Posted inଜାତୀୟ

ଏଲ୍‌ଏସିରେ ଚାଇନାର ଦାଦାଗିରି: ୨୦ ହଜାର ସୈନ୍ୟ କଲା ମୁତୟନ

ଲଦାଖ, ୧।୭: ଚାଇନାର ଦାଦାଗିରି ଜାରି ରହିଛି। ଗଲଓ୍ବାନ ଘାଟିର ହିଂସକ ସଂଘର୍ଷ ପରେ ଭାରତ ଚାଇନା ମଧ୍ୟରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଉଦ୍ୟମ କରାଯାଇଥିଲା। ଚାଇନା ଗୋଟିଏ ପଟେ ଶାନ୍ତିର କଥା କହୁଥିବାବେଳେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲ୍‌ଏସି)ରେ ସୈନ୍ୟ ଠୁଳ କରିବାରେ ଲାଗିଛି। ଇତିମଧ୍ୟରେ ପୂର୍ବ ଲଦାଖଠାରେ ଚାଇନା ୨୦ ହଜାରରୁ ଅଧିକ ସୈନ୍ୟ ମୁତୟନ କରିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ପୂର୍ବ ଲଦାଖ ଅଞ୍ଚଳର ଏଲ୍‌ଏସିରେ ଦୁଇ ଡିଭିଜନ ସେନାଙ୍କୁ ମୁତୟନ କରିଛି। ସେମାନଙ୍କ ମଧ୍ୟରେ ମାଉଣ୍ଟେନ୍‌ ଡିଭିଜନର ଯବାନମାନେ ରହିଛନ୍ତି। ଏହି ସ୍ଥାନଠାରୁ ପ୍ରାୟ ହଜାରେ କିଲୋମିଟର ଦୂରରେ ଉତ୍ତର ଶିନ୍‌ଜିୟାଙ୍ଗ୍‌ଠାରେ ଚାଇନା ୧୦ ହଜାର ସୈନ୍ୟଙ୍କୁ ଏକତ୍ରିତ କରିଛି। ଭାରତ ସୀମାରେ ପହଞ୍ଚିବା ଲାଗି ଚାଇନା ସୈନ୍ୟଙ୍କୁ ପ୍ରାୟ ୪୮ ଘଣ୍ଟା ସମୟ ଲାଗିବ ବୋଲି ଅନୁମାନ କରାଯାଉଛି। ସାଧାରଣତଃ ତିବ୍ବତ ଅଞ୍ଚଳରେ ଚାଇନାର ଦୁଇ ଡିଭିଜନ ସୈନ୍ୟ ରହିଥାନ୍ତି। କିନ୍ତୁ ଏବେ ସେମାନଙ୍କ ସଂଖ୍ୟା ଚାଇନା ବଢ଼ାଇବାରେ ଲାଗିଛି। ଫଳରେ ସୀମାରେ ଉତ୍ତେଜନା ବୃଦ୍ଧି ପାଉଥିବା କୁହାଯାଉଛି। ଏଭଳି ସ୍ଥିତି ସେପ୍ଟେମ୍ବର-ଅକ୍ଟୋବର ପର୍ଯ୍ୟନ୍ତ ଲାଗି ରହିବାର ଆଶଙ୍କା ରହିଛି। ଏହି ସମୟରେ ପ୍ରବଳ ଥଣ୍ଡାଯୋଗୁ ବରଫପାତ ହେଲେ ଦୁଇ ପକ୍ଷ ହୁଏତ ନିଜ ନିଜ ସୈନ୍ୟଙ୍କୁ ହଟାଇ ନେବେ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୋସଲୀ ସାଂସ୍କୃତିକ ମହୋତ୍ସବ ଆରମ୍ଭ

ନୂଆପଡ଼ା,୨୦ା୧୨ (ମକାରୁ ବେମାଲ): ନୂଆପଡ଼ା ପୋଲିସ ପଡ଼ିଆ ରଙ୍ଗମଞ୍ଚଠାରେ କୋସଲୀ ସାଂସ୍କୃତିକ ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ସୁରଜିତସିଂ ମହାରଥାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ...

ଶୀତରେ ଥରୁଛି କଳାହାଣ୍ଡି

ଭବାନୀପାଟଣା,୨୦ା୧୨(ଉତ୍ତମ କୁମାର ଦାଶ)- ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ଆହୁରି ସପ୍ତାହେ ଧରି ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

୩ ଜିଲାକୁ ଘନ କୁହୁଡ଼ି ଓ୍ବାର୍ନିଂ: ୭ଦିନ ଯାଏଁ…ଜି. ଉଦୟଗିରିରେ…

ଭୁବନେଶ୍ୱର, ୨୦ା୧୨(ବନ୍ଦନା ସେଠୀ) – ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଇସ୍ରୋର ବଡ଼ ପଦକ୍ଷେପ: ଗଗନୟାନ ମିଶନ ପାଇଁ ସଫଳ ହେଲା ପାରାଚ୍ୟୁଟ୍‌ ପରୀକ୍ଷା

ନୂଆଦିଲ୍ଲୀ,୨୦ା୧୨: ମହାକାଶକୁ ଭାରତର ପ୍ରଥମ ମାନବ ପ୍ରେରଣ ଦିଗରେ ଶନିବାର ଆଉ ଏକ ବଡ଼ ପଦକ୍ଷେପ ସଫଳ ହୋଇଛି। ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ)...

ଟ୍ୟୁଶନରୁ ଫେରୁଥିବା ବେଳେ ନାବାଳିକାଙ୍କୁ ଟେକିନେଇ ବଳାତ୍କାର ପରେ ଫିଙ୍ଗି ଚାଲିଯାଇଥିଲେ, ଅଭିଯୁକ୍ତଙ୍କୁ ୨୦ ବର୍ଷ…

ଗଜପତି,୨୦।୧୨(ଗିରିଧାରୀ ପରିଚ୍ଛା)- ଏକ ଅପହରଣ ଓ ବଳାତ୍କାର ମାମଲାର ବିଚାର କରି ଅତିରିକ୍ତ ଜିଲ୍ଲା ସେସନ ଜର୍ଜ ବିଭୁ ପ୍ରସାଦ ପଣ୍ଡା ପୋକ୍ସୋ ଆକ୍ଟର ଧାରା...

ଅଣ୍ଡା ଖାଇଲେ ହେବେ କି କ୍ୟାନ୍ସର ? ସ୍ପଷ୍ଟୀକରଣ ଦେଲା FSSAI

ନୂଆଦିଲ୍ଲୀ,୨୦।୧୨: ଦେଶରେ ବିକ୍ରି ହେଉଥିବା ଅଣ୍ଡା ସମ୍ପୂର୍ଣ୍ଣ ସୁରକ୍ଷିତ। ଏଥିରେ କ୍ୟାନ୍ସର ସୃଷ୍ଟିକାରୀ ଉପାଦାନ ଥିବା ନେଇ ଚର୍ଚ୍ଚା ହେଉଥିବା ଖବରକୁ ଭାରତୀୟ ଖାଦ୍ୟ ସୁରକ୍ଷା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri