Posted inଜାତୀୟ

ଚାଇନା ଚଳାଇଛି ସୀମା ଦଖଲ ଉଦ୍ୟମ

ନୂଆଦିଲ୍ଲୀ,୧୩ା୨ : ବେଜିଂ ନିଜ ବିସ୍ତାରବାଦୀ ମହତ୍ତ୍ୱାକାଂକ୍ଷାକୁ ଚରିତାର୍ଥ କରିବା ପାଇଁ ଭାରତ-ଚାଇନା ମଝିରେ ଥିବା ଅନ୍ତର୍ଜାତୀୟ ସୀମା ସଂଲଗ୍ନ ଅଞ୍ଚଳକୁ ଦଖଲ ଲାଗି ନିର୍ମାଣ କାର୍ଯ୍ୟ ଜାରି ରଖିଛି। ଲଦାଖର ପାଙ୍ଗୋଙ୍ଗ୍‌ ହ୍ରଦ, ତିବ୍ଦତ, ଅରୁଣାଚଳ ପ୍ରଦେଶ ଓ ସିକିମ୍‌ରେ ଚାଇନାର ପିପୁଲ୍ସ ଲିବରେଶନ୍‌ ଆର୍ମି (ପିଏଲ୍‌ଏ) ସୈନ୍ୟ ଭାରତୀୟ ସେନାକୁ ପ୍ରତିହତ କରିବାକୁ ଜଗିରହିଛନ୍ତି।

ଭାରତୀୟ ସେନା ଯୁଦ୍ଧ ଭଳି ସ୍ଥିତିର ମୁକାବିଲା ପାଇଁ ସକ୍ଷମ ଓ ପ୍ରସ୍ତୁତ ହୋଇ ରହିଥିବା କହୁଥିଲେ ହେଁ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) ସଂଲଗ୍ନ ଅଞ୍ଚଳରେ ପିଏଲ୍‌ଏ ପକ୍ଷରୁ ଏୟାରଷ୍ଟ୍ରିପ୍‌ ଓ ବ୍ରିଜ୍‌ ନିର୍ମାଣ ଚାଲିଛି। ପାଙ୍ଗୋଙ୍ଗ୍‌ ହ୍ରଦ ଦକ୍ଷିଣ ପାର୍ଶ୍ୱରେ ଯୁଦ୍ଧକାଳୀନ ଭିତ୍ତିରେ ଚାଇନା ୮ ମିଟର ଦୈର୍ଘ୍ୟ ବିଶିଷ୍ଟ ଏକ ବ୍ରିଜ୍‌ ନିର୍ମାଣ କରୁଛି। ହାଡ଼ଭଙ୍ଗା ଶୀତରେ ମଧ୍ୟ ଏହି ନିର୍ମାଣ କାର୍ଯ୍ୟ ଅବ୍ୟହତ ରହିଥିବା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି। ୨୦୨୦ରେ ଦୁଇଦେଶର ସୈନ୍ୟ ମୁହଁାମୁହିଁ ହୋଇଥିବା ସମୟରେ ଚାଇନା ଏହି ଅଞ୍ଚଳରେ କେତେକ ଅସ୍ଥାୟୀ ହସ୍ପିଟାଲ ଓ ଗୋଦାମ ନିର୍ମାଣ କରିଥିଲା।

୨୦୨୦ ଜୁନ୍‌ ୧୫ ରାତିରେ ପୂର୍ବ ଲଦାଖରେ ଭାରତୀୟ ଯବାନ ଏବଂ ପିଏଲ୍‌ଏ ସୈନ୍ୟଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା। ଏଥିରେ ୨୦ ଯବାନ ଶହୀତ ହୋଇଥିବାବେଳେ ଚାଇନାର ୪୨ ସୈନ୍ୟ ନିହତ ହୋଇଥିଲେ। ୨୦୨୨ ଡିସେମ୍ବର ୯ରେ ପିଏଲ୍‌ଏ ୧୭,୦୦୦ ଫୁଟ୍‌ ଉଚ୍ଚରେ ଥିବା ତଥା ରଣନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅରୁଣାଚଳ ପ୍ରଦେଶର ୟାଙ୍ଗ୍‌ସେ ଅଞ୍ଚଳକୁ ଦଖଲ ଉଦ୍ୟମ କରିଥିଲା। ସେହିଦିନ ପ୍ରତିପକ୍ଷର ୩୦୦ ସୈନ୍ୟ ଯୋଜନାବଦ୍ଧ ଭାବେ ଉକ୍ତ ଅଞ୍ଚଳକୁ ମାଡ଼ିଆସିଥିବାବେଳେ ସଂଘର୍ଷରେ ଭାରତର ୩୪ ଓ ଚାଇନାର ୪୦ ସୈନ୍ୟ ଆହତ ହୋଇଥିଲେ।

ସିକିମର ନାଥୁଲାରେ ମଧ୍ୟ ଚାଇନାର କୁଚକ୍ରୀ ଷଡ଼ଯନ୍ତ୍ର ଦେଖିବାକୁ ମିଳିଛି। ୧୯୬୭ ସେପ୍ଟେମ୍ବରରେ ଉଭୟ ପକ୍ଷ ମଧ୍ୟରେ ସଂଘର୍ଷ ଘଟିଥିଲା। ଏଥିରେ ଭାରତୀୟ ସେନାର ୮୮ ଓ ଚାଇନାର ୩୪୦ ସୈନ୍ୟଙ୍କ ମୃତ୍ୟୁ ଘଟିଥିଲା। ପୂର୍ବ ଲଦାଖ ବିବାଦର ସମାଧାନ ହୋଇଥିବା ବିଷୟ କୁହାଯାଉଥିଲେ ମଧ୍ୟ ଚାଇନା ଏହି ଅଞ୍ଚଳକୁ ଦଖଲ ପାଇଁ ଜୋର୍‌ଦାର ଉଦ୍ୟମ କରୁଛି। ଏନେଇ ଗତ ସପ୍ତାହରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଡିଜିପି ଏବଂ ଆଇଜିପି ବୈଠକରେ ମଧ୍ୟ ଉପସ୍ଥାପନ କରାଯାଇଥିଲା। ସୀମାନ୍ତ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ଉପରେ କେନ୍ଦ୍ର ଗୁରୁତ୍ୱ ଦେଉଥିବା ବିଷୟ ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ ଗଣମାଧ୍ୟମକୁ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri