପାଲଚୋକ, ସାଧୁୱାସା ଏବଂ ରସୁୱା ଜିଲା ସମେତ ଅନ୍ୟ କେତେକ ଜିଲାରେ ଚାଇନା ଜମି ଅତିକ୍ରମଣ କରୁଛି।

କାଠମାଣ୍ଡୁ ପୋଷ୍ଟ ଅନୁଯାୟୀ, ଯୁଗ୍ମ ସଚିବ ଜୟନାରାୟଣ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଅଧ୍ୟୟନ କମିଟି ସେପ୍ଟେମ୍ବର ୨୦୨୧ ର ଶେଷ ସପ୍ତାହରେ ଗୃହମନ୍ତ୍ରୀଙ୍କ ନିକଟରେ ଏକ ରିପୋର୍ଟ ଦାଖଲ କରିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

କେଉଁ ବୋତଲରେ ପାଣି ପିଇବା ଉଚିତ୍‌: ଜାଣନ୍ତୁ କ’ଣ ରହିଛି…

ଜଳ ହିଁ ଜୀବନ । ପାଣି ପିଇବା ପାଇଁ କିଏ ପ୍ଲାଷ୍ଟିକ୍‌ ବଟଲ ବ୍ୟବହାର କରନ୍ତି ତ ଆଉ କିଏ ତମ୍ବା ନ ହେଲେ ଷ୍ଟିଲ୍‌। ଘରୁ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

ନବୀନ ପଟ୍ଟନାୟକଙ୍କୁ ନେଇ ଏମିତି କହିଦେଲେ ମନମୋହନ: ଆମ ଦ୍ୱାର ସବୁବେଳେ ଖୋଲା…

ଭୁବନେଶ୍ୱର,୭।୪: ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଞ୍ଚାୟତରାଜ ନିର୍ବାଚନ ପୂର୍ବରୁ ବିଭିନ୍ନ ଜିଲା ଗସ୍ତ କରିବେ ବୋଲି ଜଣାପଡ଼ିଛି। ନବୀନଙ୍କ ଜିଲା…

ହୃଦୟ ବିଦାରକ… ପ୍ରେମିକ ସହିତ ଧରାପଡ଼ିଲେ ସ୍ତ୍ରୀ, ପୋଲିସ ଉପସ୍ଥିତିରେ ଗଳା କାଟି ହତ୍ୟା କଲେ ସ୍ବାମୀ

ହାଇଦ୍ରାବାଦ,୭।୪: ତେଲେଙ୍ଗାନାର ସାଙ୍ଗାରେଡ୍ଡି ଜିଲାର ଜାହିରାବାଦରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଜଣେ ସ୍ୱାମୀ ପୋଲିସ ଉପସ୍ଥିତିରେ ଚଳନ୍ତା ଗାଡ଼ି ଭିତରେ ତାଙ୍କ…

୩୬ ଲକ୍ଷ ଟଙ୍କା ଦରମା ପ୍ୟାକେଜ୍‌ ଛାଡ଼ି ହୋଇଥିଲେ ବାବା: ଏବେ ବିବାହ କରି ଚର୍ଚ୍ଚାରେ ଅଭୟ ସିଂ, ଆଗକୁ କରିବେ…

ଧର୍ମଶାଳା,୭।୪: ଆଇଆଇଟି ବାବା ଓରଫ ଅଭୟ ସିଂ, ୨୦୨୫ର ପ୍ରୟାଗରାଜ ମହାକୁମ୍ଭ ସମୟରେ ତାଙ୍କର ଅନନ୍ୟ ଆଧ୍ୟାତ୍ମିକ ଯାତ୍ରା ପାଇଁ ରାତାରାତି ପ୍ରସିଦ୍ଧି ହାସଲ କରିଥିଲେ। ଏବେ…

ଯୁଦ୍ଧ ଭିତରେ ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବେ ଟ୍ରମ୍ପ? ନିଜେ କହିଦେଲେ…

ଓ଼୍ବାଶିଂଟନ,୭।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଠାରୁ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଆସିଛି। ସେ ଦାବି କରିଛନ୍ତି ଯେ ସେ…

ଇରାନ ଯୁଦ୍ଧ ମଧ୍ୟରେ ବଡ଼ ଘୋଷଣା କଲେ ପାକ୍‌ ପ୍ରଧାନମନ୍ତ୍ରୀ, ଲୋକେ ଛାନିଆ!

ଇସଲାମାବାଦ,୭।୪: ଇରାନ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଇବା ପରଠାରୁ, ଦକ୍ଷିଣ ଏସୀୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ପେଟ୍ରୋଲ, ଡିଜେଲ ଏବଂ ଏଲପିଜିର…

UAE ଟଙ୍କା ମାଗିବାରୁ ବିଳିବିଳେଇଲା ପାକିସ୍ତାନ, ଭାରତର ନାଁ ନେଇ କହିଲା…

ଇସଲାମବାଦ,୭।୪: ପାକିସ୍ତାନର ଆର୍ଥିକ ପରିସ୍ଥିତି ପୂର୍ୱରୁ ଜୀବନ ସମର୍ଥନ ଉପରେ ଅଛି, ତଥାପି ଏହାର ଅହଂକାର ହ୍ରାସ ପାଇବାର କୌଣସି ଲକ୍ଷଣ ଦେଖାଯାଉନାହିଁ। ଇସଲାମାବାଦ ଏବେ ସଂଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri