ସୀମା ଡେଇଁଲା ଚାଇନା ଯୁଦ୍ଧବିମାନ

ତାଇପେଇ,୧୫ା୮ ଚାଇନାର ୧୧ଟି ମିଲିଟାରି ଏୟାରକ୍ରାଫ୍ଟ ରବିବାର ତାଇଓ୍ବାନ୍‌ ପ୍ରଣାଳୀର ମଧ୍ୟରେଖା (ମେଡିଆନ୍‌ ଲାଇନ୍‌) ଅତିକ୍ରମ କରିଛି। ଏହି ଯୁଦ୍ଧବିମାନଗୁଡ଼ିକ ତାଇଓ୍ବାନ୍‌ର ଏୟାର ଡିଫେନ୍ସ ଜୋନ୍‌ ଅତିକ୍ରମ କରିଥିବା ତାଇପେଇ ପକ୍ଷରୁ ଅଭିଯୋଗ ଅଣାଯାଇଛି। ତାଇଓ୍ବାନ୍‌ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ବେଜିଂ ଲଗାତର ଭାବେ ଦ୍ୱୀପରାଷ୍ଟ୍ର ନିକଟରେ ସାମରିକ ଗତିବିଧି ବଢ଼ାଇବାରେ ଲାଗିଛି। ଚାଇନା ତାଇଓ୍ବାନ୍‌କୁ ନିଜ ମୂଳ ଭୂଖଣ୍ଡର ଅଂଶ ବୋଲି ବିବେଚନା କରୁଥିବାରୁ ଏହାକୁ ବଳପୂର୍ବକ ଦଖଲ କରିବା ପାଇଁ ପ୍ରସ୍ତୁତି ଚଳାଇଛି। ଅନ୍ୟପକ୍ଷେ ତାଇଓ୍ବାନ୍‌ ସରକାରଙ୍କ ମତରେ ଚାଇନା କେବେହେଲେ ଏହି ଦ୍ୱୀପରାଷ୍ଟ୍ରକୁ ଶାସନ କରିନାହିଁ। ତାଇଓ୍ବାନ୍‌ର ଭବିଷ୍ୟତ ନିର୍ଦ୍ଧାରଣ କରିବା ଅଧିକାର ବେଜିଂର ନାହିଁ। ତାଇଓ୍ବାନ୍‌ବାସୀ ହିଁ ନିଜ ଭବିଷ୍ୟତ ନିର୍ଦ୍ଧାରକ।
ପ୍ରକାଶ ଯେ, ଚାଇନାର ବାରଣ ସତ୍ତ୍ୱେ ପ୍ରତିନିଧି ସଭା ସ୍ପିକର ନାନ୍ସି ପେଲୋସି ଗତ ୨ ତାରିଖରେ ତାଇଓ୍ବାନ୍‌ ଗସ୍ତ କରିଥିଲେ। ଏହାକୁ ନେଇ କ୍ଷୁବ୍ଧ ଚାଇନା ତାଇଓ୍ବାନ୍‌ ପ୍ରଣାଳୀରେ ସମରାଭ୍ୟାସ କରି ଯୁଦ୍ଧବିମାନ ଓ ଯୁଦ୍ଧଜାହାଜର ଶକ୍ତି ପ୍ରଦର୍ଶନ କରିଥିଲା। ଏବେ ତାଇଓ୍ବାନ୍‌ରେ ଆମେରିକାର ଏକ ପ୍ରତିନିଧି ଦଳ ପହଞ୍ଚତ୍ଥିବାରୁ ଚାଇନା ପୁଣି ଖେଳ ଆରମ୍ଭ କରୁଥାଇପାରେ।

ଭାରତକୁ ଧନ୍ୟବାଦ ଦେଲା ତାଇପେଇ

ଚାଇନା ସହ ମୁହଁାମୁହଁି ଅବସ୍ଥାରେ ଥିବା ତାଇଓ୍ବାନ୍‌ ରବିବାର ଭାରତ ସମେତ ଅନେକ ରାଷ୍ଟ୍ରକୁ ସହଯୋଗ ତଥା ପରାମର୍ଶ ପାଇଁ ଧନ୍ୟବାଦ ଦେଇଛି। ଚାଇନା ଜାଣିଶୁଣି ଅସ୍ଥିରତା ସୃଷ୍ଟି ଉଦ୍ୟମ କରୁଛି। ସଂଯମ ରହିବାକୁ ପରାମର୍ଶ ଦେଇଥିବା ଭାରତ ସମେତ ୫୦ ଦେଶକୁ ଧନ୍ୟବାଦ ବୋଲି ସେଠାର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିବୃତିରେ କୁହାଯାଇଛି। ପ୍ରକାଶ ଯେ, ଏହା ପୂର୍ବରୁ ତାଇଓ୍ବାନ୍‌ ପ୍ରଣାଳୀରେ ଶାନ୍ତି ଓ ସ୍ଥିରତା ରକ୍ଷା କରି ସ୍ଥିତାବସ୍ଥା ବଜାୟ ରଖିବା ପାଇଁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଉଭୟ ବେଜିଂ ଓ ତାଇପେଇକୁ ପରାମର୍ଶ ଦିଆଯାଇଥିଲା।

ତାଇଓ୍ବାନ୍‌ରେ ଆମେରିକା ପ୍ରତିନିଧି

ଆମେରିକା ହାଉସ୍‌ ସ୍ପିକର ନାନ୍ସି ପେଲୋସିଙ୍କ ତାଇଓ୍ବାନ୍‌ ଗସ୍ତର ୧୨ ଦିନ ପରେ ବାଇଡେନ୍‌ ପ୍ରଶାସନର ଏକ ପ୍ରତିନିଧି ଦଳ ତାଇପେଇ ଯାଇଛି। ମାସାଚ୍ୟୁସେଟ୍ସର ଡେମୋକ୍ରାଟିକ୍‌ ସିନେଟର ଏଡ୍‌ ମାର୍କିଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳ ସ୍ଥାନୀୟ ସମୟ ରବିବାର ରାତି ୭ଟାରେ ସୋଙ୍ଗ୍‌ଶାନ ଏୟାରପୋର୍ଟରେ ପହଞ୍ଚତ୍ଛି। ମାର୍କି ଅନ୍ୟ ଏକ ବିମାନରେ ତାଓୟୁଆନ୍‌ରେ ଅବତରଣ କରିଛନ୍ତି। ୫ ଜଣିଆ ପ୍ରତିନିଧି ଦଳ ତାଇଓ୍ବାନ୍‌ ରାଷ୍ଟ୍ରପତି ସାଇ ଇଙ୍ଗ୍‌-ଓ୍ବେନ୍‌ ଓ ଅନ୍ୟ ଅଧିକାରୀମାନଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ସାକ୍ଷାତ୍‌ ବେଳେ ଦୁଇପକ୍ଷ ଆମେରିକା-ତାଇଓ୍ବାନ୍‌ ସମ୍ପର୍କ, କ୍ଷେତ୍ରୀୟ ସୁରକ୍ଷା, ବାଣିଜ୍ୟ, ନିବେଶ ଓ ଅନ୍ୟ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିବେ ବୋଲି ବାଇଡେନ୍‌ ପ୍ରଶାସନର ପ୍ରତିନିଧିତ୍ୱ କରୁଥିବା ଆମେରିକାନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଇନ୍‌ ତାଇଓ୍ବାନ୍‌ ପକ୍ଷରୁ କୁହାଯାଇଛି। ଅନ୍ୟ ଆମେରିକୀୟ ପ୍ରତିନିଧିମାନେ ହେଲେ ରିପବ୍ଲିକାନ୍‌ ଅଉମୁଆ ଆମାଟା କୋଲମ୍ୟାନ୍‌ ରାଡଓ୍ବୋଗେନ୍‌, ଡେମୋକ୍ରାଟିକ୍‌ ହାଉସ୍‌ ମେମ୍ବର ଜନ୍‌ ଗାରାମେଣ୍ଡି, ଆଲାନ୍‌ ଲୋଓ୍ବେନ୍ଥାଲ ଏବଂ ଡନ୍‌ ବେୟର।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

ପାକିସ୍ତାନର ଖୋଲିଗଲା ପୋଲ୍‌: ଯୁଦ୍ଧ ନାଁରେ କରୁଛି ଏହି କାମ, ସାମ୍ନାକୁ ଆସିଲା ସାଂଘାତିକ କଥା

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ସହିତ ଚାଲିଥିବା ସଂଘର୍ଷରେ ଯୁଦ୍ଧବିରାମ ପାଇଁ ପାକିସ୍ତାନ ପଦକ୍ଷେପ ନେଉଛି। ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ପାକିସ୍ତାନ ନିଜକୁ ଏକ ଶାନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri