Posted inଜାତୀୟ

ପାକିସ୍ତାନକୁ ଚାଇନା ଦେଲା ଅଧିକ ପେଲୋଡ କ୍ଷମତା ବିଶିଷ୍ଟ ଡ୍ରୋନ୍‌, ଆତଙ୍କବାଦୀଙ୍କୁ ବି ଟ୍ରେନିଂ ଦେଉଛି ଚାଇନା ସେନା!

ଜମ୍ମୁ,୭ ।୧୦: ପାକିସ୍ତାନ ଭାରତର ସୀମା ଜମ୍ମୁ ନିକଟରେ ଡ୍ରୋନ୍ ମାଧ୍ୟମରେ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି । ଏବେ ଗୁଇନ୍ଦା ସଂସ୍ଥା ନିକଟରେ ଏମିତି ଖବର ପହଞ୍ଚିଛି ଯେ ପାକିସ୍ତାନ ଚାଇନାଠାରୁ ଅଧିକ ପେଲୋଡ ଡ୍ରୋନ ଆଣୁଛି । ଏହି ଡ୍ରୋନ ମାଧ୍ୟମରେ ପାକିସ୍ତାନ ବଡ ଧରଣର ଆକ୍ରମଣ ଯୋଜନା କରୁଥିବା ଅନୁମାନ କରାଯାଉଛି । କେବଳ ସେତିକି ନୁହେଁ ଗୋଟିଏ କନସାଇନମେଣ୍ଟରେ ବହୁ ମାତ୍ରାରେ ଗୁଳିଗୋଳା, ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ପଠାଇବାର ଯୋଜନା ରଖିଥାଇ ପାରେ ପାକିସ୍ତାନ । ଏଥିପାଇଁ ଚାଇନା ସେନା ପାକିସ୍ତାନୀ ସେନା ଓ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଉଥିବା କୁହାଯାଉଛି । ମିଳିଥିବା ବିଶେଷ ସୂତ୍ରର ସୂଚନା ଅନୁଯାୟୀ, ପାକିସ୍ତାନ ଏବେ ୫-୭ କିଲୋ ପେଲୋଡ ହେବାଭଳି ଡ୍ରୋନ୍ ବ୍ୟବହାର କରୁଛି । ଏହା ୧୪-୧୫ କିଲୋମିଟର ଦୂର ପର୍ଯ୍ୟନ୍ତ ଉଡିବା ସହ ଏହାର ଉଡିବାର କ୍ଷମତା ରହିଛି ୬ରୁ ୮ ଘଣ୍ଟା । ହେଲେ ଏବେ ପାକିସ୍ତାନ ଚାଇନାଠାରୁ ୧୫-୨୦ କିଲୋ ପେଲୋଡ , ୨୦ଘଣ୍ଟା ପର୍ଯ୍ୟନ୍ତ ଉଡିପାରୁଥିବା ଓ ୨୦-୨୫ କିଲୋମିଟର ପର୍ଯ୍ୟନ୍ତ ଉଡିବାର କ୍ଷମତା ରଖୁଥିବା ଡ୍ରୋନ ଆଣୁଛି । ଆହୁରି ମଧ୍ୟ ସୂଚନା ରହିଛି କି ପାକିସ୍ତାନର ବାହାଲପୁର ଅଞ୍ଚଳରେ ଚାଇନା ପାକିସ୍ତାନକୁ ଆମେରିକାରେ ବ୍ୟବହାର କରାଯାଉଥିବା ୬ଟି ଡ୍ରୋନ୍ ଦେଇଛି । ଯାହାର ପେଲୋଡ କ୍ଷମତା ୩୫୦ କିଲୋ ପର୍ଯ୍ୟନ୍ତ ରହିଛି । ଏହା ୩ ଘଣ୍ଟା ପର୍ଯ୍ୟନ୍ତ ଉଡିପାରିବ । ଏସବୁ ତଥ୍ୟର କୌଣସି ଅଫିସିଆଲ ସ୍ପଷ୍ଟତା ପ୍ରକାଶ କରାଯାଇ ନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

ଭୋଜି ସାରି ଫେରୁଥିଲେ, ମୁହାଁମୁହିଁ ହେଲା ୨ ବାଇକ୍‌, ଆଉ ତା’ ପରେ…

ଭଞ୍ଜନଗର,୧୯ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳଭଣ୍ଡାର ସେତୁ ନିକଟରେ ଶୁକ୍ରବାର ଅପରାହ୍ନରେ ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ବାସୁ ଦାସ...

ପୁରୁଷୋତ୍ତମପୁର ସବ୍‌-ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟଣା: କାର୍ଯ୍ୟାନୁଷ୍ଠାନ ଲାଗି ଅତିରିକ୍ତ ଜିଲାପାଳଙ୍କୁ ସ୍ମାରକପତ୍ର

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସବ୍‌ରେଜିଷ୍ଟ୍ରାର ଅଫିସରେ ଜମି ଦୁର୍ନୀତି ଘଟି ଜମିର ପ୍ରକୃତ ମାଲିକଙ୍କ ମୃତ୍ୟୁ ଘଟିଥିବା ସତ୍ତ୍ବେ ଅନ୍ୟ ଜଣେ ବ୍ୟକ୍ତି...

କେବେ ବୃଦ୍ଧି ହେବ ଦରମା ଆଉ କେତେ ବୃଦ୍ଧି ହେବ? ଅଷ୍ଟମ ବେତନ କମିଶନରକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୧୯।୧୨: ସପ୍ତମ ବେତନ କମିଶନର କାର୍ଯ୍ୟକାଳ ଡିସେମ୍ବର ୩୧, ୨୦୨୫ରେ ଶେଷ ହେବାକୁ ଯାଉଛି, ଏବଂ ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନସନଭୋଗୀ...

୯ ଦଫା ଦାବି ନେଇ ଗଣଧାରଣା ଦେଲେ ପାଚିକା ସଂଘ, ଦରମା ବୃଦ୍ଧି ନ ହେଲେ…

କେସିଙ୍ଗା,୧୯ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ପାଚିକା ଓ ସହାୟିକା ମଜଦୁର ସଂଘ ସଭାନେତ୍ରୀ ରଶ୍ମିତା ହେର୍ନାଙ୍କ ନେତୃତ୍ୱରେ ୯ ଦଫା ଦାବି ନେଇ...

ପୁରୁଷୋତ୍ତମପୁର ତହସିଲଦାର ଭାବେ ଯୋଗଦେଲେ ମୃଣାଳିକା ରାଠୋର, ପ୍ରତିଶ୍ରୁତି ଦେଇ କହିଲେ…

ପୁରୁଷୋତ୍ତମପୁର,୧୯ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ନୂତନ ତହସିଲଦାର ଭାବରେ ୨୦୨୪ ବ୍ୟାଚ୍‌ର ପ୍ରୋବେସନ ଆଇଏଏସ୍‌ ଅଫିସର ମୃଣାଳିକା ରାଠୋର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି।...

ଆର୍‌ଟିଓ ଅଫିସ ନିକଟରେ ବ୍ରେକ୍‌ ଫେଲ୍‌ ହେଲା ମିନି ଟ୍ରକ୍‌, ୨ କାର୍‌ ସହ ୧୦ରୁ ଊର୍ଦ୍ଧ୍ୱ ବାଇକ୍‌ ନଷ୍ଟ

କୋରାପୁଟ,୧୯ା୧୨(ଅମିତାଭ ବେହେରା): କୋରାପୁଟ ଆରଟିଓ କାର୍ଯ୍ୟାଳୟ ନିକଟରେ ଏକ ମିନି ଟ୍ରକ୍‌ ବ୍ରେକ୍‌ ଫେଲ ହୋଇ ଘଟିଛି ସିରିଜ୍‌ ଦୁର୍ଘଟଣା। ୨ କାର୍‌ ସହ ୧୦...

ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ରେ ବଢୁଛି ଭିଡ଼, ଜୈବିକ ହଳଦୀ-କଫିଚାଷକୁ ପ୍ରଶଂସା କରି ପର୍ଯ୍ୟଟକ କହିଲେ…

ଦାରିଙ୍ଗବାଡ଼ି,୧୯ା୧୨(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଇକୋ ରିଟ୍ରିଟ୍‌ ସମେତ ବିଭିନ୍ନ ପର୍ଯ୍ୟଟନକ୍ଷେତ୍ରରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ଶନିବାରଠାରୁ ଆସନ୍ତା ନୂତନ ବର୍ଷର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri